Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମୁଲତାନ ଟେଷ୍ଟ୍‌ରେ ରୁଟଙ୍କ ଚମକ,ପଛରେ ପଡିଲେ ଗାଭାସ୍କର, ଲାରା,ଦ୍ରାବିଡ଼

Sports

ମୁଲତାନ ଟେଷ୍ଟ୍‌ରେ ରୁଟଙ୍କ ଚମକ,ପଛରେ ପଡିଲେ ଗାଭାସ୍କର, ଲାରା,ଦ୍ରାବିଡ଼

Sangram Tripathy
Browse all articles by Sangram Tripathy
·1 year ago
ମୁଲତାନ ଟେଷ୍ଟ୍‌ରେ ରୁଟଙ୍କ ଚମକ,ପଛରେ ପଡିଲେ ଗାଭାସ୍କର, ଲାରା,ଦ୍ରାବିଡ଼

ଅର୍ଗସ ବ୍ୟୁରୋ:ମୁଲତାନ ଟେଷ୍ଟ୍‌ରେ ଚମକିଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ୍ । ପାକିସ୍ତାନକୁ ଦୃଢ଼ ଜବାବ ଦେଇଛି ଇଂଲଣ୍ଡ । ପାକିସ୍ତାନର ୫୫୬ ରନ୍ ଜବାବରେ ତୃତୀୟ ଦିନ ଷ୍ଟମ୍ପ୍ସ ବେଳକୁ ମାତ୍ର ୩ ୱିକେଟ୍ ହରାଇ ୪୯୨ ରନ୍ କରି ମଜବୁତ ସ୍ଥିତିରେ ପହଞ୍ଚିଛି।ରୁଟ୍ ଟେଷ୍ଟରେ୧୬୭ ବଲ୍‌ରୁ ୩୫ତମ ଟେଷ୍ଟ୍ ଶତକ ଅର୍ଜନ କରି ବିଶ୍ବ କ୍ରିକେଟ୍‌ର ତିନି ମହାନ ତାରକା ସୁନୀଲ ଗାଭାସ୍କର, ବ୍ରାଏନ ଲାରା ଓ ୟୁନୁସ୍ ଖାନଙ୍କ ୩୪ଶତକ ରେକର୍ଡ ଭାଙ୍ଗିଛନ୍ତି। ୧୭୬ ରନ୍‌ରେ ଅପରାଜିତ ଥିବାରୁ ରୁଟ୍ ସ୍ମରଣୀୟ ଦ୍ବିଶତକୀୟ ପାଳି ଠାରୁ ୨୪ ରନ୍ ଦୂରରେ ରହିଛନ୍ତି। ପାକିସ୍ତାନରେ ଷଷ୍ଠ ପାଳି ଖେଳି ଚତୁର୍ଥ ଶତକ ହାସଲ କରିବା ପରେ ରାହୁଲ ଦ୍ରାବିଡ଼ ଏବଂ ସୁନୀଲ ଗାଭାସ୍କରଙ୍କୁ ଟପିଥିଲେ। ରୁଟଙ୍କ ଜବରଦସ୍ତ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଛନ୍ତି ଫ୍ୟାନ୍ 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Root shines in Multan Test, Gavaskar, Lara, Dravid fall behind | Argus News