Videos
|
Sports

ସଚିନ କହିଲେ ଗେମ୍ ଖେଳି ମୋ ଝିଅ ଟଙ୍କା ରୋଜଗାର କରୁଛି

Ritu Das
Browse all articles by Ritu Das
·2 years ago·1 min read
ସଚିନ କହିଲେ ଗେମ୍ ଖେଳି ମୋ ଝିଅ ଟଙ୍କା ରୋଜଗାର କରୁଛି

ଅର୍ଗସ ବ୍ୟୁରୋ: କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଡିପଫେକ୍ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ରଶ୍ମିକା ମନ୍ଦନା ଅଭିଯୋଗ ଦାଖଲ କରିଥିଲେ। ରଶ୍ମିକାଙ୍କ ସହ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ କାଜୋଲ ମଧ୍ୟ ଡିପଫେକ୍ ଭିଡିଓର ଶିକାର ହୋଇଥିଲେ। ଏବେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଡିପଫେକ୍ ଭିଡିଓର ଶିକାର ହୋଇଥିବା ଦେଖାଯାଇଛି। ମାଷ୍ଟର ବ୍ଲାଷ୍ଟର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଏବିଷୟରେ ଜଣାଇଛନ୍ତି। ସଚିନ୍ ତେନ୍ଦୁଲକର ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ଭିଡିଓରେ ଡିପଫେକ୍ ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଭିଡିଓରେ ସେ ଏକ ଆପ୍ ପ୍ରମୋଟ୍ କରାଯାଉଥିବା ଦେଖିବାକୁ ମିଳିଛି।

 

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ସଚିନ ତେନ୍ଦୁଲକର କହୁଛନ୍ତି ଯେ, ତାଙ୍କ ଝିଅ ଏକ ଅନଲାଇନ୍ ଗେମ୍ ଆଭିଏଟର ଖେଳନ୍ତି ଏବଂ ଏଥିରୁ ୧୮୦ହଜାର ଟଙ୍କା ରୋଜଗାର କରୁଛନ୍ତି। ବର୍ତ୍ତମାନ ଭଲ ଟଙ୍କା ରୋଜଗାର କରିବା କେତେ ସହଜ ହୋଇଛି। ଏହି ଭିଡିଓକୁ ଏକ୍ସରେ ପୋଷ୍ଟ କରି ଏହାକୁ ରିପୋର୍ଟ କରିବାକୁ କହିବା ସହ ଡିପଫେକର ଭୁଲ ବ୍ୟବହାର କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ସଚିନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sachin said my daughter | Argus News