BCCI / 2027 ବିଶ୍ୱକପ ଖେଳିବେନି ରୋହିତ !

Key Points
2027 ବିଶ୍ୱକପ ଖେଳିବେନି ରୋହିତ !
ଆଉ ଦେଖିବାକୁ ମିଳିବନି ରୋ-କୋ ଯୋଡି
ରୋହିତଙ୍କ ଜାଗା ନେଲେ ଗିଲ୍
ଏବେ କ୍ୟାପଟେନ୍ସି ଗଲା...
ଆଗକୁ ଦଳରୁ ପଡ଼ିପାରନ୍ତି ବାଦ୍ !
ଭାରତୀୟ କ୍ରିକେଟରେ ବଡ଼ ହଲଚଲ । ଦିନିକିଆରେ ଟିମ୍ ଇଣ୍ଡିଆକୁ ମିଳିଲା ନୂଆ କ୍ୟାପଟେନ୍ । ରୋହିତ ଶର୍ମାଙ୍କ ସ୍ଥାନ ନେଲେ ଶୁଭମନ ଗିଲ୍ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଯେଉଁଥିରେ ଶୁଭମନ ଗିଲ୍ଙ୍କୁ ଅଧିନାୟକ ଦାୟତ୍ଵ ଦିଆଯାଇଥିବା ବେଳେ ଉପ-ଅଧିନାୟକ ହୋଇଛନ୍ତି ଶ୍ରେୟସ ଆୟର । ଏଥିସହ ରୋହିତ ଶର୍ମାଙ୍କ ଅଧିନାୟକତ୍ଵକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ ।
ICC ଚାମ୍ପିଅନ୍ସ ଟ୍ରଫି 2025 ପରେ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବେ ରୋହିତ ଓ ବିରାଟ । ଉଭୟ ଖେଳାଳିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଚୟନ କରାଯାଇଛି । କିନ୍ତୁ ଏହି ସିରିଜ୍ ପୂର୍ବରୁ ଦଳରେ ହୋଇଛି ବଡ଼ ଅଦଳବଦଳ । ODIରେ ଆଉ ଅଧିନାୟକ ଭୂମିକାରେ ଆସିବେନି ନଜର । ସେ ଏବେ କେବଳ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଭାରତୀୟ ଟିମରେ ଖେଳିବେ ।
ଅଜିତ ଆଗରକରଙ୍କ ନେତୃତ୍ୱରେ ଅହମ୍ମଦାବାଦରେ ଚୟନ ପ୍ୟାନେଲ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ହେବାକୁ ଥିବା ୨୦୨୭ ବିଶ୍ୱକପ୍ ପାଇଁ ଗିଲଙ୍କୁ ପ୍ରସ୍ତୁତ କରାଯାଉଥିବା ସ୍ପଷ୍ଟ ବାରି ହୋଇପଡୁଛି ।
୨୬ ବର୍ଷୀୟ ଗିଲ୍ ବର୍ତ୍ତମାନ ସମସ୍ତ ଟେଷ୍ଟ ଓ ଟି-୨୦ରେ ନେତୃତ୍ୱ ନେଉଛନ୍ତି । ସେହିପରି ଟି-20ରେ ଉପ-ଅଧିନାୟକ ଭାବରେ ଦାୟିତ୍ବ ତୁଲାଉଛନ୍ତି । ଗିଲ୍ ଙ୍କର ଏହି ପଦୋନ୍ନତି ଭାରତୀୟ କ୍ରିକେଟରେ generational shift କୁ ସ୍ପଷ୍ଟ ବୟାନ କରୁଛି । ଚୟନକର୍ତ୍ତା ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ତାଙ୍କୁ ଭାରତକୁ ପରବର୍ତ୍ତୀ ପର୍ଯ୍ୟାୟରେ ନେତୃତ୍ୱ ଦେବା ପାଇଁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ।
📱 Get Argus News App
✨ସେପଟେ ୩୮ ବର୍ଷୀୟ ରୋହିତ ଶର୍ମା 56ଟି ଦିନିକିଆରେ ନେତୃତ୍ତ୍ୱ ନେଇଥିବାବେଳେ ଭାରତକୁ 42 ଟି ରେକର୍ଡ ବିଜୟ ଦେଇଥିଲେ । ଏବେ ସେ ବ୍ୟାଟ୍ସମ୍ୟାନ୍ ଭାବରେ ଖେଳିବା ଜାରି ରଖିବେ । ଠିକ୍ ସେହିପରି ବିରାଟ କୋହଲି 2025 ଚାମ୍ପିଅନ୍ସ ଟ୍ରଫି ପରେ ପ୍ରଥମ ଥର ପାଇଁ ODI ସେଟ୍ ଅପ୍ କୁ ରିଟର୍ଣ୍ଣ ହୋଇଛନ୍ତି । ଉଭୟ ଅଭିଜ୍ଞ ଖେଳାଳି ଟି-20 ଏବଂ ଟେଷ୍ଟରୁ ଅବସର ନେଇଛନ୍ତି । ସାତ ମାସ ପରେ ଉଭୟଙ୍କୁ ଏକାସାଙ୍ଗରେ ଦେଖିବାକୁ ମିଳିବ ।
ତେବେ ରୋ-କୋ ପାଇଁ ପରବର୍ତ୍ତୀ ପଦକ୍ଷେପ କ'ଣ ?
