ରୋହିତ ଶର୍ମା, ରିଷଭ ପନ୍ତ କୁନି ବାଳକକୁ ଦେଖି ପାଖକୁ ଡାକିଲେ: ଇନଷ୍ଟାରେ ଭିଡିଓ ଭାଇରାଲ

ଭାରତର କ୍ୟାପଟେନ ରୋହିତ ଶର୍ମାଙ୍କ ସହ ଏକ ଛୋଟ ପିଲାର ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ଗତ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡର ବଡ଼ ମ୍ୟାଚ ଥିଲା। ଯେଉଁ ମ୍ୟାଚକୁ ଜିତିଥିଲା ଭାରତୀୟ ଟିମ। ମ୍ୟାଚ ଜିତିବା ପରେ କୋଟି କୋଟି ଓଡ଼ିଶାବାସୀଙ୍କ ମନ ଜିତିଯାଇଥିଲେ। ମ୍ୟାଚ ଜିତିବା ପରେ ରୋହିତ ବାହିନୀ ପଞ୍ଚତାରକା ହୋଟେଲରେ ବସି ବିଶ୍ରାମ ନେବା ସହ ରାତ୍ରି ଭୋଜନ କରୁଥିଲେ। ଏତିକି ବେଳେ ରୋହିତଙ୍କ ନିକଟକୁ ଏକ ଛୋଟ ବାଳକ ମାଡ଼ି ଆସିଥିଲା। ଏବଂ ରୋହିତଙ୍କୁ ଅଟୋଗ୍ରାଫ ମାଗିଥିଲାା ରୋହିତ ମଧ୍ୟ ଉକ୍ତ କୁନି ବାଳକ ସହ କଥା ହୋଇଥିଲେ। ଆଉ ପଚାରିଥିଲେ ତୁମେ ବଡ଼ ହେଲେ କଣ ହେବ। ଉକ୍ତ ବାଳକ ଜଣକ କହିଥିଲେ ମୁଁ କ୍ରିକେଟରେ ଅଲରାଉଣ୍ଡର। ବଡ଼ ହେଲେ ଆପଣଙ୍କ ଭଳି ହେବି।
- A lovely video of Rohit Sharma with little fan.❤️
— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) February 10, 2025
Captain Rohit, Rishab Pant, Jaiswal, Abhishek Nair and T Dilip are sitting together and having dinner at team hotel in Bhuvneshwar when a little fan comes to take an autograph from Rohit and Rohit and Rishab talk with him so… pic.twitter.com/7Tt93JSYjA
ଆଉ ଏହାପରେ ରୋହିତଙ୍କୁ ନିଜେ ପିନ୍ଧିଥିବା ଟି-ସର୍ଟରେ ସିଗ୍ନେଚର କରିବାକୁ ନିବେଦନ କରିଥିଲେ। ରୋହିତ ତାଙ୍କ ହାର୍ଟ ଉପରେ ହିଁ ନିଜର ଅଟୋଗ୍ରାଫ ଦେଇଥିଲେ। ଏହାପରେ ରିଷଭ ପନ୍ତ, ଯଶସ୍ବୀ ଜୈସ୍ବାଲ ଏବଂ ଶ୍ରେୟସ ଆୟର ମଧ୍ୟ ନିଜର ଅଟୋଗ୍ରାଫ ଦେଇଥିଲେ। ଶେଷରେ କୁନ ବାଳକ ଜଣଙ୍କ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସମସ୍ତଙ୍କୁ ନମସ୍କାର କରି ସେଠାରୁ ଚାଲିଯାଇଥିଲେ। ଏହାପରେ ଉକ୍ତ ବାଳକ ଜଣକ ଇଂଲଣ୍ଡ ଟିମର ଜଣେ ଖେଳାଳିଙ୍କ ନିକଟକୁ ଯାଇ ମଧ୍ୟ ଅଟୋଗ୍ରାଫ ମାଗିଥିଲେ। ଏହାପରେ ସବୁ ଖେଳାଳିଙ୍କୁ ନମସ୍କାର କରି ସେଠାରୁ ଚାଲିଯାଇଥିଲେ। କଟକ-ବାରବାଟୀ ମ୍ୟାଚ ଅତି ଗୁରୁତ୍ବପୂର୍ଣ୍ଣ ଥିଲା କାରଣ ଏହି ମ୍ୟାଚରେ ଭାରତର ଷ୍ଟାର କ୍ୟାପଟେନ ରୋହିତ ଶର୍ମା ବହୁତ ଦିନ ପରେ ନିଜର ଫର୍ମ ଫେରି ପାଇଥିଲେ। ରୋହିତଙ୍କର ଭଲ କମ ବ୍ୟାକ ହୋଇଥିଲା ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି।
📱 Get Argus News App
✨ସେପଟେ ଟିମ ଇଣ୍ଡିଆର ଖେଳାଳିଙ୍କ ସହ ବିସିସିଆଇ ମଧ୍ୟ ରୋହିତଙ୍କୁ ପୁଣି ଫର୍ମ ପାଇଥିବା ଦେଖି ଖୁସି ହୋଇଯାଇଛନ୍ତି। 90 ବଲ୍ ରୁ 12 ଚୌକା ଏବଂ ସାତ ଛକା ସହିତ 119 ରନ୍ କରିଥିଲେ, ଯାହା ଫଳରେ ଭାରତ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ରେ ଇଂଲଣ୍ଡ ବିପକ୍ଷରେ ଚାରି ୱିକେଟରେ ବିଜୟୀ ହୋଇଥିଲା।