Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସନ୍ୟାସ ନେବେ ରୋହିତ-ବିରାଟ ! ଖୁଲାସା କଲେ ହରଭଜନ ସିଂ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସନ୍ୟାସ ନେବେ ରୋହିତ-ବିରାଟ ! ଖୁଲାସା କଲେ ହରଭଜନ ସିଂ

ଅର୍ଗସ ବ୍ୟୁରୋ:  ଖେଳରୁ ସନ୍ୟାସ ନେବେ ବିରାଟ କୋହଲି। କେବଳ କେହଲି ସନ୍ୟାସ ନେବେ ତାହା ନୁହେଁ ରୋହିତ ଶର୍ମା ମଧ୍ୟ ଖେଳରୁ ସନ୍ୟାୟ ନେବେ। ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂଙ୍କ ଏକ ବୟାନ ଆସିଛି ଏହି ଦୁଇ ଜଣଙ୍କୁ ନେଇ । ସେମାନେ କ୍ରିକେଟରୁ କେବେ ଅବସର ନେବା କଥା ତାହା ଜଣାଇଛନ୍ତି ହରଭଜନ ସିଂ । ଯାହା ଫଳରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିପାରିବ । ପୂର୍ବତନ ଭାରତୀୟ ସ୍ପିନର ସେମାନଙ୍କ ଫିଟନେସକୁ ନେଇ ଏ କଥା କହିଛନ୍ତି । ଭାରତର ଦୁଇ ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟ୍ୱେଣ୍ଟି-ଟ୍ୱେଣ୍ଟି ବିଶ୍ୱକଫ ଜିତିବା ପରେ ଏହି ଫର୍ମାଟରୁ ସନ୍ୟାସ ନେଇ ସାରିଛନ୍ତି । ସେମାନେ କ୍ରିକେଟରୁ କେବେ ଅବସର ନେବେ ତାକୁ ନେଇ ଚର୍ଚ୍ଚା ହେଉଥିଲା। ଯାହା ବର୍ତ୍ତମାନ ହରଭଜନ ସିଂ ଖୁଲାସା କରିଛନ୍ତି। ହରଭଜନ ସିଂ ବିରାଟ ଓ ରୋହିତଙ୍କ ଭୂମିକା ଟେଷ୍ଟ କ୍ରିକେଟରେ ବେଶ୍ ମହତ୍ତ୍ୱପୂର୍ଣ୍ଣ ବୋଲି ଜଣାଇଛନ୍ତି ।

ସବୁପ୍ରକାର ଫର୍ମାଟରେ ଭଲ ଖେଳିବା ଉଚିତ ବୋଲି ମଧ୍ୟ  ହରଭଜନ  ପ୍ରକାଶ କରିଛନ୍ତି । ଯାହାଫଳରେ ଆଗାମୀ ଟ୍ୟାଲେଣ୍ଟଙ୍କୁ ମଧ୍ୟ ଏହା ପ୍ରଭାବିତ କରିବ ଓ ସେମାନେ ମଧ୍ୟ ଭଲ କ୍ରିକେଟ ଖେଳିବା ପାଇଁ ପାଗଳ ହୋଇଯିବେ । ଚୟନକର୍ତ୍ତାଙ୍କୁ ମଧ୍ୟ ଜଣେ ବରିଷ୍ଠ କିମ୍ବା କନିଷ୍ଠ ଖେଳାଳି ଯଦି ଭଳ ପ୍ରଦର୍ଶନ ନ କରୁଛି, ତେବେ ତାକୁ ଦଳରୁ ବାହାର କରିଦେବା ଉଚିତ ବୋଲି ହରଭଜନ   ଜଣାଇଛନ୍ତି । ହରଭଜନ  କହିଛନ୍ତି ଯେ, ରୋହିତ ଆରାମରେ ଆଉ ୨ ବର୍ଷ କ୍ରିକେଟ ଖେଳିପାରିବେ । ସେହିଭଳି ବିରାଟଙ୍କ ଫିଟନେସର କଥା କହିହେବ ନାହିଁ ବୋଲି କହିଛନ୍ତି । ସେ ଭାରତୀୟ ଦଳର ସବୁଠୁ ଫିଟ ଖେଳାଳି । ଭଜ୍ଜି ଆହୁରି କହିଛନ୍ତି ଯେ, ଫିଟନେସରେ ବିରାଟଙ୍କ ସହ ପ୍ରତିସ୍ପର୍ଦ୍ଧା କରୁଥିବା ଜଣେ ୧୯ ବର୍ଷୀୟ ଖେଳାଳିଙ୍କୁ ପଚାରନ୍ତୁ ବିରାଟ କିଏ ।

ସେମାନଙ୍କୁ ବି ବିରାଟ ଆରାମରେ ମାତ ଦେଇ ପାରିବେ । କିଙ୍ଗ କୋହଲି ଓ ହିଟମ୍ୟାନ ରୋହିତ ଶର୍ମାଙ୍କ ପାଖରେ ବହୁତ କ୍ରିକେଟ ବାକି ଥିବା ହରଭଜନ  କହିଛନ୍ତି । ଯଦି ଉଭୟ ଫିଟ ରୁହନ୍ତି, ପରଫର୍ମ ଭଲ କରନ୍ତି ଓ ଦଳ ଜିତୁଥାଏ, ତେବେ ସେମାନେ ଖେଳିବା ଜାରି ରଖିବା ଉଚିତ ବୋଲି ଏହି ଭାରତୀୟ ପୂର୍ବ ସ୍ପିନର ଜଣାଇଛନ୍ତି । ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, ଏତେ ଶୀଘ୍ର କ୍ରିକେଟରୁ ସନ୍ୟାସ ନେଉନାହାନ୍ତି ଭାରତର ଏହି ଦୁଇ ଖେଳାଳୀ। ତେଣୁ ସେମାନଙ୍କ ଫ୍ୟାନ୍ସମାନେ କୌଣସି ଟେନସନ ନନେଇ ଆଗକୁ ଏହି ଦୁଇ ଖେଳାଳୀଙ୍କ ଖେଳ ଦେଖିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ଖେଳ ଖବର: 

Sponsored
Rohit Sharma Virat Kohli Retirement | Argus News