Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟି-୨୦ ପରେ ଦିନିକିଆ ଓ ଟେଷ୍ଟ ମ୍ୟାଚରୁ ଅବସର ନେବେ ରୋହିତ!

Ritu Das
Browse all articles by Ritu Das
·1 year ago·2 min read
ଟି-୨୦ ପରେ ଦିନିକିଆ ଓ ଟେଷ୍ଟ ମ୍ୟାଚରୁ ଅବସର ନେବେ ରୋହିତ!

ଅର୍ଗସ ବ୍ୟୁରୋ: ଇଣ୍ଡିଆ ଟିମର ହିଟମ୍ୟାନ ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। କିଏ କହୁଛି ରୋହିତ ଆଉ କୌଣସି ଫର୍ମାଟରେ ଖେଳିବେ ନାହିଁ। ସେ ସବୁ ଫର୍ମାଟରୁ ବିଦାୟ ନେବେ ତେବେ ଆପଣ କଣ ଭାବୁଛନ୍ତି ରୋହିତ କଣ ସତରେ ଆଉ ଖେଳିବେନି ଚାଲନ୍ତୁ ଜାଣିବା। 

 

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଗତ ମାସରେ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ଜିତିଥିଲା। ୨୯ଜୁନରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ, ଦକ୍ଷିଣ ଆଫ୍ରିକାକୁ ୭ରନରେ ପରାସ୍ତ କରିଥିଲା। ଏହି ବିଜୟ ସହିତ ଭାରତୀୟ ଦଳ ଦ୍ୱିତୀୟ ଥର ପାଇଁ ଟି -୨୦ ବିଶ୍ୱକପ ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲା। ଏହାପୂର୍ବରୁ, ଭାରତ ୨୦୦୭ରେ ମଧ୍ୟ ଏହି ଟାଇଟଲ୍ ଜିତିଥିଲା। 

ତେବେ ଟି -୨୦ ବିଶ୍ୱକପ ଜିତିବା ପରେ ପରେ ଅଧିନାୟକ ରୋହିତ ଶର୍ମା ଟି -୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହା ପରେ ଚର୍ଚ୍ଚା ହେଉଥିଲା ଯେ, ଟି-୨୦ ପରେ ରୋହିତ ଉଭୟ ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ଅବସର ନେବେ। ଏବେ ଏହି ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରୋହିତ। 
ରବିବାର  ଡଲାସରେ ଆୟୋଜିତ ଏକ ଇଭେଣ୍ଟ ସମୟରେ ରୋହିତଙ୍କୁ ଟେଷ୍ଟ ଓ ଦିନିକିଆ ମ୍ୟାଚରୁ ଅବସର ନେବା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ସେ କହିଥିଲେ, ମୁଁ ଏଭଳି ଜଣେ ବ୍ୟକ୍ତି ନୁହେଁ ଯିଏ ଭବିଷ୍ୟତ କଥା ବେଶୀ ଭାବେ। ମୋର ଏବେ ବହୁତ କିଛି କରିବାର ବାକି ଅଛି। ଆପଣମାନେ ମୋତେ ଆହୁରି କିଛି ଦିନ ଖେଳୁଥିବାର ଦେଖିବେ। ରୋହିତଙ୍କ ଏଭଳି ବୟାନ ପରେ ସେ ଅବସର ନେବା ଚର୍ଚ୍ଚାର ଏବେ ଅବସାନ ଘଟିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆପଣ ଜାଣିଥିବେ ୨୦୨୧ ମସିହାରେ ଟି-୨୦ ବିଶ୍ବକପ ବେଳେ ଟିମ ଇଣ୍ଡିଆ ଖରାପ ପ୍ରଦର୍ଶନ କରିଥିଲା। ଏହାପରେ ବିସିସିଆଇ ରୋହିତ ଶର୍ମାଙ୍କୁ କ୍ୟାପଟେନ କରିଥିଲା। ରୋହିତଙ୍କ କ୍ୟାପଟେନ୍ସିରେ ଭାରତୀୟ ଟିମ ୨୦୨୨ ଟି-୨୦ ବିଶ୍ବକପରେ ସେମିଫାଇନାଲରେ ହିଁ ବାହାରିଯାଇଥିଲା। ଯେଉଁଥିରେ ରୋହିତ ପୁରାପୁରି ଭାଙ୍ଗିପଡ଼ିଥିଲେ। 

ଶେଷରେ ୨୦୨୪ ମସିହାରେ ହିଟମ୍ୟାନ ଟି-୨୦ ବିଶ୍ବକପରେ ଦକ୍ଷିଣ-ଆଫ୍ରିକାକୁ ହରାଇ ଭାରତକୁ ଚାମ୍ପିୟନ ବନାଇବାରେ ସଫଳ ହୋଇଛନ୍ତି। ୧୩ ବର୍ଷ ପରେ ଭାରତ ଆଇସିସି ଟ୍ରଫି ଜିତିଲା। ଦ୍ବିତୀୟ ଥର ପାଇଁ ଟି-୨୦ ଚାମ୍ପିୟନ ଟ୍ରଫି ଭାରତ ନିଜ ନାଁରେ କରିଛି। ଆଉ ଏହାର ଶ୍ରେୟ କେବଳ ଯାଉଛି ରୋହିତ ଶର୍ମାଙ୍କୁ। କିନ୍ତୁ ଫ୍ୟାନମାନେ ତାଙ୍କୁ ODI ଫର୍ମାଟରୁ ବିଦାୟ ଦେବାକୁ ଚାହୁଁନାହାନ୍ତି। କାରଣ ରୋହିତଙ୍କ କ୍ୟାପଟେନ୍ସି ଏବଂ ଟିମ ମ୍ୟାନେଜମେଣ୍ଟ ହେଉଛି ସବୁବେଳେ ବେଷ୍ଟ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Rohit will retire | Argus News