Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପରାଜୟ ପରେ ଦେଲେ ରୋହିତ ଶର୍ମା ବଡ଼ ସଙ୍କେତ

Ritu Das
Browse all articles by Ritu Das
·1 year ago·2 min read
ପରାଜୟ ପରେ ଦେଲେ ରୋହିତ ଶର୍ମା ବଡ଼ ସଙ୍କେତ

ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ଟିମ ଇଣ୍ଡିଆ ପାଇଁ ବିପଦ ପାଲଟିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପହଞ୍ଚିବା ଦଳ ପାଇଁ ଏକ ପ୍ରକାର ଅସମ୍ଭବ ପାଲଟିଯାଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ୦-୩ରେ ସିରିଜ ପରାସ୍ତ ହେବା ପରେ ଦଳକୁ ଲାଗିଛି ଶକ୍ତ ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ଅଧିନାୟକ ରୋହିତ ଦେଇଛନ୍ତି ଏକ ବଡ଼ ସଙ୍କେତ। ଯାହାକୁ ନେଇ ଟିମ ଇଣ୍ଡିଆ ଏବେ ଆହୁରି ସମସ୍ୟାରେ ପଡ଼ିଯାଇଛି । ଟେଷ୍ଟ ସିରିଜରେ ରୋହିତଙ୍କ ଉପସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଛି ରୋହିତ ସେନା ।

ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ୪ଟି ମ୍ୟାଚରେ ବିଜୟ ଆବଶ୍ୟକ ରହିଛି । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଭାରତ ଶେଷ ସିରିଜ ଭାବରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି ମ୍ୟାଚ ଖେଳିବାକୁ ଯାଉଛି । ନିଜ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ମ୍ୟାଚ୍ ଜିତିବା ରୋହିତ ସେନା ପାଇଁ କଷ୍ଟକର ଥିବା ବେଳେ ସିରିଜ ପୂର୍ବରୁ ରୋହିତ ବଡ଼ ସଙ୍କେତ ଦେଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍ ପର୍ଥରେ ଖେଳାଯିବାକୁ ଲିଷ୍ଟ ଜାରି ରହିଛି । କିନ୍ତୁ ଏହି ମ୍ୟାଚରେ ରୋହିତଙ୍କ ଉପସ୍ଥିତିକୁ ନେଇ ସନ୍ଦେହ ଲାଗି ରହିଛି । ମୁମ୍ବାଇ ଟେଷ୍ଟ ପରାଜୟ ପରେ ଏହି ମ୍ୟାଚକୁ ନେଇ ସୂଚନା ଦେଇଛନ୍ତି ରୋହିତ । ଏହି ମ୍ୟାଚରେ ରୋହିତ ଖେଳିବେ କି ନାହିଁ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ। 

ପର୍ଥ ଟେଷ୍ଟକୁ ନେଇ ରୋହିତ କହିଛନ୍ତି ଯେ, ମୁଁ ଏହି ଟେଷ୍ଟ ଖେଳିବି କି ନାହିଁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ। କାରଣ ମୁଁ ଖେଳିବି କି ନାହିଁ ମୁଁ ନିଜେ ବି ଜାଣିନି। ତେବେ ରୋହିତଙ୍କ ଏହି ବୟାନରୁ ଅନୁମାନ କରାଯାଉଛି ଯେ, ସେ ପର୍ଥ ଟେଷ୍ଟରେ ଅନୁପସ୍ଥିତ ରହିପାରନ୍ତି । ରୋହିତ ଟିମ ଇଣ୍ଡିଆର ଜଣେ ପ୍ରମୁଖ ଖେଳାଳି ହୋଇଥିବା ବେଳେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଟିମ୍ ବିପକ୍ଷରେ ତାଙ୍କ ଅନୁପସ୍ଥିତି ଦଳକୁ ବିପଦରେ ପକାଇପାରେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ସମୟରେ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଶୀର୍ଷ ଦଳ ଥିଲା କିନ୍ତୁ ବର୍ତ୍ତମାନ ମାମଲା ସମ୍ପୂର୍ଣ୍ଣ ବଦଳିଛି। ଟିମ୍ ଇଣ୍ଡିଆ ଟେବୁଲର ଶୀର୍ଷରୁ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି। ଏବେ ଅଷ୍ଟ୍ରେଲିଆ ଦଳ ଏକ ନମ୍ବର ସ୍ଥାନକୁ ଆସିଛି। ଯେଉଁଥିପାଇଁ ଟିମ ଉପରେ ସମସ୍ତେ ଖପ୍ପା ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored