Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ICCର ସମସ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚିଥିବା ପ୍ରଥମ ଅଧିନାୟକ ରୋହିତ, ବ୍ୟାଟିଂରେ ବିରାଟ ରେକର୍ଡ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ICCର ସମସ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚିଥିବା ପ୍ରଥମ ଅଧିନାୟକ ରୋହିତ, ବ୍ୟାଟିଂରେ ବିରାଟ ରେକର୍ଡ

ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ପହଞ୍ଚିଛି ଭାରତ । ମଙ୍ଗଳବାର ଦୁବାଇରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲରେ ରୋହିତ ବାହିନୀ, ଅଷ୍ଟ୍ରେଲିଆକୁ ୪ ୱିକେଟ୍‌ରେ ହରାଇ ଫାଇନାଲ୍‌କୁ ଯାଇଛି । ଷ୍ଟିଭ୍ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ବଳରେ କଙ୍ଗାରୁ ଟିମ୍ ୨୬୫ ରନ୍‌ର ଟାର୍ଗେଟ୍ ଦେଇଥିଲା ଭାରତକୁ । ଯାହାକୁ ବିରାଟଙ୍କ ୮୪ ରନ୍‌ର ଦମଦାର୍ ପାଳି ବଳରେ ଭାରତ ହାସଲ କରି ନେଇଛି ।


ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳା ଯାଇଥିବା ମ୍ୟାଚ୍ ଥିଲା ଭାରତୀୟଙ୍କ ଲାଗି ରେକର୍ଡର ଦିନ । ଦଳର ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ନୂଆ ରେକର୍ଡ କରିଛନ୍ତି । ଆଇସିସିର ସମସ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚିଥିବା ପ୍ରଥମ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା ।


ଆଇସିସି ଦିନିକିଆରେ ସର୍ବାଧିକ ଛକ୍କା ମାରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି ରୋହିତ ଶର୍ମା । ରୋହିତ ୪୨ଟି ପାଳି ଖେଳ ୬୫ଟି ଛକ୍କା ମାରିଛନ୍ତି । ଏଥିସହ ସେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲଙ୍କୁ ପଛରେ ପକାଇଛନ୍ତି । କ୍ରିସ୍‌ ଗେଲ୍ ୫୧ ପାଳିରେ ୬୪ଟି ଛକ୍କା ମାରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିଭଳି ଦିନିକିଆରେ ବିରାଟ କୋହଲି ୧୪୧ କ୍ୟାଚ୍ ହାତେଇଛନ୍ତି । ଏଥିସହ ଅଷ୍ଟ୍ରେଲିଆର ରିକି ପଣ୍ଟିଂକୁ ପଛରେ ପକାଇଛନ୍ତି କୋହଲି । ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନ ସର୍ବାଧିକ ୨୧୮ କ୍ୟାଚ୍ ନେଇଛନ୍ତି । ଏଥିସହ ଦିନିକିଆରେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରି ବିରାଟ ସଂଗ୍ରହ କରିଛନ୍ତି ୮ ହଜାର ରନ୍ । ଏବେ ବିରାଟ ୧୬୬ଟି ମ୍ୟାଚ୍‌ରେ ୮୦୬୩ ରନ୍ ହାସଲ କରିଛନ୍ତି । ତାଲିକାରେ ପ୍ରଥମେ ଅଛନ୍ତି ସଚିନ୍ ତେନ୍ଦୁଲକର । ସଚିନ୍ ୨୩୬ ମ୍ୟାଚ୍‌ରେ ହାସଲ କରିଛନ୍ତି ୮୭୨୦ ରନ୍ ।


ଏହା ଛଡ଼ା ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ବିରାଟ । ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ବିରାଟ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ବିରାଟ ୫୩ ମ୍ୟାଚ୍ ଖେଳି ୨୪ଥର ୫୦ ରନରୁ ଊର୍ଦ୍ଧ୍ଵ ସ୍କୋର୍ କରିଛନ୍ତି । ଯେତେବେଳେ କି ସଚିନ ତେନ୍ଦୁଲକର ୨୩ଟି ଅର୍ଦ୍ଧଶତକ ମାରିଛନ୍ତି ।

Sponsored
Rohit Sharma Record In ICC Events, Virat Make Highest 50 | Argus News