Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

WorldCup Controversy / T20 ବିଶ୍ବକପ ଫାଇନାଲ୍ ସମୟରେ ପତ୍ନୀ ରିତିକାଙ୍କ ସହ ରୋହିତ ଶର୍ମାଙ୍କ କ୍ୟୁଟ ଝଗଡ଼ା ଭିଡିଓ ଭାଇରାଲ

Ritu Das
Browse all articles by Ritu Das
·4 months ago·2 min read
T20 ବିଶ୍ବକପ ଫାଇନାଲ୍ ସମୟରେ ପତ୍ନୀ ରିତିକାଙ୍କ ସହ ରୋହିତ ଶର୍ମାଙ୍କ କ୍ୟୁଟ ଝଗଡ଼ା ଭିଡିଓ ଭାଇରାଲ
India

Key Points

ରୋହିତ ରିତିକାଙ୍କ ଝଗଡ଼ା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମେ ପ୍ରାୟତଃ ଦେଖିଛେ ରୋହିତ ହେଉଛନ୍ତି ପୁରା କୁଲ କିନ୍ତୁ ତାଙ୍କ ସ୍ତ୍ରୀ ରିତିକା କେଉଁ କଥାକୁ ନେଇ ରାଗିଯାଇଛନ୍ତି।
ଟି-୨୦ ବିଶ୍ବକପର ଫାଇନାଲ ମ୍ୟାଚ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଥିଲା। ଆଉ ଏହି ମ୍ୟାଚରେ ଭାରତ ୨୫୫ର ବିଶାଳ ରନ ସ୍କୋର କରିଥିଲା। ନ୍ୟୁଜିଲାଣ୍ଡ ଟିମ ସେକେଣ୍ଡ ବ୍ୟାଟିଂ କରିଥିଲା। ଭାରତର ଜବରଦସ୍ତ ବୋଲିଂରେ କିଓ୍ବି ଟିମ ୧୫୯ ରନରେ ଧରାଶାୟୀ ହୋଇଥିଲା। ୯୬ ରନରେ ଭାରତ ବିଶ୍ବ ଚାମ୍ପିୟନ ହୋଇଥିଲା। ଷ୍ଟାଡିୟମରେ ଉପସ୍ଥିତ ଥିଲେ ଭାରତର ପୂର୍ବତନ କ୍ୟାପଟେନ ହିଟମ୍ୟାନ ଏବଂ ଭାରତ ଟିମର ପୂର୍ବତନ ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀ। ଦୁଇଜଣ ଦିଗ୍ଗଜ ଖେଳାଳିଙ୍କୁ ଦେଖି ଟିମ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା। କିନ୍ତୁ ଏହି ମ୍ୟାଚରେ ଟ୍ରଫି ପାଇବାପରେ ଏକ ଭିଡିଓ ଦ୍ରୂତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ସ୍ତ୍ରୀ ସବୁବେଳେ ଟିପିକାଲ ସ୍ତ୍ରୀ ହିଁ ହୋଇଥାନ୍ତି ସେ କ୍ରିକେଟରଙ୍କ ସ୍ତ୍ରୀ ହୋଇଥାନ୍ତୁ ନା କାହିଁକି। ରୋହିତ ରିତିକାଙ୍କ ଝଗଡ଼ା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆମେ ପ୍ରାୟତଃ ଦେଖିଛେ ରୋହିତ ହେଉଛନ୍ତି ପୁରା କୁଲ କିନ୍ତୁ ତାଙ୍କ ସ୍ତ୍ରୀ ରିତିକା କେଉଁ କଥାକୁ ନେଇ ରାଗିଯାଇଛନ୍ତି। ଆଉ ପଡ଼ିଆରେ ଉଭୟଙ୍କ ନୋକଝୋକ ଦେଖି ଫ୍ୟାନ୍ସ ମଧ୍ୟ କମେଣ୍ଟ ଦେଇଛନ୍ତି ରିତିକା ଭାଉଜ ଅନ ଫାୟାର ମୋଡ୍।



ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପ୍ରାୟତଃ ତାଙ୍କ ରେକର୍ଡ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ହିଟମ୍ୟାନ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛନ୍ତି, କିନ୍ତୁ ଏଥର, କାରଣ ତାଙ୍କର ଚୌକା, ଛକା କିମ୍ବା ରେକର୍ଡ ନୁହେଁ, ବରଂ ଏକ ମଜାଦାର ଭିଡିଓ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ରୋହିତ ତାଙ୍କ ପତ୍ନୀ ରିତିକାଙ୍କ ସହ ନଜର ଆସିଛନ୍ତି।

@Rushiii45 ଆକାଉଣ୍ଟ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର କରାଯାଇଥିବା ଭାଇରାଲ ଭିଡିଓରେ ରୋହିତ ଶର୍ମା ଏବଂ ରିତିକା ଷ୍ଟାଡିୟମରେ ଠିଆ ହୋଇ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ସମୟରେ କଥାବାର୍ତ୍ତା କରୁଥିବା ଦେଖାଯାଉଛି। ଏହି ସମୟରେ ରୋହିତ ଟିକେ ବିରକ୍ତ କିମ୍ବା ଗମ୍ଭୀର ଦେଖାଯାଉଛନ୍ତି ଏବଂ ରିତିକା ତାଙ୍କ ସହିତ ଯୁକ୍ତି କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ଏହି ଭିଡିଓ ଦେଖି ଅନେକ କହିଛନ୍ତି ଯେ, ଜଣେ ପୁରୁଷ ଯେତେ ଷ୍ଟାର ହୁଅନ୍ତୁ ନା କାହିଁକି, ତାଙ୍କ ସ୍ତ୍ରୀଙ୍କ ଆଗରେ ପ୍ରାୟ ପ୍ରତ୍ୟେକ ସ୍ବାମୀଙ୍କ ଅବସ୍ଥା ସମାନ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma’s Cute Banter with Ritika During T20 World Cup Final Goes Viral | Argus News