Videos
|
Sports

ମୁମ୍ବାଇ ଟ୍ରାଫିକରେ ଫସିଲେ ରୋହିତ ଶର୍ମା: ହସିକି ଫ୍ୟାନ୍ସଙ୍କ ସହ ପୋଜ ଦେଲେ

Ritu Das
Browse all articles by Ritu Das
·1 year ago·2 min read
ମୁମ୍ବାଇ ଟ୍ରାଫିକରେ ଫସିଲେ ରୋହିତ ଶର୍ମା: ହସିକି ଫ୍ୟାନ୍ସଙ୍କ ସହ ପୋଜ ଦେଲେ

Key Points

ଭାରତୀୟ ଦଳର ହାର୍ଡ ହିଟର ରୋହିତ ଶର୍ମା । ରୁହନ୍ତି ମାୟାନଗରୀ ମୁମ୍ୱାଇ ତାଙ୍କ ଜନ୍ମସ୍ଥାନରେ । ଅନେକ ବାର ସେ ମୁମ୍ୱାଇ ଟ୍ରାଫିକ୍‌ରେ ଫସିଥିବାର ଦେଖିବାକୁ ମିଳିଥାଏ ।

ଭାରତୀୟ ଦଳର ହାର୍ଡ ହିଟର ରୋହିତ ଶର୍ମା । ରୁହନ୍ତି ମାୟାନଗରୀ ମୁମ୍ୱାଇ ତାଙ୍କ ଜନ୍ମସ୍ଥାନରେ । ଅନେକ ବାର ସେ ମୁମ୍ୱାଇ ଟ୍ରାଫିକ୍‌ରେ ଫସିଥିବାର ଦେଖିବାକୁ ମିଳିଥାଏ । ବେଳେ ବେଳେ ସେ ମୁମ୍ବାଇର ଟ୍ରାଫିକରେ ବହୁତ ବିରକ୍ତ ହେଉଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ପୋଷ୍ଟ ବି କରନ୍ତି । ତେବେ ଆଜି କିନ୍ତୁ ଟ୍ରାଫିକ୍‌ରେ ଫସି ବି ଖୁସି ଥିଲେ ଶର୍ମା ଜି କେ ବେଟା । ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି, ରୋହିତ ଶର୍ମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଏହି ଭିଡିଓରେ ରୋହିତ ଶର୍ମା ତାଙ୍କ ନୂତନ ଲାମ୍ବୋର୍ଗିନୀ କାରରେ ବସି ଟ୍ରାଫିକ କମିବା ପାଇଁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି। 


ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ବସିଛନ୍ତି, ଯାହାଙ୍କ ସହ ରୋହିତ ଶର୍ମା କଥା ହେଉଛନ୍ତି । କିନ୍ତୁ, ଏହି ସମୟରେ ରୋହିତ ନଜର ପଡିଥିଲା ଜଣେ ପ୍ରଶଂସକଙ୍କ ଉପରେ । ପ୍ରଶଂସକ ତାଙ୍କର ଭିଡିଓ କରୁଛନ୍ତି । ଆଉ ସେ ରେସ୍‌ପଣ୍ଡ ବି କରିଥିଲେ । ଭାରତୀୟ ଖେଳାଳି ଏପରି କିଛି କଲେ ଯାହା ପ୍ରଶଂସକଙ୍କୁ ବହୁତ ଖୁସି କରିଦେଲା। ଯାହାକୁ ସେ ଭାଇରାଲ ବି କରିଦେଲେ । ଟ୍ରାଫିକରେ ଫସି ରହିଥିବା ରୋହିତ ଶର୍ମା ଦେଖିଥିଲେ ଯେ ତାଙ୍କ ପ୍ରଶଂସକ ତାଙ୍କର ଭିଡିଓ କରୁଛନ୍ତି । ସଂଗେ ସଂଗେ ସ୍ମାଇଲିଂ ଫେସ୍‌ରେ ସେ ଥମ୍ ଦେଖାଇଲେ । ଏହି ଭିଡିଓର କ୍ୟାପସନରେ ଲେଖାଥିଲା, "ରୋହିତ ଶର୍ମା ତାଙ୍କ ନୂତନ ଲାମ୍ବୋର୍ଗନି ସହିତ ମୁମ୍ବାଇ ଟ୍ରାଫିକରେ ଫସି ରହିଥିଲେ । ଟ୍ରେନିଂ ସାରି ସେ ଘରକୁ ଫେରୁଥିଲେ। ଆହୁରି ବି କ୍ୟାପସନରେ ଲେଖାଥିଲା ଗୋଲଡେନ ହାର୍ଟ ଥିବା ଜଣେ ବ୍ୟକ୍ତି, ରୋହିତ ଶର୍ମା।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Rohit Sharma Stuck in Mumbai Traffic, Smiles and Poses with Fans | Argus News