ଫ୍ୟାନ୍ସଙ୍କୁ ନିଜ ପସନ୍ଦର ଲାମ୍ବର୍ଗିନି କାର ଉପହାର ଦେଲେ ରୋହିତ ଶର୍ମା

Key Points
ଚର୍ଚ୍ଚାରେ ରୋହିତ ଶର୍ମାଙ୍କ ନୀଳ ଲାମ୍ବର୍ଗିନୀ କାର୍
ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ମନ ଜିତିଛନ୍ତି। ସେ ନିଜର ଆଇକନିକ ନୀଳ ଲାମ୍ବର୍ଗିନୀ ଉରୁସ, ଯାହାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା, ଡ୍ରିମ୍୧୧ ଫ୍ୟାଣ୍ଟାସି କ୍ରିକେଟ ପ୍ରତିଯୋଗିତାର ବିଜେତା ଯୁବରାଜ ୱାଘଙ୍କୁ ଉପହାର ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଥିବାବେଳେ ରୋହିତଙ୍କ ରିଆକ୍ସନ ମଧ୍ୟ ମଜାଳିଆ ଲାଗୁଛି। ରୋହିତ ପୁରା ଆଶ୍ଚର୍ଯ୍ୟ ହୋଇ ଲୁକ୍ସ ଦେଉଛନ୍ତି। ଏହି ଘଟଣା ମେ ୧୯, ୨୦୨୫ରେ ଏକ ପ୍ରମୋସନାଲ ଇଭେଣ୍ଟ ସମୟରେ ଘଟିଛି।
— R✨ (@264__ro) May 19, 2025
📱 Get Argus News App
✨ରୋହିତଙ୍କ ଏହି ଲାମ୍ବର୍ଗିନୀ କେବଳ ଏକ ବିଳାସପୂର୍ଣ୍ଣ ଗାଡ଼ି ନୁହେଁ, ବରଂ ତାଙ୍କ କ୍ୟାରିଅରର ଏକ ପ୍ରତୀକ। ଗାଡ଼ିର ନମ୍ବର ପ୍ଲେଟରେ ‘୦୨୬୪’ ଲେଖାଯାଇଛି, ଯାହା ରୋହିତଙ୍କ ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିବା ରେକର୍ଡ ବ୍ରେକିଂ ୨୬୪ ରନର ଇନିଂସକୁ ସୂଚାଇଛି। ଏହି ଇନିଂସ ବିଶ୍ୱ କ୍ରିକେଟରେ ଏକ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ଭାବେ ଇତିହାସରେ ସ୍ଥାନ ପାଇଛି। ଏହି ଗାଡ଼ିକୁ ରୋହିତ ମୁମ୍ବାଇର ରାସ୍ତାରେ ଅନେକ ଥର ଚଲାଉଥିବା ଦେଖାଯାଇଛି, ଯାହା ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ।