ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାରତର ଅଧିନାୟକ ହେବେ ରୋହିତ ଶର୍ମା

ଅର୍ଗସ ବ୍ୟୁରୋ: ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ଟିକିଆ ଟି-୨୦ ମ୍ୟାଚ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା ନେଇ ଚର୍ଚ୍ଚା ଜାରି ରହିଛି। ଚଳିବର୍ଷ ଜୁନରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ ପୂର୍ବରୁ ଏହା ଭାରତ ପାଇଁ ଶେଷ ଟି-୨୦ ସିରିଜ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଦଳରେ ଭାରତୀୟ କ୍ୟାପଟେନ ରୋହିତ ଶର୍ମା ଏବଂ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଚୟନକୁ ନେଇ ବିବିାଦ ଦେଖାଦେଇଛି। ଫ୍ୟାନମାନେ ଜାଣିବାକୁ ଚାହାନ୍ତି ଯେ, ସେମାନଙ୍କର ପ୍ରିୟ ଖେଳାଳି ରୋହିତ ଏବଂ ବିରାଟ ହ୍ବାଇଟ ବଲ କ୍ରିକେଟ ଖେଳିବାର ସୁଯୋଗ ପାଇବେ କି ନାହିଁ।
କିନ୍ତୁ ଏହାକୁ ନେଇ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ରୋହିତ ଶର୍ମା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ। ଏହା ବ୍ୟତୀତ ବିରାଟ କୋହଲି ମଧ୍ୟ ଆଫଗାନିସ୍ତାନ ସିରିଜରେ ଖେଳୁଥିବାର ନଜର ଆସିବେ। ଆଉ ଏହି ଖବର ଶୁଣି ଫ୍ୟାନମାନେ ବହୁତ ଖୁସି। ତେବେ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରାୟ ବର୍ଷେ ହେଲାଣି ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳି ନ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଦୁହେଁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର