Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ଖେଳିବେନି ରୋହିତ

Ritu Das
Browse all articles by Ritu Das
·1 year ago·1 min read
ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ଖେଳିବେନି ରୋହିତ

ଅର୍ଗସ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଏକ ବଡ଼ ଖବର। ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଖେଳି ନ ପାରନ୍ତି। ଭାରତୀୟ ଦଳ ଅଷ୍ଟ୍ରେଲିଆରେ ନଭେମ୍ବର ୨୨ ରୁ ପର୍ଥରେ ପାଞ୍ଚ ଟେଷ୍ଟ ସିରିଜ୍ ଆରମ୍ଭ ହେବ।
ରୋହିତ ଆଡିଲେଡରେ ପ୍ରଥମ କିମ୍ବା ଦ୍ୱିତୀୟ ମ୍ୟାଚ୍ ମିସ୍ କରିବାର ସମ୍ଭାବନା ଅଛି। ପରିସ୍ଥିତିକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଖବର ଅନୁଯାୟୀ ରୋହିତ ବିସିସିଆଇକୁ ଜଣାଇଛନ୍ତି ଯେ, କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ କାରଣରୁ ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ମ୍ୟାଚ ସେ ଖେଳି ନ ପାରନ୍ତି।

ଯଦି, ସିରିଜ୍ ପୂର୍ବରୁ ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯାଏ, ସେ ହୁଏତ ସମସ୍ତ ପାଞ୍ଚଟି ଟେଷ୍ଟ ଖେଳିପାରନ୍ତି। ତେବେ ଏସମ୍ପର୍କରେ ଆଗାମୀ ଦିନରେ ସ୍ପଷ୍ଟ ସୂଚନା ମିଳିପାରେ। ୩୭ ବର୍ଷୀୟ ରୋହିତ ବାଂଲାଦେଶ ବିପକ୍ଷରେ ଉଭୟ ଘରୋଇ ଟେଷ୍ଟ ଖେଳିଥିଲେ। ଅକ୍ଟୋବର ୧୬ ରୁ ଭାରତ ତିନି ଟେଷ୍ଟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ।

ଯଦି ରୋହିତ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ ମ୍ୟାଚ୍ ମିସ୍ କରନ୍ତି, ତେବେ ଇନ୍-ଫର୍ମ ଅଭିମନ୍ୟୁ ଇଶ୍ୱରନ ତାଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ଅଛି। ଯଦିଓ ଶୁଭମାନ ଗିଲ ଏବଂ କେ.ଏଲ୍ ରାହୁଲ ମଧ୍ୟ ଓପନିଂ ସ୍ଲଟରେ ପର୍ଯ୍ୟାପ୍ତ ଅଭିଜ୍ଞତା ଥିବା ଖେଳାଳି ଅଟନ୍ତି। ଈଶ୍ୱରନ ଏହି ସମୟରେ ଇଣ୍ଡିଆ ଏ ଦଳ ସହିତ ଅଷ୍ଟ୍ରେଲିଆରେ ଗସ୍ତରେ ଥିବେ, ଯେଉଁ ଦଳର ସେ ନେତୃତ୍ୱ ନେବେ। ତେବେ ବାଂଲାଦେଶ ବିପକ୍ଷ ଘରୋଇ ସିରିଜରେ ରୋହିତଙ୍କ ପାଇଁ କୌଣସି ଅଫିସିଆଲ୍ ଡେପୁଟି ନ ଥିବାରୁ ଟେଷ୍ଟ ଦଳର ଉପ-ଅଧିନାୟକ କିଏ ହେବେ ସେନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିପାରିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Rohit will not | Argus News