ଦିନିକିଆରୁ ହଟିବେ ରୋହିତ, ଗିଲ୍ ହେବେ କ୍ୟାପଟେନ!

Key Points
ପୂର୍ବତନ କ୍ରିକେଟର୍ କଲେ ଚାଞ୍ଚଲ୍ୟକର ଖୁଲାସା
୨୦୨୭ ଦିନିକିଆ ବିଶ୍ବକପରେ ବିରାଟ-ରୋହିତଙ୍କୁ ୪୦ ବର୍ଷ ବୟସ ହୋଇଯିବ
ଧୀରେ ଧୀରେ ସେମାନଙ୍କୁ ODIରୁ ମଧ୍ୟ ବିଦା କରାଯିବ
ଟେଷ୍ଟ ପରେ ଦିନିକିଆରେ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଭାବେ ଶୁଭମନ ଗିଲ ଏବେ ପ୍ରସ୍ତୁତ ବୋଲି ଦାବି କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ। ଇଂଲଣ୍ଡ ଗସ୍ତରେ ସେ ଗିଲଙ୍କ ଅଧିନାୟକତ୍ୱରେ ବହୁତ ପ୍ରଭାବିତ ହୋଇଥିଲେ। କୈଫ କହିଛନ୍ତି, ଲର୍ଡସରେ ଇଂଲଣ୍ଡ ଖେଳାଳିଙ୍କ ସହ ଯୁକ୍ତିତର୍କ ହୋଇଥିଲା। କିନ୍ତୁ ୫ମ ଟେଷ୍ଟରେ ବହୁତ ଶାନ୍ତ ଦେଖାଯାଉଥିଲେ, ବ୍ରୁକ ଏବଂ ରୁଟ ମଧ୍ୟରେ ଏକ ପାର୍ଟନରଶିପ ହୋଇଥିଲେ ମଧ୍ୟ ସେ ରାଗି ଦେଖାଯାଉ ନ ଥିଲେ। ମହମ୍ମଦ କୈଫ କହିଛନ୍ତି, ଟେଷ୍ଟ ପରେ ଗିଲ ମଧ୍ୟ ଦିନିକିଆର ଅଧିନାୟକ ପଦ ପାଇବେ। କାରଣ ଆମେ ଜାଣିନାହୁଁ ଯେ, ରୋହିତ ଶର୍ମା କେତେ ଦିନ ପାଇଁ ଦିନିକିଆରେ ଅଧିନାୟକ ପଦ ଖେଳିବେ। ଏବେ ଗିଲ ତାଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ ବୋଲି କୈଫ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି। ଅନ୍ୟପକ୍ଷେ ଇଂଲଣ୍ଡ ଗସ୍ତ ପୂର୍ବରୁ, ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ, ଯାହା ପରେ ବିସିସିଆଇ ନୂତନ ଟେଷ୍ଟ ଅଧିନାୟକ ଭାବରେ ଶୁଭମନ ଗିଲଙ୍କ ନାମ ଘୋଷଣା କରିଥିଲା। ସେ କ୍ୟାପଟେନ ଭାବେ ପ୍ରଥମ ଟେଷ୍ଟ ସିରିଜରେ ଅନେକ ରେକର୍ଡ କରିଛନ୍ତି।
📱 Get Argus News App
✨ସମସ୍ତେ ଭାବୁଥିଲେ ରୋହିତ ଭଳି ଗିଲଙ୍କର ଦକ୍ଷତା କେବେ ହୋଇପାରିବନି। କିନ୍ତୁ ଗିଲ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି। ପ୍ରଥମ ସିରିଜରେ, ତାଙ୍କ ନାମ ଡନ ବ୍ରାଡମ୍ୟାନଙ୍କ ସହିତ ଯୋଡା ଯିବା ଆରମ୍ଭ ହୋଇଥିଲା। ୩ ଟେଷ୍ଟ ପରେ ସେ ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗିପାରିବେ ବୋଲି କହିଛନ୍ତି। ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଏବଂ ଟେଷ୍ଟରୁ ଅବସର ନେଇସାରିଛନ୍ତି, ଏବେ ଉଭୟ କେବଳ ଦିନିକିଆ ଫର୍ମାଟରେ ଖେଳିବେ। ପରବର୍ତ୍ତୀ ଦିନିକିଆ ବିଶ୍ୱକପ ୨୦୨୭ରେ, କ’ଣ ଏହି ଦୁଇ କିମ୍ବଦନ୍ତୀ ଏଥିରେ ଖେଳିବେ? ଏ ବିଷୟରେ ଆଲୋଚନା ଜୋର ଧରିଛି। ୨୦୨୭ ସୁଦ୍ଧା ବିରାଟ-ରୋହିତ ପ୍ରାୟ ୪୦ ବର୍ଷ ବୟସର ହେବେ, ତେଣୁ ୨ଜଣ ଏହି ଦିନିକିଆ ବିଶ୍ବକପ ପୂର୍ବରୁ ଅବସର ଘୋଷଣା କରିପାରନ୍ତି। ଭାରତୀୟ ବ୍ୟାଟିଙ୍ଗ କୋଚ ଗୌତମ ଗମ୍ଭୀର କିଛି ଯୁବ ଖେଳାଳିଙ୍କୁ ଏହି ବିଶ୍ବକପରେ ସୁଯୋଗ ଦେଇପାରନ୍ତି। ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପାଇଁ ଦିନିକିଆ ବିଶ୍ୱକପ ୨୦୨୭ରେ ଖେଳିବା ରାସ୍ତା କଷ୍ଟକର ହୋଇପଡୁଛି। ସେମାନଙ୍କ ଅନୁପସ୍ଥିତିରେ, ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡରେ ଚମତ୍କାର ପ୍ରଦର୍ଶନ କରି ସିରିଜ ୨-୨ରେ ଡ୍ର କରିଥିଲା ଏବଂ ସମସ୍ତ ପାଞ୍ଚଟି ମ୍ୟାଚରେ କଠିନ ଲଢ଼େଇ କରିଥିଲା। ଯଶସ୍ବୀ ଜୟସ୍ବାଲ, କେଏଲ ରାହୁଲ, ରିଷଭ ପନ୍ତ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ, ଆକାଶ ଦୀପ ପ୍ରମୁଖ ବହୁତ ଭଲ ଖେଳିଛନ୍ତି।
ବିଶ୍ୱକପ ସେସନ ଆରମ୍ଭ ହେବା ପୂର୍ବରୁ, ଖେଳାଳିମାନଙ୍କ ସହିତ ଆଲୋଚନା ହେବ, ଯେଉଁଥିରେ ସେମାନଙ୍କର ମାନସିକ ଏବଂ ଶାରୀରିକ ଅବସ୍ଥାକୁ ଅନୁଧ୍ୟାନ କରାଯିବ। ୨୦୨୪ରେ ଟି୨୦ ବିଶ୍ୱକପ ବିଜୟ ସହିତ, କ୍ୟାପଟେନ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଫର୍ମାଟରୁ ଅବସର ନେଇଥିଲେ। ଏହାପରେ, ଉଭୟ ଟେଷ୍ଟରେ ଖରାପ ଫର୍ମ ଦେଖାଇଥିଲେ, ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ, ଉଭୟେ ଟେଷ୍ଟ କ୍ରିକେଟକୁ ମଧ୍ୟ ଅଲବିଦା କହିଥିଲେ। ପ୍ରଶଂସକଙ୍କ ମଧ୍ୟରେ ଏହା ମଧ୍ୟ ଆଲୋଚନା ହୋଇଥିଲା ଯେ ସେମାନଙ୍କୁ ଟେଷ୍ଟରୁ ଅବସର ନେବାକୁ ବାଧ୍ୟ କରାଯାଇଥିଲା କି? ଏବେ ପ୍ରଶ୍ନ ହେଉଛି ଯେ ଉଭୟଙ୍କୁ ଧୀରେ ଧୀରେ ODI ମଧ୍ୟ ବାଦ ଦିଆଯାଇପାରେ? ତେବେ ଯଦି ଏମିତି ହୁଏ ତେବେ କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଯିବ।