ଟେଷ୍ଟ ପନ୍ତ ବେଷ୍ଟ,ଆଇସିସି ମାନ୍ୟତା ଟପ୍ ୧୦କୁ ଫେରିଲେ ଋଷଭ

ଅର୍ଗସ ବ୍ୟୁରୋ:ଟେଷ୍ଟରେ କମାଲ୍ କରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ,ଦୁର୍ଘଟଣାରୁ ସୁସ୍ଥ ହୋଇ ୨ ବର୍ଷ ପରେ ଟେଷ୍ଟ କ୍ରିକେଟକୁ ଫେରିବା ସହ ତାଙ୍କ ଦବଦବା ଦେଖିବାକୁ ମିଳିଛି। ଆଇସିସି ମାନ୍ୟତାରେ ଟପ୍ ୧୦ରେ ପ୍ରବେଶ କରିଛନ୍ତି,ବର୍ତ୍ତମାନ ପନ୍ତ ସିଧାସଳଖ ୭୩୧ ପଏଣ୍ଟ ସହ ରାଙ୍କିଙ୍ଗର ଷଷ୍ଠ ସ୍ଥାନକୁ ଲମ୍ପ ମାରିଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଦ୍ବିତୀୟ ଇଂନିସରେ ଗର୍ଜିଥିଲା ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ବ୍ୟାଟ୍,ହଜିଛି ବାଂଲା ବୋଲରଙ୍କ ନିଦ,ଟେଷ୍ଟ କ୍ରିକେଟରେ ଷଷ୍ଠ ତମ ଶତକ ହାସଲ କରିଥିଲେ ପନ୍ତ। ୧୦୯ ରନର ଜବରଦସ୍ତ ପାରି ଖେଳିଥିଲେ ସେଥିରେ ସାମିଲ୍ ଥିଲା ୧୩ଟି ଚୌକା,୪ଟି ଛକା ।ଏଥିସହ ବ୍ୟାଟ୍ସମ୍ୟାନ୍ ୱିକେଟ୍ କିପର ଭାବେ ଟେଷ୍ଟରେ ଧୋନିଙ୍କ ଷଷ୍ଠ ତମ ଶତକ ସହ ରେକର୍ଡ ବରାବର ମଧ୍ୟ କରିଥିଲେ ପନ୍ତ।
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୩୯,ଦ୍ବିତୀୟ ଇଂନିସରେ ୧୦୯ ରନର ପାରି ଖେଳିଥିଲେ। ଟେଷ୍ଟରେ ରନ୍ ମେସିନ ବିରାଟ କୋହଲି ୫ଟି ସ୍ଥାନ ତଳକୁ ଖସି ଟପ ୧୦ରୁ ବାଦ ପଡ଼ି ଦ୍ୱାଦଶ ସ୍ଥାନରେ ପହଞ୍ଚିଛନ୍ତି।ଅଧିନାୟକ ରୋହିତ ଶର୍ମା ରାଙ୍କିଙ୍ଗରେ ଅବନତି ମଧ୍ୟ ଘଟିଛିତାଙ୍କୁ ୫ଟି ସ୍ଥାନ ହରାଇବାକୁ ପଡ଼ିଛି ସେ ମାତ୍ର ୭୧୬ ପଏଣ୍ଟ ସହ ରାଙ୍କିଙ୍ଗର ୧୦ନମ୍ବର ସ୍ଥାନରେ ରହିଛନ୍ତି । ଯଶସ୍ୱୀ ଜୈସୱାଲ ୭୫୧ ପଏଣ୍ଟ ସହ ୫ମ ସ୍ଥାନ ଦଖଲ କରିଛନ୍ତି। ୮୯୯ ପଏଣ୍ଟ ସହ ଜୋ ରୁଟ ୧ନଂ ସ୍ଥାନରେ, ୮୫୨ ପଏଣ୍ଟ ସହ କେନ ୱିଲିୟମସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବୋଲିଂରେ ଭାରତର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି। ୨ ନଂ ସ୍ଥାନକୁ ଲମ୍ଫ ମାରିଛନ୍ତି ଯଶପ୍ରୀତ ବୁମରା।ରବୀନ୍ଦ୍ର ଜାଡେଜା ମଧ୍ୟ ଗୋଟିଏ ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୬ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ୨୭ ତାରିଖରୁ ନାଗପୁରରେ ଖେଳାଯିବ,ଭାରତୀୟ ଖେଳାଳି ସେଠାରେ ଅନେକ ରେକର୍ଡ କରିବେ ତା ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ୨ରୁ ୨ ଟେଷ୍ଟ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ସେନା ।