Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Sports Update / ଧୋନୀ ଓ ବିରାଟଙ୍କୁ ପଛରେ ପକାଇ ଏହି କ୍ରିକେଟର ମାରିଛନ୍ତି ଅଧିକ ଛକା

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଧୋନୀ ଓ ବିରାଟଙ୍କୁ ପଛରେ ପକାଇ ଏହି କ୍ରିକେଟର ମାରିଛନ୍ତି ଅଧିକ ଛକା

Key Points

କିଏ ସେ କ୍ରିକେଟର ଯିଏ ଟି-୨୦ ମାରିଛନ୍ତି ସର୍ବାଧିକ ଛକା। ଜଣାନ୍ତୁ କେତେ ନମ୍ବରରେ ଅଛନ୍ତି ବିରାଟ ଆଉ ଧୋନୀ ।

ଖେଳ ଦେଖିବାକୁ କାହାକୁ ଅବା ଭଲ ନଲାଗେ । ଆଉ ଯେତେବେଳେ ମ୍ୟାଚ ମଝିରେ ଗୋଟେ ଛକା ମାଡ଼ ହୁଏ ବାସ ସେତେବେଳେ ଯେଉଁ ଆନନ୍ଦ ମିଳେ ତାହା କଥାରେ କହିବା ସମ୍ଭବ ନୁହେଁ । ତେବେ ଆଜି ଆମେ କିଛି ଏଭଳି ଭାରତୀୟ ଖେଳାଳିଙ୍କ ନାମ କହିବୁ ଯିଏ ସର୍ବାଧିକ ଛକା ମାରିଛନ୍ତି । ଏହା ଶୁଣିବା ମାତ୍ରେ ଆପଣଙ୍କ ମୁହଁରେ ଅନେକଙ୍କ ନାମ ଆସୁଥିବ। ଅନେକ ଖେଳାଳି ଛକା ଏବଂ ଚୌକା ମାରିଥାନ୍ତି, କିନ୍ତୁ ସବୁଠାରୁ ଅଧିକ କିଏ ମାରିଛନ୍ତି ଛକା ଆଜି ଆମେ ଆପଣଙ୍କୁ କହିବୁ।ଭାରତୀୟ କ୍ରିକେଟ ଦଳର ହିଟମ୍ୟାନ ରୋହିତ ଶର୍ମା ବର୍ତ୍ତମାନ ତାଙ୍କ ଅଧିନାୟକତ୍ୱ ହରାଇବା ପରେ ଖବରରେ ଅଛନ୍ତି। ବିସିସିଆଇ ନିକଟରେ ଶୁଭମନ ଗିଲଙ୍କୁ ଦିନିକିଆ ଦଳର ଦାୟିତ୍ୱ ହସ୍ତାନ୍ତର କରିଛି, ଅର୍ଥାତ୍‌ ଟିମ ଇଣ୍ଡିଆ ଏବେ ଜଣେ ନୂତନ ଅଧିନାୟକଙ୍କ ସହିତ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ।


ଆଉ ଏହାକୁ ନେଇ ପୁରା ଦେଶବାସୀ ଖପ୍ପା। କାହିଁକି ରୋହିତଙ୍କ କ୍ୟାପଟେନ୍ସି ଛଡ଼ାଇନେଲେ ଗମ୍ଭୀର। ଦେଶକୁ ଗୋଟିଏ ପରେ ଗୋଟିଏ ଟ୍ରଫି ଜିତାଇଥିଲେ ରୋହିତ। ହେଲେ ଶେଷରେ ତାଙ୍କୁ ମିଳିଲା କଣ। ଦିନିକିଆ ODIରେ ତାଙ୍କ କ୍ୟାପଟେନ୍ସି ତାଙ୍କୁ ସମ୍ମାନର ସହ ମିଳିଥିଲେ ଭଲ ହୋଇଥାଆନ୍ତା।ଅନ୍ୟପଟେ ଭାରତ ବିଶ୍ୱକୁ ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି ଟି-୨୦ ଆନ୍ତର୍ଜାତୀୟ ଖେଳାଳି ଦେଇଛି। ଯେଉଁମାନେ ସାରା ବିଶ୍ୱରେ ନିଜର ଛାପ ଛାଡ଼ିଛନ୍ତି।


ଅଧିକ ଛକା ରେକର୍ଡ:


ଭାରତ ପାଇଁ ଟି-୨୦ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ରୋହିତ ଶର୍ମାଙ୍କ ନାମରେ ଅଛି। ସେ ୪୬୩ ଟି-୨୦ ମ୍ୟାଚରେ ମୋଟ ୫୪୭ ଛକା ମାରିଛନ୍ତି। ସେ ଟି-୨୦ କ୍ରିକେଟରେ ମୋଟ ୧୨,୨୪୮ ରନ ମଧ୍ୟ କରିଛନ୍ତି। ଭାରତ ପାଇଁ ଟି-୨୦ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ଛକା ବିରାଟ କୋହଲିଙ୍କ ନାମରେ ରହିଛି, ସେ ୪୧୪ ଟି-୨୦ ମ୍ୟାଚ୍‌ରେ ୪୩୫ଟି ଛକା ମାରିଛନ୍ତି। ସୂର୍ଯ୍ୟକୁମାର ଯାଦବ ୩୩୨ ଟି-୨୦ ମ୍ୟାଚ୍ ଖେଳି ମୋଟ ୩୮୨ଟି ଛକା ମାରିଛନ୍ତି।ଟି-୨୦ କ୍ରିକେଟରେ ଭାରତର ସର୍ବାଧିକ ଛକା ତାଲିକାରେ ସେ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଅଧିନାୟକ ପଦ ହରାଇବା ପରେ ଭାଇରାଲ ହେଉଛି ରୋହିତଙ୍କ ବଡ଼ ବୟାନ


ସଞ୍ଜୁ ସାମସନ ଭାରତ ପାଇଁ ଟି-୨୦ କ୍ରିକେଟରେ ଚତୁର୍ଥ ସର୍ବାଧିକ ଛକା ମାରିଛନ୍ତି, ସେ ୩୧୧ ଟି-୨୦ ମ୍ୟାଚ୍‌ରେ ୩୫୭ ଛକା ମାରିଛନ୍ତି। ମହେନ୍ଦ୍ର ସିଂହ ଧୋନି ୪୦୫ ଟି-୨୦ ମ୍ୟାଚ୍‌ରେ ମୋଟ ୩୫୦ଟି ଛକା ମାରିଛନ୍ତି। ସେ ଭାରତ ପାଇଁ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି।ଦିନିକିଆ ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମାଙ୍କ ପ୍ରଥମ ବୟାନ ସାମ୍ନାକୁ ଆସିଛି, ଏବଂ ଏହା ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ରୋହିତଙ୍କ ଟ୍ରାନ୍ସଫର୍ମେସନ ଦେଖି ଫ୍ୟାନ ତାଜୁବ। ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ସିଏଟ କ୍ରିକେଟ ରେଟିଂ ପୁରସ୍କାର ୨୦୨୫ରେ, ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ ବିଷୟରେ ଗଣମାଧ୍ୟମ ସହିତ କଥା ହୋଇଥିଲେ।


ରୋହିତ କହିଛନ୍ତି, ମୁଁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାକୁ ଭଲ ପାଏ। ସେଠାକାର ଲୋକମାନେ କ୍ରିକେଟକୁ ବୁଝନ୍ତି ଏବଂ ସମ୍ମାନ କରନ୍ତି। ସେଠାରେ ଖେଳିବା ସର୍ବଦା ଏକ ଭିନ୍ନ experience. ଯଦିଓ ସେ ସିଧାସଳଖ କ୍ୟାପଟେନ୍ସି ହରାଇବା ବିଷୟରେ କହି ନଥିଲେ, ତାଙ୍କର ବୟାନ ସ୍ପଷ୍ଟ ଭାବରେ ସୂଚାଇ ଦେଇଛି ଯେ ସେ ପରିବର୍ତ୍ତନ ଦ୍ୱାରା ଅତ୍ୟଧିକ ବିରକ୍ତ ନୁହଁନ୍ତି ଏବଂ ଆଗାମୀ ସିରିଜ ପାଇଁ ଉତ୍ସାହିତ।

ଅଧିକ ପଢ଼ନ୍ତୁ ଖେଳ ଖବର:

Related Topics

Explore more stories

Sponsored
Sports Update | Rohit Sharma Holds Record for Most Sixes for India in T20 Cricket | Argus News | Argus News