Videos
|
Sports

Rohit Sharma Viral Video / ପଡ଼ିଆରେ କ୍ରିକେଟ୍ ନୁହେଁ, ଝିଅ ସହ ଖେଳିଲେ ରୋହିତ ଶର୍ମା… ଭିଡିଓ ଦେଖି ଫ୍ୟାନ୍ସ ଖୁସି

Ritu Das
Browse all articles by Ritu Das
·56 mins ago·2 min read
ପଡ଼ିଆରେ କ୍ରିକେଟ୍ ନୁହେଁ, ଝିଅ ସହ ଖେଳିଲେ ରୋହିତ ଶର୍ମା… ଭିଡିଓ ଦେଖି ଫ୍ୟାନ୍ସ ଖୁସି
Cricket

Key Points

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଷ୍ଟାଣ୍ଡରୁ ବାପା ରୋହିତଙ୍କୁ ଦେଖି ଖୁସି ହେଲେ ଝିଅ ସମାଇରା
ଭାଇରାଲ୍ ହେଲା ସୁନ୍ଦର ଫ୍ୟାମିଲି ମୋମେଣ୍ଟ
ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମୁକାବିଲାରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ରୋହିତ ଶର୍ମାଙ୍କର ଏମିତି କିଛି କଥା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ରୋହିତ ଝିଅ ସମାଇରାଙ୍କୁ ଏମିତି ଏକ ଉପହାର ଦେଲେ ଯେ ସାରା କ୍ରିକେଟ ଫ୍ୟାନ୍ସ ଫିଦା ହୋଇଯାଇଛନ୍ତି। ଶୁକ୍ରବାର ୧୩ ନଭେମ୍ବରରେ ମାଉଣ୍ଟ ମାଉଙ୍ଗାନୁଇର ବେ-ଓଭଲରେ ମ୍ୟାଚ ଦେଖିବାକୁ ରୋହିତଙ୍କ ପତ୍ନୀ ରିତିକା ସଜଦେହ ତାଙ୍କ ଝିଅ ସମାଇରା ଏବଂ ପୁଅ ଅହାନଙ୍କୁ ନେଇ ଷ୍ଟାଡିୟମରେ ପହଞ୍ଚିଥିଲେ।



ମ୍ୟାଚ ବେଳେ ସମାୟରା ଷ୍ଟାଣ୍ଡରେ ପିତା ରୋହିତଙ୍କୁ ଦେଖି ଖୁସି ହୋଇଯାଇଥିଲେ। ଏହି ସୁନ୍ଦର ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇ ରହିଛି। ଆଉ ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାରଣ ରୋହିତ ତାଙ୍କ ଝିଅକୁ ବହୁତ ଭଲ ପାଆନ୍ତି। ଝିଅକୁ ଦେଖି ରୋହିତ ବା କଣ ଆଉ ରହିପାରନ୍ତି। ସେ ବି ସମାଇରାଙ୍କୁ ସଙ୍ଗେ ସଙ୍ଗେ ଲୁକ ଦେଉଥିଲେ ଆଉ ଖୁସି ହେଉଥିଲେ।

ପଡ଼ିଆରେ ରୋହିତ ମଧ୍ୟ ତାଙ୍କ ଝିଅ ସମାଇରାଙ୍କ ସହ ହାଇଡ ଆଣ୍ଡ ସିକ ଖେଳୁଥିବାର ଦେଖାଗଲା। ତାଙ୍କର ତାଙ୍କ ଝିଅ ପ୍ରତି ଥିବା ଭଲ ପାଇବା ଫ୍ୟାନ୍ସମାନଙ୍କୁ ବେଶ ପସନ୍ଦ ଆସିଛି। ପରିବାର ସାଥୀରେ ଥିଲେ ମଧ୍ୟ ରୋହିତଙ୍କର ନ୍ୟୁଜିଲାଣ୍ଡ ସିରିଜରେ ପ୍ରଦର୍ଶନ ସେତେ ପ୍ରଭାବଶାଳୀ ହୋଇନି। ପ୍ରଥମ ଦିନିକିଆରେ ଖାତା ନଖୋଲି ଆଉଟ ହୋଇଥିଲେ। ଦ୍ବିତୀୟ ଦିନିକିଆରେ ମାତ୍ର ୨୩ ରନ କରିଥିଲେ। ପ୍ରବଳ ବର୍ଷା କାରଣରୁ ତୃତୀୟ ମ୍ୟାଚ ବାତିଲ ହୋଇଥିଲା। ଚତୁର୍ଥ ଦିନିକିଆରେ ମଧ୍ୟ ରୋହିତ ନିଜର ଖାତା ଖୋଲିପାରିନଥିଲେ। ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ୩୬ଥର ପାଇଁ ଶୂନରେ ଆଉଟ ହୋଇଥିଲେ। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଏହା ଥିଲା ତାଙ୍କର ୧୮ତମ ଡଗ୍ଆଉଟ।

ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଏଯାଏ ଏହି ଦିନିକିଆ ସିରିଜରେ ସମୁଦାୟ ୨୩ ରନ କରିଛନ୍ତି ଯାହା ହାରାହାରି ୭.୬୬ ରହିଛି। ରୋହିତ ଏବେ ରବିବାର ହେବାକୁ ଥିବା ନିର୍ଣ୍ଣାୟକ ମ୍ୟାଚରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଚତୁର୍ଥ ମୁକାବିଲା ଏହି ପଡ଼ିଆରେ ଖେଳାଯିବ।
ସୂଚନା ଥାଉ କି, ଚତୁର୍ଥ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଥିଲା କିଓ୍ୱି ଟିମ୍ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୦୦ରୁ ଅଧିକ ସ୍କୋର କରିଥିଲା । ଏହାସହ ଭାରତକୁ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଦେଇଥିଲା । ମୁକାବିଲାରେ ଟସ୍ ଜିତିଥିଲା ଭାରତ । ପ୍ରଥମ ଥର ଦିନିକିଆ ଦଳର ନେତୃତ୍ୱ ନେଉଥିବା ଶ୍ରେୟସ ଆୟର ବୋଲିଂ ନିଷ୍ପତ୍ତି ନେଇଥିଲେ । ହେଲେ ଏହା ବୁମେରାଂ ପାଲଟିଥିଲା । ଓପନିଂ କରିବାକୁ ଆସିଥିବା ଓ୍ୱିଲ୍ ୟଙ୍ଗଙ୍କ ଶତକ ବଳରେ ଦଳ ୩୩୩ ରନ୍ କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ଭାରତ ଦଳ ୩୩୪ ଟାର୍ଗେଟ ପୁରା ନ କରି ମାତ୍ର ୮୯ରନରେ ଅଲଆଉଟ ହୋଇଯାଇ ପରାସ୍ତ ସ୍ବୀକାର କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଟିମ୍ ସେଫାର୍ଟ୍ ୫୮ ରନ୍ କରିଥିଲେ । ସେହିପରି ଫିନ୍ ଆଲେନ୍ ୪୧ ରନର ପାଳି ଖେଳିଥିଲେ । ଶେଷ ଆଡକୁ ମିଚେଲ୍ ସାଣ୍ଟନର ଏବଂ କ୍ରିଷ୍ଚାନ୍ କ୍ଲାର୍କ ଯଥାକ୍ରମେ ୨୪ ଏବଂ ୨୨ ରନର ପାଳି ଖେଳିଥିଲେ । ଫଳରେ ଦଳର ସ୍କୋର ୩୦୦ ଟପିଥିଲା । ଭାରତକୁ ଜିତିବା ପାଇଁ ୩୩୪ ରନ୍ ର ଆବଶ୍ୟକତା ରହିଥିଲା । ଭାରତ ପକ୍ଷରୁ ଆକିବ୍ ନବୀ, ଗୁରନୁର ବ୍ରାର୍ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଏବଂ ନମନ ଧୀର ଗୋଟିଏ ଲେଖାଏଁ ଓ୍ୱିକେଟ୍ ହାସଲ କରିଥିଲେ। 
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: