Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ରୋହିତଙ୍କୁ BCCI ପଚାରିଲା କ'ଣ ରହିଛି ପ୍ଲାନ୍‌ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ରୋହିତଙ୍କୁ BCCI ପଚାରିଲା କ'ଣ ରହିଛି ପ୍ଲାନ୍‌ !

ଅବସର ନେବେ କି ରୋହିତ ଶାର୍ମା ! ଚାମ୍ପିଅନ୍ସ ଟ୍ରଫି ପରେ ଦିନିକିଆ କ୍ରିକେଟରୁ ଅବସର ନେଇପାରନ୍ତି ରୋହିତ ଶାର୍ମା । ରୋହିତଙ୍କୁ ତାଙ୍କ କ୍ରିକେଟିଂ ଭବିଷ୍ୟତ ଯୋଜନା ବିଷୟରେ ବିସିସିଆଇ ପଚାରିବାରୁ ଏନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ବିସିସିଆଇ ଖୁବ୍‌ଶୀଘ୍ର ୨୦୨୭ ଦିନିକିଆ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଯାଉଛି । ଏହାପୂର୍ବରୁ ୨୦୨୬ରେ ଖେଳାଯିବ ଟି-୨୦ ବିଶ୍ୱକପ୍‌ । ତେଣୁ ଯଥାଶୀଘ୍ର ପ୍ରସ୍ତୁତି ଆରମ୍ଭ କରିବାକୁ ଚାହୁଁଛି ବିସିସିଆଇ । ଆସନ୍ତା ଚାମ୍ପିଅନ୍ସ ଟ୍ରଫି ପରେ ICCର କୌଣସି ବଡ଼ ଇଭେଣ୍ଟ ନାହିଁ ।

୨୦୨୪ ଡିସେମ୍ବରରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟି-୨୦ ଟିମ୍‌ ବିଶ୍ୱକପ ଜିତିଥିଲା। ଏହାପରେ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏବେ ସମାନ ଘଟଣା ଆସନ୍ତା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଛି କିନ୍ତୁ ଭାରତ ତା’ର ମ୍ୟାଚ୍‌ଗୁଡ଼ିକ ଦୁବାଇରେ ଖେଳିବ ବୋଲି ସ୍ଥିର ହୋଇସାରିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପରେ ରୋହିତ ଦିନିକିଆ ଫର୍ମାଟକୁ ବାଏବାଏ କହିପାରନ୍ତି।

ବେଶ କିଛି ସମୟ ହେଲାଣି ରୋହିତ ଶର୍ମା ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ସେ ଟେଷ୍ଟ ଫର୍ମାଟରୁ ଅବସର ନେବା ଏକପ୍ରକାରର ନିଶ୍ଚିତ ହୋଇଥିଲା। କିନ୍ତୁ ସେ ନିଜ ନିଷ୍ପତ୍ତିକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦେଇଥିଲେ।

ରିପୋର୍ଟ ଅନୁସାରେ, ବିସିସିଆଇ ଦିନିକିଆ ଓ ଟେଷ୍ଟ ଟିମରେ ଟ୍ରାଞ୍ଜିସନ ଆରମ୍ଭ କରିବାକୁ ଚାହୁଁଛି। ବିସିସିଆଇ ଉଭୟ ଫର୍ମାଟରେ ସ୍ଥିର ଅଧିନାୟକ ପଦର ବିକଳ୍ପ ଖୋଜିବା ଆରମ୍ଭ କରିଛି। ରୋହିତ ଶର୍ମାଙ୍କୁ ନିଜର ଯୋଜନା ସମ୍ପର୍କରେ ବିସିସିଆଇ ପଚାରିଛି ସତ, କିନ୍ତୁ ବିରାଟ କୋହଲିଙ୍କୁ ନେଇ କୌଣସି ନିଷ୍ପତ୍ତି ନେଇନି। ସେ ଆଉ କିଛି ବର୍ଷ ଖେଳନ୍ତୁ ବୋଲି ବିସିସିଆଇ ଚାହୁଁଛି। ବିସିସିଆଇ ସୂତ୍ରରେ କୁହାଯାଇଛି ଯେ “ଚୟନକର୍ତ୍ତା ଓ ବୋର୍ଡରେ ଥିବା ଅଧିକାରୀମାନେ ଶେଷ ଖେଳାଳି ବଛାଯିବା ମିଟିଂରେ ରୋହିତଙ୍କ ସହ ସବୁ କିଛି କଥା ହୋଇଛନ୍ତି।

ଟିମ ମ୍ୟାନେଜମେଣ୍ଟ ଚାମ୍ପିୟନ୍ସ ଟ୍ରଫି ପରେ ହିଁ ପରବର୍ତ୍ତୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଓ ଦିନିକିଆ ବିଶ୍ୱକପ ପାଇଁ ଯୋଜନା ଆରମ୍ଭ କରିବାକୁ ଚାହୁଁଛି। ଗୋଟିଏ ଭଲ ଟ୍ରାଞ୍ଜିସନ ପାଇଁ ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେବା ସପକ୍ଷରେ ରହିଛନ୍ତି।

ରୋହିତଙ୍କ ପରେ ଟେଷ୍ଟ କ୍ୟାପ୍ଟେନ୍ସି ଦୌଡ଼ରେ ସ୍ପିଡ ଷ୍ଟାର ଯଶପ୍ରୀତ ବୁମ୍ରା ୧ନଂ ସ୍ଥାନରେ ରହିଛନ୍ତି। କିନ୍ତୁ ତାଙ୍କ ଆହତ ସମସ୍ୟା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ତାଙ୍କ ପଛକୁ ଶୁବମନ ଗିଲ ଅଛନ୍ତି। ହେଲେ ତାଙ୍କ ଫର୍ମରେ ସ୍ଥିରତା ନ ରହିବା ବିସିସିଆଇକୁ ସାମାନ୍ୟ ଦ୍ୱନ୍ଦ୍ୱରେ ରଖିଛି। ଋଷଭ ପନ୍ତ ଓ ଯଶସ୍ୱୀ ଜୈସୱାଲଙ୍କୁ ଭବିଷ୍ୟତର ଲିଡରଶିପ ଭାବେ ମଧ୍ୟ ଦେଖାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma’s international career will be decided post Champions Trophy 2025 | Argus News