Videos
|
Sports

ୟୁଟ୍ୟୁବରେ ରୋନାଲଡୋଙ୍କ ରାଜ୍‌

Sangram Tripathy
Browse all articles by Sangram Tripathy
·1 year ago
ୟୁଟ୍ୟୁବରେ ରୋନାଲଡୋଙ୍କ ରାଜ୍‌

ଅର୍ଗସ ବ୍ୟୁରୋ:କେବଳ ଫୁଟବଲ୍ ପଡ଼ିଆରେ ନୁହେଁ,ୟୁଟ୍ୟୁବରେ  କ୍ରିଷ୍ଟିଆନୋ ରୋନାଲଡୋଙ୍କ ରାଜ୍‌ ଦେଖିବା ମିଳିଛି। କଣ୍ଟେଣ୍ଟ କ୍ରିଏଟର ଭାବରେ ନୂଆ କ୍ୟାରିଅର ଆରମ୍ଭ କରିଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ରୋନାଲ୍‌ଡୋ  ୟୁଟ୍ୟୁବ୍ ରେକର୍ଡ ଭାଙ୍ଗିଛନ୍ତି। ୨୪ ଘଣ୍ଟାରେ ୧୦ ନିୟୁତ ସବ୍‌ଷ୍କ୍ରାଇବର୍‌ ହେବାର ମାଇଲଖୁଣ୍ଟ ଛୁଇଁବାରେ ବିଶ୍ବର ଦ୍ରୁତତମ ସେଲିବ୍ରିଟି ପାଲଟିଛନ୍ତି ରୋନାଲ୍‌ଡୋ।

ପୂର୍ବରୁ ସାମାଜିକ ଗଣମାଧ୍ୟମରେ ସର୍ବାଧିକ ଅନୁଗାମୀ ଥିବା ରେକର୍ଡ ମଧ୍ୟ ରୋନାଲ୍‌ଡୋଙ୍କ ନାମରେ ରହିଛି। ରୋନାଲ୍‌ଡୋଙ୍କର ‘ଏକ୍ସ’ରେ ୧୧୫.୫ ନିଯୁତ, ଫେସ୍‌ବୁକ୍‌ରେ ୧୭୦ ନିୟୁତ ଏବଂ ଇନ୍‌ଷ୍ଟାଗ୍ରାମରେ ୬୩୬ ନିୟୁତ ଅନୁଗାମୀ ଅଛନ୍ତି।ଫୁଟବଲରେ ସେ ଯେମିତି ସାରା ବିଶ୍ୱରେ ଚମକି ଥାଆନ୍ତି, ଠିକ ସେମିତି ପଡିଆ ବାହାରେ ମଧ୍ୟ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ronaldo's record on YouTube | Argus News