ବୁମ୍ରାଙ୍କୁ ଉପଅଧିନାୟକ କରିବା ପଛର ରହସ୍ୟ ଖୋଲିଲେ ରୋହିତ ଶର୍ମା

ଅର୍ଗସ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆଜିଠୁ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯିବ। ଏହା ପୂର୍ବରୁ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମା କିୱି ଦଳ ବିରୋଧରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରିଛନ୍ତି। ବିରୋଧୀ ଦଳ ପରିବର୍ତ୍ତେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ତାଙ୍କର ଧ୍ୟାନ ରହିବ ବୋଲି ରୋହିତ କହିଛନ୍ତି। ଏହା ବ୍ୟତୀତ ଯଶପ୍ରୀତ ବୁମ୍ରାଙ୍କୁ ଉପ-ଅଧିନାୟକ କରାଯିବା ଉପରେ ମଧ୍ୟ ସେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ରୋହିତ ଶର୍ମା କହିଛନ୍ତି, ବିଭିନ୍ନ ଦଳ ଆମ ପାଇଁ ଭିନ୍ନ ଭିନ୍ନ ଚ୍ୟାଲେଞ୍ଜ ଆଣିଥାଏ। ନ୍ୟୁଜିଲାଣ୍ଡ ଏକ ଭିନ୍ନ ଦଳ ଏବଂ ସେମାନେ ଆମ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ଆଣିବେ। କିନ୍ତୁ ଆମେ ସେମାନଙ୍କ ସହ ଅନେକ କ୍ରିକେଟ ଖେଳିଛୁ। ଆମେ ସେମାନଙ୍କ ଖେଳାଳି, ସେମାନଙ୍କର ଶକ୍ତି ଏବଂ ଦୁର୍ବଳତା ଦୁର୍ବଳତା ବିଷୟରେ ଅବଗତ ଅଛୁ। ଆମର strenght weakness ବି ଆମେ ଜାଣିଛୁ। ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ପାଇଁ ଆମର ପ୍ରସ୍ତୁତି ଶେଷ ହୋଇଛି। ମୁଁ ସବୁବେଳେ କୁହେ ଯେ, ଆମେ ଆମର ବେଷ୍ଟ ସବୁବେଳେ ଦେବାକୁ ଚେଷ୍ଟା କରିବୁ। ପୂର୍ବ ସିରିଜରେ ଯାହା ଆମର ଭୁଲ ଥିଲା ତାକୁ ପୁନର୍ବାର ଯେମିତି ରିପିଟ ନ କରୁ। ଆମେ ନିଜ ଉପରେ ଅଧିକ ଫୋକସ କରିବାକୁ ଚାହୁଁଛୁ।
ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଯଶପ୍ରୀତ ବୁମ୍ରାଙ୍କୁ ଟିମ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ବୁମ୍ରାଙ୍କ ବିଷୟରେ ରୋହିତ ଶର୍ମା କହିଛନ୍ତି ଯେ, ତାଙ୍କୁ ଉପଅଧିନାୟକ କରିବା ହେଉଛି ଟିମ ପରିଚାଳନାର ଲଙ୍ଗଟର୍ମ ନେତୃତ୍ୱ ଭୂମିକା ମଧ୍ୟରୁ ଅନ୍ୟତମ। ବୁମରା ଯୁବକମାନଙ୍କୁ ପରାମର୍ଶ ଦେବା ଏବଂ ସେମାନଙ୍କ ସହିତ ତାଙ୍କ ଅଭିଜ୍ଞତା ବାଣ୍ଟିବା ଆରମ୍ଭ କରି ଦେଇଛନ୍ତି। ଆବଶ୍ୟକ ସମୟରେ ବୁମରା ଭାରତୀୟ ଦଳର ଦାୟିତ୍ୱ ନେବା କ୍ଷମତା ରଖିଛନ୍ତି। ବୁମରାଙ୍କ ନିକଟରେ ସେହି ଦକ୍ଷତା ଅଛି ବୋଲି ମୋର ଦୃଢ଼ ବିଶ୍ବାସ ରହିଛି। ସେ ମଧ୍ୟ cool ଭାବେ ଦଳକୁ ହ୍ୟାଣ୍ଡେଲ କରିପାରିବେ।
📱 Get Argus News App
✨ନିକଟରେ ଟେଷ୍ଟ ସିରିଜରେ ଭାରତ ନିକଟରେ ବାଂଲାଦେଶକୁ ୨-୦ରେ ପରାସ୍ତ କରିଛି। ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର