Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନାଁ ପରିବର୍ତ୍ତନ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Ritu Das
Browse all articles by Ritu Das
·2 years ago·2 min read
ନାଁ ପରିବର୍ତ୍ତନ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଅର୍ଗସ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ବିଗୁଲ ବାଜିସାରିଲାଣି। ମାର୍ଚ୍ଚ ୨୨ରୁ ଦର୍ଶକଙ୍କ ପାଇଁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ। ସବୁ ଟିମର ପ୍ଲେୟର ମାନେ ଅଭ୍ୟାସ ଆରମ୍ଭ କରିସାରିଲେଣି। ବହୁ ଖେଳାଳି ଭାରତରେ ପହଞ୍ଚିସାରିଲେଣି। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ଫାଫ ଡୁପ୍ଲେସିସ ଏବଂ ଗ୍ଲେନ ମାକ୍ସଓ୍ବେଲ ବି ଟିମରେ ଯୋଡି ହୋଇସାରିଲେଣି। କିନ୍ତୁ ବିରାଟ କୋହଲି ଏପର୍ଯ୍ୟନ୍ତ ଟିମରେ ଯୋଡ଼ି ହୋଇ ନାହାନ୍ତି। ଆରସିବିର ପୂର୍ବତନ କ୍ୟାପଟେନ ବିରାଟ କୋହଲି ନିକଟରେ ଦ୍ବିତୀୟଥର ପିତା ହୋଇଛନ୍ତି। କୋହଲି ଏହି କାରଣରୁ ଇଂଲଣ୍ଡ ବିପକ୍ଷରେ ହୋଇଥିବା ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଅନୁପସ୍ଥିତ ଥିଲେ। 

 

ଆଇପିଏଲରେ ଆଉ ଦେଖିବାକୁ ମିଳିବନି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର। ଚିନ୍ତାରେ ଆରସିବିର ଡାଏ ହାର୍ଟ ଫ୍ୟାନ ଓ ବିରାଟଙ୍କ ସପୋର୍ଟର। ଆପଣ ବି ଚିନ୍ତା କରୁଥିବେ ଯେ ଆମେ ଏମିତି କହିବାର କାରଣ କଣ। ତେବେ ଚାଲନ୍ତୁ ଏହି ସସପେନ୍ସ ଏବେ ଦୂର କରିବା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚେନ୍ନାଇର ଚେପାକ ଷ୍ଟାଡିୟମରେ ମାର୍ଚ୍ଚ ୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ ୨୦୨୪ର ଉଦଘାଟନୀ ମ୍ୟାଚ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ ନାମ ପରିବର୍ତ୍ତନ କରିବାକୁ ଯାଉଛି। ବେଙ୍ଗାଲୁରୁ ଏବଂ ସମଗ୍ର ଭାରତରେ ଏକ ବିରାଟ ତଥା ଉତ୍ସାହୀ ଫ୍ୟାନ ବେସ ସହିତ ଆଇପିଏଲ ଇତିହାସରେ ଆରସିବି ହେଉଛି ଅନ୍ୟତମ ଲୋକପ୍ରିୟ ଦଳ। ଆଇପିଏଲ ୨୦୨୪ ଆରମ୍ଭ ପାଇଁ ଉତ୍ସାହ ସହିତ ନୂତନ ଆରସିବିର ଫ୍ରାଞ୍ଚାଇଜ ନାମ ଉନ୍ମୋଚନ ହେବାକୁ ଯାଉଛି। ନାଁ ପରିବର୍ତ୍ତନ ହେଲେ ବୋଧେ ଏଥର ଦଳ ପାଇଁ ପ୍ଲସ ପଏଣ୍ଟ ରହିବ। ଆଉ ଟ୍ରଫି ଜିତିବ। କାରଣ ଯେତେ ଭଲ ଖେଳିଲେ ବି ରୟାଲ ଚାଲେଞ୍ଜର୍ସ କେବେ ଆଇପିଏଲ ଟ୍ରଫି ଜିତିନି। ଫ୍ୟାନମାନେ ଚାହୁଁଛନ୍ତି ଯେ, ଚଳିତବର୍ଷ ବିରାଟଙ୍କ ଟିମ ଟ୍ରଫି ଜିତୁ। 

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏହାର ଏକ୍ସ ହ୍ୟାଣ୍ଡେଲରେ ରିଲିଜ ହୋଇଥିବା ଏକ ଟିଜର କନ୍ନଡ ଅଭିନେତା ରିଷଭ ଶେଟ୍ଟୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରରେ ନାମ ପରିବର୍ତ୍ତନ ବିଷୟରେ ସୂଚନା ଦେଉଥିବା ଦେଖିବାକୁ ମିଳିଛି। ତେବେ ଟିଜରଟି ଫ୍ୟାନମାନଙ୍କୁ ଭଲ ଲାଗୁଛି। କିନ୍ତୁ ଫ୍ୟାନମାନେ ଏକଦମ ଡରିଯାଇଥିଲେ ଯେ, ନାଁ କଣ ରହିବ। ବିରାଟ ଅଛନ୍ତି ନା ନାହିଁ। ଆପଣମାନେ ଜମା ବି ଡରନ୍ତୁନି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ରାଞ୍ଚାଇଜ ଆଇପିଏଲ ୨୦୨୪ରୁ ନୂତନ ନାମ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଯୋଡ଼ିବ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
Royal Challengers | Argus News