କାଶ୍ମୀର ଗୁଲମର୍ଗ ବାଦିଆଁରେ କ୍ରିକେଟ ଖେଳିଲେ ସଚିନ

ଅର୍ଗସ ବ୍ୟୁରୋ: ସଚିନ ତେନ୍ଦୁଲକର ହେଉଛନ୍ତି ଗଡ ଅଫ କ୍ରିକେଟ। କ୍ରିକେଟରେ ତାଙ୍କ ଫ୍ୟାନ ଫଲୋର୍ସ ଖୁବ ଅଧିକ। ତାଙ୍କ ଖେଳର ସବୁଠି ଦିଓ୍ବାନା। ତେବେ କିଛି ଦିନ ପରେ ପୁଣି ଦେଖିବାକୁ ମିଳିଛି ମାଷ୍ଟର ବ୍ଲାଷ୍ଟରଙ୍କ ଯାଦୁ। ଏଥର କିନ୍ତୁ କ୍ରିକେଟ ମୈଦାନ ନୁହେଁ। ରାସ୍ତା ଉପରେ କ୍ରିକେଟ ଖେଳୁଛନ୍ତି ସଚିନ ତେନ୍ଦୁଲକର। ଆଉ ଏହି କ୍ରିକେଟ କାଶ୍ମୀର ଗୁଲମର୍ଗରେ ସ୍ଥାନୀୟ ଲୋକଙ୍କ ସହ ଖେଳୁଛନ୍ତି।
Cricket & Kashmir: A MATCH in HEAVEN! pic.twitter.com/rAG9z5tkJV
— Sachin Tendulkar (@sachin_rt) February 22, 2024
ଖାଲି ଖେଳୁନାହାନ୍ତି ବ୍ୟାଟରୁ ଛକା ଚୌକା ବି ବର୍ଷା ହେଉଛି। ତେବେ ଆହୁରି ଗୋାଟିଏ ଆଶ୍ଚର୍ଯ୍ୟକର କଥା ହେଉଛି ବୋଲରଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ କୌନ ହେ ତୁମହାରା ବୋଲର। ତେବେ ଏହି ସମୟରେ ସେ ଓଲଟା ବ୍ୟାଟ ଧରି ବ୍ୟାଟିଂ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓକୁ ନିଜେ ସଚିନ ତାଙ୍କ ସୋାସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
📱 Get Argus News App
✨ଏମିତିକି ସଚିନ ବି ଏହି ଭିଡିଓ ନିଜ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, କିଛି ଲୋକ ରାସ୍ତାରେ କ୍ରିକେଟ ଖେଳୁଥିବାବେଳେ ସଚିନ ପତ୍ନୀ ଅଞ୍ଜଳି ଏବଂ ଝିଅ ସାରାଙ୍କ ସହ ସେଠାରେ ପହଞ୍ଚିଥିଲେ। ଆଉ କାରରୁ ଓହ୍ଲାଇ ସେମାନଙ୍କ ସହ କ୍ରିକେଟ ଖେଳିଥିଲେ। ସଚିନ ଲେଖିଛନ୍ତି କ୍ରିକେଟ ଏବଂ କଶ୍ମୀର ମାନେ ସ୍ବର୍ଗରେ ଏବେ ମ୍ୟାଚ ଖେଳୁଛି। କାଶ୍ମୀରର ଯୁବପିଢ଼ି ସଚିନଙ୍କୁ ଦେଖି ଚକିତ ହୋଇଯାଇଥିଲେ। ସେ କେବେ ଭାବି ନ ଥିଲେ କ୍ରିକେଟ ଲେଜେଣ୍ଡଙ୍କ ସହ କ୍ରିକେଟ ଖେଳିବେ। ଲାଗୁଥିଲା ଯେମିତି ସ୍ବପ୍ନ ସତ ହୋଇଗଲା। ସତରେ କେତେ ସରଳ ମଣିଷ। ଟିକେ ବି ଗର୍ବ ଅହଙ୍କାର ନାହିଁ। ଶେଷରେ ସମସ୍ତଙ୍କ ସହ ସେଲ୍ଫି ନେଲେ। ଆଉ କହିଲେ ସମସ୍ତଙ୍କୁ thank you. ସଚିନ କହିଛନ୍ତି କାଶ୍ମୀରର ବାଦିଆଁ ସତରେ ସୁନ୍ଦର।
ଭିଡିଓକୁ ୫୫ହଜାର ଲୋକ ଦେଖିସାରିଲେଣି। ଜଣେ ୟୁଜର୍ସ ଲେଖିଛନ୍ତି ସ୍ବର୍ଗରେ କ୍ରିକେଟ ଭଗବାନ। କାଶ୍ବରୀକୁ ଓ୍ବେଲକମ। ଅଜ୍ୟଜଣେ ୟୁଜର୍ସ ଲେଖିଛନ୍ତି ସବୁ ଦେଶ ଆପଣଙ୍କର। ଆପଣ ଯେଉଁଠି ଚାହିଲେ ଖେଳିପାରିବେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର