Cricket Controversy / ଲର୍ଡ୍ସ ବାଲକୋନୀରେ ଦେଖିବାକୁ ମିଳିଲା ରୋହିତ-ଗମ୍ଭୀରଙ୍କ ଜୋରଦାର ଝଗଡ଼ା…ଭିଡିଓ ହେଉଛି ଭାଇରାଲ
·10 hours ago·2 min read

Key Points
ମାତ୍ର ତୃତୀୟ ଦିନିକିଆ ସମୟରେ ଲର୍ଡ୍ସରୁ ଆସିଥିଲା ଏକ ରୋଚକ ଦୃଶ୍ୟ
ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ...
ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ...
ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଲଢ଼େଇ କରି ହାରିଛି ଭାରତ । ତଥାପି ଫ୍ୟାନ୍ସଙ୍କ ମନ ଜିଣିଛନ୍ତି ହିଟମ୍ୟାନ୍। ୧୩୮ ରନର ଦମଦାର ପାଳି ଖେଳି ଲର୍ଡ୍ସରେ ଇତିହାସ ରଚିଛନ୍ତି ରୋହିତ ଶର୍ମା । ଭାରତର ଏହି ଅଭିଜ୍ଞ ଖେଳାଳି ଦିନିକିଆରୁ ଅବସର ନେବେ ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ସହ ସମ୍ପର୍କ ଭଲ ନଥିବା ଖବରର ଶିରୋନାମା ପାଲଟିଥିଲା । ମାତ୍ର ତୃତୀୟ ଦିନିକିଆ ସମୟରେ ଲର୍ଡ୍ସରୁ ଆସିଥିଲା ଏକ ରୋଚକ ଦୃଶ୍ୟ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏହା କଣ ସତ ନା ଫେକ। ତେବେ ଯାହା ଶୁଣିବାକୁ ମିଳୁଛି ସେ ସବୁ କଣ ମିଛ। ତା'ମାନେ ଇଣ୍ଡିଆ ଟିମରେ ସବୁ ଠିକ ଚାଲିଛି।
ମ୍ୟାଚ୍ ପୂର୍ବରୁ ବାଲକୋନୀ ଏବଂ ମ୍ୟାଚ ସମୟରେ ମଧ୍ୟ ଗମ୍ଭୀର ଏବଂ ରୋହିତ ଏକାଠି ନଜର ଆସିଥିଲେ । ଯାହାକି ସବୁ ଚର୍ଚ୍ଚାରେ ଅନ୍ତ ଘଟାଇଛି ।
ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରୋହିତ ଶତକ ମାରିବା ପରେ ବାଲକୋନୀରେ ବସିଥିଲେ । ତାଙ୍କସହ ନଜର ଆସିଥିଲେ ଗମ୍ଭୀର । କେବଳ ଏହି ଦୁଇ ଜଣ ବସିଥିବାବେଳେ ସେମାନଙ୍କ ମଧ୍ୟରେ କିଛି ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ଅନୁମାନ କରାଯାଉଛି କି, ବାହାରେ ଯାହା ଚର୍ଚ୍ଚା ହେଉଛି ସେମିତି କିଛି ନାହିଁ ।
ସେପଟେ କୁହାଯାଉଛି କି, ରୋହିତ ପ୍ରଥମ ଦୁଇଟି ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ କେବଳ ଅନ୍ତିମ ମୁକାବିଲାରେ ଦମଦାର ଶତକ କରିଥିଲେ । ମାତ୍ର ଦଳରେ ଏବେ ତାଙ୍କ ସ୍ଥାନ ସଙ୍କଟରେ ଥିବା ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୭ ବିଶ୍ବକପରେ ଚୟନକର୍ତ୍ତାମାନେ ତାଙ୍କୁ ନନେବା ପାଇଁ ଯୋଜନା କରୁଥିବା କୁହାଯାଉଛି । ଯୁବ ଓପନର ଜୟସ୍ବାଲଙ୍କ ଉପରେ ଭରସା କରାଯାଉଥିବା କୁହାଯାଉଛି । ତଥାପି ରୋହିତଙ୍କ ଅବଦାନ ଟିମ୍ ଇଣ୍ଡିଆ ପାଇଁ ଅନେକ ରହିଛି । ତେବେ ପରବର୍ତ୍ତୀ ସମୟରେ କ’ଣ ନିଷ୍ପତ୍ତି ହେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।
Rohit Sharma having an intense conversation with Gautam Gambhir after his century. 👀 pic.twitter.com/0f6v6Na8Ww
— Wickets Hitting (@offpacedelivery) July 19, 2026
ମ୍ୟାଚ୍ ପୂର୍ବରୁ ବାଲକୋନୀ ଏବଂ ମ୍ୟାଚ ସମୟରେ ମଧ୍ୟ ଗମ୍ଭୀର ଏବଂ ରୋହିତ ଏକାଠି ନଜର ଆସିଥିଲେ । ଯାହାକି ସବୁ ଚର୍ଚ୍ଚାରେ ଅନ୍ତ ଘଟାଇଛି ।
ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରୋହିତ ଶତକ ମାରିବା ପରେ ବାଲକୋନୀରେ ବସିଥିଲେ । ତାଙ୍କସହ ନଜର ଆସିଥିଲେ ଗମ୍ଭୀର । କେବଳ ଏହି ଦୁଇ ଜଣ ବସିଥିବାବେଳେ ସେମାନଙ୍କ ମଧ୍ୟରେ କିଛି ଆଲୋଚନା ହେଉଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ଅନୁମାନ କରାଯାଉଛି କି, ବାହାରେ ଯାହା ଚର୍ଚ୍ଚା ହେଉଛି ସେମିତି କିଛି ନାହିଁ ।
ସେପଟେ କୁହାଯାଉଛି କି, ରୋହିତ ପ୍ରଥମ ଦୁଇଟି ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାବେଳେ କେବଳ ଅନ୍ତିମ ମୁକାବିଲାରେ ଦମଦାର ଶତକ କରିଥିଲେ । ମାତ୍ର ଦଳରେ ଏବେ ତାଙ୍କ ସ୍ଥାନ ସଙ୍କଟରେ ଥିବା ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୭ ବିଶ୍ବକପରେ ଚୟନକର୍ତ୍ତାମାନେ ତାଙ୍କୁ ନନେବା ପାଇଁ ଯୋଜନା କରୁଥିବା କୁହାଯାଉଛି । ଯୁବ ଓପନର ଜୟସ୍ବାଲଙ୍କ ଉପରେ ଭରସା କରାଯାଉଥିବା କୁହାଯାଉଛି । ତଥାପି ରୋହିତଙ୍କ ଅବଦାନ ଟିମ୍ ଇଣ୍ଡିଆ ପାଇଁ ଅନେକ ରହିଛି । ତେବେ ପରବର୍ତ୍ତୀ ସମୟରେ କ’ଣ ନିଷ୍ପତ୍ତି ହେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories