Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

୩୭ବର୍ଷରେ ପଦାର୍ପଣ କଲେ ରୋହିତ ଶର୍ମା

Ritu Das
Browse all articles by Ritu Das
·2 years ago·1 min read
୩୭ବର୍ଷରେ ପଦାର୍ପଣ କଲେ ରୋହିତ ଶର୍ମା

ଅର୍ଗସ ବ୍ୟୁରୋ: ଆଜି ମାନେ ଏପ୍ରିଲ ୩୦ ତାରିଖ ହେଉଛି ଭାରତୀୟ ଷ୍ଟାର କ୍ୟାପଟେନ ରୋହିତ ଶର୍ମାଙ୍କ ଜନ୍ମଦିନ। ଆଜି ରୋହିତ ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ହିଟମ୍ୟାନ ରୋହିତ ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଫ୍ୟାନଙ୍କ ହୃଦୟରେ ରାଜ କରୁଛନ୍ତି। କିନ୍ତୁ ଚଳିତ ଥର ମୁମ୍ବାଇ ଇଣ୍ଡିଆନ ଟିମରେ ସାଧାରଣ ପ୍ଲେୟର ଭାବେ ମ୍ୟାଚ ଖେଳୁଛନ୍ତି। କାରଣ ତାଙ୍କ କ୍ୟାପଟେନ୍ସି ପଦ ଛଡ଼ାଇ ନେଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ଏଥିପାଇଁ  ଭାରତୀୟ ଫ୍ୟାନ ଫଲୋର୍ସ ଖପ୍ପା।

କାରଣ ଲୋକେ ରୋହିତଙ୍କୁ ଭରସା କରିବା ସହ ରୋହିତଙ୍କ ସ୍ଥାନକୁ ବହୁତ ଉପରେ ରଖିଛନ୍ତି। ଲୋକେ ଚାହୁଁଛନ୍ତି ରୋହିତ ପୁଣିଥରେ MIର କ୍ୟାପଟେନ ହୁଅନ୍ତୁ। 
ତେବେ ଆଜି ଚାଲନ୍ତୁ ଜାଣିବା କିଛି ହିଟମାନଙ୍କ ବିଷୟରେ କିଛି ଅଜଣା କଥା। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ବର ଏକମାତ୍ର କ୍ରିକେଟର ଭାବେ ଓ୍ବାନଡେ କ୍ରିକେଟରେ ୩ଥର ଦ୍ବିଶତକ ଅର୍ଜନ କରିଛନ୍ତି। କେବଳ ଏତିକି ନୁହେଁ ଓ୍ବାନଡେ କ୍ରିକେଟରେ ଏକ ମ୍ୟାଚରେ ୨୬୪ ରନ କରି ବିଶ୍ବ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ପିଲାବେଳୁ ଜଣେ ବୋଲର ହେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ କୋଚ ଦିନେଶ ଲାଡ ତାଙ୍କୁ ବ୍ୟାଟ୍ସମ୍ୟାନ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ଭାଗ୍ୟ ସତେ ଯେମିତି ବଦଳି ଯାଇଥିଲା। ରୋହିତ ଏମିତି ଜଣେ ପ୍ଲେୟର ଯିଏ ଷ୍ଟାଡିୟମରେ ଛିଡ଼ା ହୋଇ ବଡ଼ ବଡ଼ ଛକା ମାରି ଫ୍ୟାନଙ୍କୁ ଖୁସି କରିଦିଅନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma | Argus News