Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ମୁମ୍ବାଇରେ ପୁଣି କ୍ୟାପଟେନ ହେବେ ରୋହିତ

Ritu Das
Browse all articles by Ritu Das
·2 years ago·2 min read
ମୁମ୍ବାଇରେ ପୁଣି କ୍ୟାପଟେନ ହେବେ ରୋହିତ

ଅର୍ଗସ ବ୍ୟୁରୋ: ମୁମ୍ବାଇ ଫ୍ୟାନ ମାନଙ୍କ ପାଇଁ ଏକ ଖୁସି ଖବର। ହଁ ଆପଣ ଠିକ ଶୁଣିଛନ୍ତି। ଯେଉଁମାନେ ରୋହିତଙ୍କ କ୍ୟାପଟେନସି ଗଲାପରେ ନିରାଶ ହୋଇଯାଇଥିଲେ। ସେମାନଙ୍କ ପାଇଁ ଆଜି ଆସିଛି ଏକ ଆଶ୍ବସ୍ତି ଖବର। କିନ୍ତୁ ଏନେଇ କୌଣସି ଅଫିସିଆଲି ଘୋଷଣା କରାଯାଇନାହିଁ।

ଆଇପିଏଲ୍ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ କିଛି ଠିକ୍ ହେଉନାହିଁ। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ଫ୍ୟାନମାନେ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟ ଉପରେ ନିରାଶ ହୋଇଥିଲେ। ଏବେ ଦଳର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଯାହା ଅନୁସାରେ ହାର୍ଦ୍ଦିକଙ୍କ ପାଇଁ ଆଇପିଏଲ ୨୦୨୪ରେ ଖେଳିବା କଷ୍ଟକର । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଅପଡେଟ୍ ଆସିବା ପରେ ଫ୍ୟାନମାନେ ଆଶା ରଖିଛନ୍ତି ଯେ ରୋହିତ ଶର୍ମା ପୁଣି ଥରେ ଦଳର କ୍ୟାପଟେନ ଦାୟିତ୍ୱ ନେଇପାରନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପେଟେନ ପଦ ପାଇବା କାରଣରୁ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଏବେ ତାଙ୍କୁ ନେଇ ଏକ ବଡ଼ ଅପଡେଟ୍ ପୁଣି ଚର୍ଚ୍ଚାକୁ ଜୋରଦାର କରିଛି। ବାସ୍ତବରେ ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ ବିଶ୍ୱକପ୍ ୨୦୨୩ରେ ଆହତ ହୋଇଥିବାରୁ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଥିଲେ। ଗୋଡ଼ରେ ଆଘାତ ଲାଗିଥିବାରୁ ହାର୍ଦ୍ଦିକଙ୍କୁ ଦଳରୁ ବାଦ ଦିଆଯାଇଥିଲା। ସେହି ଆଘାତରୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି। ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ତାଙ୍କୁ ଶେଷ ଥର ପାଇଁ ଆକ୍ସନରେ ଦେଖିବାକୁ ମିଳିଥିଲା ଏବଂ ସେହି ମ୍ୟାଚରେ ସେ ଆହତ ହୋଇଥିଲେ। ଆଫଗାନିସ୍ତାନ ଟି-୨୦ ସିରିଜ୍ ପୂର୍ବରୁ ହାର୍ଦ୍ଦିକ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ମଡିଆ ରିପୋର୍ଟ ଅନୁଯାୟୀ, ଏହି ଅଲରାଉଣ୍ଡରଙ୍କ ପାଇଁ ଉଭୟ ଟି-୨୦ ସିରିଜ୍ ଏବଂ ଏପରିକି ଆଇପିଏଲରେ ଭାଗ ନେବା କଷ୍ଟକର। ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାର୍ଦ୍ଦିକଙ୍କ ଫିଟନେସ ସ୍ଥିତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ହୋଇନାହିଁ ଏବଂ ସେ କେବେ ଫେରିବେ ତାହା କହିବା ଅତ୍ୟନ୍ତ କଷ୍ଟକର। ତେବେ ସେ ଆଇପିଏଲ ୨୦୨୪ ଖେଳିବେ କି ନାହିଁ ତାହା ଏନସିଏ ସ୍ଥିର କରିବେ। ତେବେ ସେ ଯାହା ହେଉନା କାହିଁକି ଏହା ଅତ୍ୟନ୍ତ ଖୁସି ଖବର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
Rohit will be the | Argus News