Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - CSKକୁ ୫୦ ରନରେ ହରାଇଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ

Sports

CSKକୁ ୫୦ ରନରେ ହରାଇଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ

Ritu Das
Browse all articles by Ritu Das
·1 year ago·2 min read
CSKକୁ ୫୦ ରନରେ ହରାଇଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ

ଚଳିତ ଆଇପିଏଲର ଅଷ୍ଟମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫୦ ରନରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ରଜତ ପାଟିଦାରଙ୍କ କ୍ୟାପ୍ଟେନ ଇନିଂସ ଓ ବୋଲରଙ୍କ ଘାତକ ବୋଲିଂ ବଳରେ ଆରସିବି ଏକ ବଡ଼ ବିଜୟ ହାସଲ କରିଛି । ଚେନ୍ନାଇ ସୁପର କିଙ୍ଗ୍ସକୁ ୫୦ ରନ୍ ପରାସ୍ତ କରି ଆରସିବି ଲଗାତାର ଦୁଇଟି ମ୍ୟାଚ୍ ଜିତିଛି । ଚେନ୍ନାଇ ପାଇଁ ରଚିନ ରବିନ୍ଦ୍ର ସର୍ବାଧିକ ୪୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ବଡ଼ ସ୍କୋର କରିପାରି ନଥିଲେ । ୧୯୭ ରନ୍ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇକୁ ଆରମ୍ଭରୁ ହିଁ ବଡ଼ ଝଟକା ଲାଗିଥିଲା । ଦ୍ୱିତୀୟ ଓଭରରେ ହିଁ ଟିମ୍ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା ।


ରାହୁଲ ତ୍ରିପାଠୀ (୫) ଓ କ୍ୟାପ୍ଟେନ ଋତୁରାଜ ଗାଏକୱାଡ୍ (୦) ରନ୍ କରି ଜୋଶ ହେଜଲଉଡଙ୍କ ଶିକାର ହୋଇଥିଲେ । ଏହାପରେ ଦୀପକ ହୁଡ୍ଡାଙ୍କୁ ୪ ରନରେ ଆଉଟ୍ କରାଇଥିଲେ ଭୁବନେଶ୍ୱର କୁମାର । ରଚିନ୍ ରବିନ୍ଦ୍ର ୪୧, ସାମ୍ କୁରାନ ୮, ଶିଭମ ଦୁବେ ୧୯, ଅଶ୍ୱିନ ୧୧ ରନ୍ କରି ଆଉଟ୍ ହୋଇଥିଲେ । ଧୋନୀ ୧୬ ବଲରେ ୩୦ ରନ୍ କରି ଅପରାଜିତ ରହିଥିଲେ । ବେଙ୍ଗାଲୁରୁ ପାଇଁ ଜୋଶ ହେଜଲଉଡ୍, ଲିଆମ୍ ଲିଭିଙ୍ଗଷ୍ଟନ୍, ୟଶ ଦୟାଲ ଦୁଇଟି ଲେଖାଏ ୱିକେଟ୍ ନେଇଥିଲେ । ଚେନ୍ନାଇ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୮ ରନ୍ କରିବାରେ ସକ୍ଷମ ହେଲା। ଅଧିନାୟକ ରଜତ ପାଟିଦାରଙ୍କ ଅର୍ଦ୍ଧଶତକ ଓ ଶେଷ ଓଭରରେ ଟିମ୍ ଡେଭିଡଙ୍କ ଚମତ୍କାର ବୋଲିଂ ବଳରେ ଆରସିବି ସ୍କୋର ବୋର୍ଡରେ ୧୯୬ ରନ୍ ଲଗାଇଥିଲା । ଆରସିବି ପାଇଁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର ଫିଲିପ୍ପ ସଲ୍ଟ ଓ ବିରାଟ କୋହଲି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୁହିଁଙ୍କ ମଧ୍ୟରେ ୪୧ ରନ୍ ଭାଗୀଦାରି ହୋଇଥିଲା । ୪୫ ରନ୍‌ରେ ଫିଲିପ୍ପ ସଲ୍ଟ ବ୍ୟକ୍ତିଗତ ୩୨ ରନ୍‌ରେ ଆଉଟ୍ ହୋଇଥିଲେ। ତାଙ୍କ ପରେ ଦେବଦତ୍ତ ପାଡିକଲ୍ ୨୭, ବିରାଟ କୋହଲି ୩୧, ଲିଆମ୍ ଲିଭିଙ୍ଗଷ୍ଟନ୍ ୧୦, ଜିତେଶ ଶର୍ମା ୧୨ କରି ଆଉଟ୍ ହୋଇଥିଲେ । ଆରସିବି ପାଇଁ କ୍ୟାପ୍ଟେନ ରଜତ ପାଟିଦାର ସର୍ବାଧିକ ୫୧ ରନ୍ କରିଥିଲେ । ଶେଷ ଓଭରରେ ଟିମ୍ ଡେଭିଡ୍ ୩ଟି ଛକା ମାରି ବ୍ୟକ୍ତିଗତ ୨୨ ରନ୍ କରି ଅପରାଜିତ ରହିଥିଲେ । ଚେନ୍ନାଇ ପାଇଁ ନୁର ଅହମ୍ମଦ ସବୁଠୁ ସଫଳ ବୋଲର ହୋଇଥିଲେ । ସେ ଚାରି ଓଭରରେ ୩୬ ରନ୍ ଦେଇ ୩ ୱିକେଟ୍ ନେବାରେ ସଫଳ ହୋଇଥିଲେ । ସେହିପରି ପଥିରାନା ୨, ଅଶ୍ୱିନ ୧ ଓ ଖଲିଲ୍ ଅହମ୍ମଦ ୧ ୱିକେଟ୍ ନେଇଥିଲେ ।

Sponsored
royal-challengers-bangalore-beat-csk-by-50-runs | Argus News