Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସଚିନଙ୍କୁ BCCI ସର୍ବୋଚ୍ଚ ପୁରସ୍କାର

Rashmita Mishra
Browse all articles by Rashmita Mishra
·1 year ago·1 min read
ସଚିନଙ୍କୁ BCCI ସର୍ବୋଚ୍ଚ ପୁରସ୍କାର

ଅର୍ଗସ ବ୍ୟୁରୋ: ବିସିସିଆଇ ପୁରସ୍କାର ବିଜେତା ଘୋଷଣା । ସଚିନ ତେନ୍ଦୁଲକରଙ୍କୁ କର୍ଣ୍ଣେଲ ସି.କେ ନାଇଡୁ ଆଜୀବନ ଆଚିଭମେଣ୍ଟ ଆୱାର୍ଡ । ରବିଚନ୍ଦ୍ରନ୍ ଅଶ୍ବିନ୍ ବିସିସିଆଇର ସ୍ଵତନ୍ତ୍ର ପୁରସ୍କାର ପାଇଁ ମନୋନୀତ । ଫେବୃଆରୀ 1 ରେ ମୁମ୍ବାଇରେ ଆୟୋଜନ ହେବ ସମାରୋହ ।


ବିସିସିଆଇ ପୁରସ୍କାର 2023-24 ପାଇଁ ବିଜେତାଙ୍କ ନାମ ଚୂଡାନ୍ତ ହୋଇଛି । ଏଥର ମୋଟ 26 ଖେଳାଳିଙ୍କୁ ସମ୍ମାନିତ କରାଯିବ। କ୍ରିକେଟ କିମ୍ବନ୍ଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯିବ। ସଚିନ ତେନ୍ଦୁଲକରଙ୍କୁ କର୍ଣ୍ଣେଲ ସି.କେ ନାଇଡୁ ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଏହି ତାଲିକାରେ ଶଶାଙ୍କ ସିଂ ଏବଂ ଅଗ୍ନି ଚୋପ୍ରାଙ୍କ ପରି ଉଦୀୟମାନଙ୍କ ନା ସାମିଲ । ଶଶାଙ୍କ ସିଂ ଆଇପିଏଲରେ ନିଜର ପରିଚୟ ସୃଷ୍ଟି କରିଥିଲେ। ବିସିସିଆଇର ସ୍ବତନ୍ତ୍ର ପୁରସ୍କାର ପାଇଁ ରବିଚନ୍ଦ୍ରନ୍ ଅଶ୍ବିନ୍ ମନୋନୀତ ହୋଇଛନ୍ତି। ଫେବୃଆରୀ 1 ରେ ମୁମ୍ବାଇରେ ବିସିସିଆଇ ଏହି ସମାରୋହ ଆୟୋଜନ କରିବ। ଯେଉଁଥିରେ ଏହି ସମସ୍ତ ନାମ ସମ୍ମାନିତ ହେବ । ସର୍ବୋତ୍ତମ କ୍ରିକେଟ୍ ଆସୋସିଏସନ୍ ଭାବରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ଚୟନ କରାଯାଇଛି । ଏହା ବ୍ୟତୀତ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନା ଏବଂ ଦୀପ୍ତି ଶର୍ମାଙ୍କୁ ସମ୍ମାନିତ କରାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sachin gets BCCI's highest award | Argus News