Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସ୍ପାଇଡର କ୍ୟାମେରା ଯୋଗୁଁ ବନ୍ଦ ହେଲା ମ୍ୟାଚ୍‌

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସ୍ପାଇଡର କ୍ୟାମେରା ଯୋଗୁଁ ବନ୍ଦ ହେଲା ମ୍ୟାଚ୍‌

ଅର୍ଗସ ବ୍ୟୁରୋ:  ଛିଣ୍ଡିଗଲା ତାର, ବନ୍ଦ ହୋଇଗଲା ମ୍ୟାଚ।  ଏଭଳି ଘଟଣା ଦେଖିବାକୁ ମିଳିଛି ଆଇପିଏଲ୍‌  ମ୍ୟାଚରେ। ୨୦୨୪ର ୪ର୍ଥ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ଚାଲିଥିଲା । ଏହି ମ୍ୟାଚ୍ ସମୟରେ ସ୍ପାଇଡର କ୍ୟାମେରାର ତାର ହଠାତ୍ ଛିଡ଼ି ଯାଇଥିଲା । ଯେଉଁଥିପାଇଁ କ୍ୟାମେରା ତଳେ ମଧ୍ୟ ପଡିଯାଇଥିଲା । ଏହା ପରେ ଟେକ୍ନିସିଆନ ଆସି ତାରକୁ ବଦଳାଇ ସ୍ପାଇଡର କ୍ୟାମେରାକୁ ଠିକ୍‌ କରିଥିଲେ ।ଏହି ସମୟରେ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ହୋଇ ରହିଥିଲା । ସ୍ପାଇଡର କ୍ୟାମେରା ଯୋଗୁଁ ମ୍ୟାଚ୍‌ ବନ୍ଦ ହେବା ବହୁତ କମ୍‌ ଦେଖାଯାଏ । ପାଖାପାଖି ୭ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରହିଥିଲା ମ୍ୟାଚ୍‌ । 

ସୱାଇ ମାନସିଂହ ଷ୍ଟାଡିୟମରେ ସଜୁ ସାମସନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର ରେ ୪ଟି ୱିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଥିଲା । ଫଳରେ ଲକ୍ଷ୍ନୌକୁ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା । କିନ୍ତୁ ମ୍ୟାଚ୍‌ ଆରମ୍ଭରୁ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମ୍ୟାଚ୍‌ର ପ୍ରଥମ ଓଭରର ୩ଟି ବଲ୍‌ ପରେ ବନ୍ଦ ରହିଥିଲା ଖେଳ । ସ୍ପାଇଡର କ୍ୟାମେରା ଯୋଗୁଁ ମ୍ୟାଚ୍‌ ବନ୍ଦ ହୋଇଥିଲା। ରାଜସ୍ଥାନ ପାଇଁ ସଂଜୁ ସାମସନ୍‌ ସର୍ବାଧିକ ବ୍ୟକ୍ତି‌ଗତ ସ୍କୋର କରିଥିଲେ। ସେ ୫୨ଟି ବଲ୍‌ ଖେଳି ୩ଟି ଚୌକା ଓ ୬ଟି ଛକା ବଳରେ ଅପରାଜିତ ରହି ୮୨ ରନ୍‌ ସଂଗ୍ରହ କରିଥିଲେ ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
RR vs LSG IPL 2024 halted after just two balls as 'Spidercam snaps and falls down' | Argus News