ହଁ, ସେମାନେ ଦଳରେ ରହିବେ - କେବଳ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବରେ । ତଥାପି, ପ୍ରତ୍ୟେକ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଅଛି - ରୋ-କୋ ଭାରତର 2027 ODI World cup ଟିମ୍ ରେ ସାମିଲ ହେବେ କି ?
ଏହି ସମ୍ଭାବନା ବହୁତ କମ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସେମାନଙ୍କର ବୟସ । ଏବେ ରୋହିତଙ୍କୁ 38 ବର୍ଷ, ଯେତେବେଳେ କି କୋହଲିଙ୍କୁ 36 ବର୍ଷ । 2027 ବିଶ୍ୱକପ୍ ବେଳକୁ ରୋହିତଙ୍କୁ ହୋଇଥିବ 40 ଏବଂ କୋହଲିଙ୍କୁ 38 । ତେଣୁ ବୟସ ସେମାନଙ୍କ ପାଇଁ ପ୍ରତିବନ୍ଧକ ସାଜିପାରେ ।
ଏହି ଯୋଡ଼ି ପାଇଁ ଆଉ ଏକ ଚିନ୍ତାର ବିଷୟ ହେଉଛି ... ଆନ୍ତର୍ଜାତୀୟ ଏକ୍ସପୋଜର ଦୃଷ୍ଟିରୁ ଖେଳ ସମୟ କମ୍ । ମହାମାରୀ ପରଠୁ କ୍ରିକେଟରେ ବହୁତ କିଛି ପରିବର୍ତ୍ତନ ହୋଇଛି । ପୂର୍ବରୁ 5 ODI ଏବଂ 3 T20I ସହିତ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଉଥିଲା, ଯେତେବେଳେ ବର୍ତ୍ତମାନର ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ।
ଟି-୨୦ କମ୍ ମ୍ୟାଚ୍ ସମୟରେ ଅଧିକ ରାଜସ୍ୱ ପ୍ରଦାନ କରୁଛି । ଏହାସହ ଷ୍ଟାଡିୟମକୁ ଅଧିକରୁ ଅଧିକ ପ୍ରଶଂସକଙ୍କୁ ଆକର୍ଷିତ କରୁଛି । ଫଳରେ ODI ଅପେକ୍ଷା ଟି-୨୦ ର କ୍ରେଜ୍ ଅଧିକ । ଫଳରେ ରୋହିତ ଏବଂ କୋହଲିଙ୍କ International exposure ହେବାର ସମ୍ଭାବନା ବହୁତ କମ୍ । ତଥାପି, ଆମେ ସମସ୍ତେ ଜାଣୁ ଯେ, କ୍ରିକେଟ୍ ଅନିଶ୍ଚିତତାର ଏକ ଖେଳ, ତେଣୁ ଏହି ଯୋଡ଼ି 2027 ବିଶ୍ୱକପ୍ ପାଇଁ ଦଳରେ ରହିବେ କି ନାହିଁ, ତାହା କେବଳ ସମୟ କହିବ । ତଥାପତି ରୋହିତ -କୋହଲିଙ୍କର Fairy tale ending ଦେଖିବାର ସମ୍ଭାବନା ବହୁତ କମ୍ ।
Related Topics
Explore more stories