Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Viral Video / ଆକାଶରେ କ୍ରିକେଟ ଖେଳିଲେ ସଚିନ…ବୋହୂ କଲେ ବୋଲିଂ… କ୍ୟାଚ ଧରି ଆଉଟ କଲେ ଝିଅ ସାରା

Ritu Das
Browse all articles by Ritu Das
·1 month ago·2 min read
ଆକାଶରେ କ୍ରିକେଟ ଖେଳିଲେ ସଚିନ…ବୋହୂ କଲେ ବୋଲିଂ… କ୍ୟାଚ ଧରି ଆଉଟ କଲେ ଝିଅ ସାରା
Cricket

Key Points

ପ୍ରାଇଭେଟ୍ ଜେଟ୍‌ରେ କ୍ରିକେଟ୍ ଖେଳିଲେ ସଚିନ
ସାରାଙ୍କ କ୍ୟାଚ୍‌ରେ ଆଉଟ୍ ହେଲେ ‘ମାଷ୍ଟର ବ୍ଲାଷ୍ଟର’
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏଥର ଚର୍ଚ୍ଚାଟି ତାଙ୍କର କୌଣସି କ୍ରିକେଟ ରେକର୍ଡ ପାଇଁ ନୁହେଁ। ଏଥର ଚର୍ଚ୍ଚା ଟିକେ ନିଆରା। ପ୍ରାଇଭେଟ ଜେଟ ଭିତରେ କ୍ରିକେଟ ଖେଳୁଥିବାର ନଜର ଆସିଲେ।  ଏହି ଭିଡିଓଟିରେ ସଚ୍ଚିନ ତେନ୍ଦୁଲକର ବ୍ୟାଟିଂ କରୁଛନ୍ତି। ବୋହୂ ସାନିଆ ଚାଣ୍ଡୋକ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ସାରା ତାଙ୍କ ବାପାଙ୍କୁ କେମିତି ଆଉଟ୍ କରିବୁ ବୋଲି କହୁଛନ୍ତି। ଏହାର ଉତ୍ତରରେ ସଚ୍ଚିନ କହୁଛନ୍ତି ଯେ, ତୁମେ ମୋତେ କେବେ ଆଉଟ୍ କରିପାରିବ ନାହିଁ। ଏହି ସମୟରେ ସଚ୍ଚିନ କିଛି ଟିପ୍ସ ଦେଇଛନ୍ତି। ଯାହାର ଫାଇଦା ସାରା ଏବଂ ସାନିଆ ଉଠାଇଛନ୍ତି। ପ୍ରଥମ ଥର ଅସଫଳ ହେବା ପରେ ଦ୍ଵିତୀୟ ଥର ସାରା କ୍ୟାଚ୍ ଧରି ବାପାଙ୍କୁ ଆଉଟ୍ କରିଛନ୍ତି। ଫ୍ୟାନ୍ସ ଏହି ଭିଡିଓକୁ ଖୁବ୍ ପସନ୍ଦ କରୁଛନ୍ତି।


ପ୍ଲେନ୍‌ ରେ ଝିଅ-ବୋହୂଙ୍କ ସହ ଖେଳିଲେ କ୍ରିକେଟ୍। ବୋଲିଂ କଲେ ବୋହୂ, କ୍ୟାଚ୍ ଧରି ଆଉଟ୍ କଲେ ଝିଅ। ଦିଗଜ ପ୍ଲେୟାର ସଚ୍ଚିନ ତେନ୍ଦୁଲକର, ଝିଅ ସାରା ଓ ବୋହୂ ସାନିଆ ଚାଣ୍ଡୋକଙ୍କ ସହ ମିଶି ପ୍ଲେନରେ କ୍ରିକେଟ୍ ଖେଳୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ସଚ୍ଚିନ ତେନ୍ଦୁଲକର ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଅଲ୍ଟିଟ୍ୟୁଡ ଯାହାବି ହେଉ ଆଟିଟ୍ୟୁଡ୍ କେବେ ବଦଳିବ ନାହିଁ। ତାଙ୍କର ଏହି କ୍ୟାପସନରେ ଅଲଟିଚ୍ୟୁଡ ଏବଂ ଆଟିଚ୍ୟୁଡ ଯୋଡ଼ିବା ସହ ସାରା ବିଶ୍ବକୁ ଏହା ସନ୍ଦେଶ ଦେଇଛନ୍ତି ଯେ, କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା ଜାଗା ଏବଂ ପରିସ୍ଥିତିକୁ ନେଇ ବଦଳେ ନାହିଁ।


ଭିଡିଓ ସାମ୍ନାକୁ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବାପରେ ଫ୍ୟାନ୍ସ ମାନେ ସଚିନଙ୍କ ସାଦଗି ଏବଂ ପରିବାର ସହ ଥିବା ତାଙ୍କର ଭଲ ପାଇବା ସ୍ପଷ୍ଟ ଭାବେ ଦେଖାଯାଉଛି। ସଚିନ ସାର ଭଲ ବୋହୂ ଖଣ୍ଡେ ପାଇଛନ୍ତି ବୋଲି ଫ୍ୟାନ୍ସମାନେ କମେଣ୍ଟ କରିଛନ୍ତି। ଆଉ କିଛି ୟୁଜର୍ସ ଲେଖିଛନ୍ତି କ୍ରିକେଟ ହେଉଛି ସଚିନଙ୍କ ଜୀବନ। ଆଉ ସେ ଯୁଆଡେ ବି ଯାଆନ୍ତି କ୍ରିକେଟ କୁ ନିଜ ସହିତ ନେଇକି ଯାଇଥାଆନ୍ତି କହିଲେ ଭୁଲ ହେବନି।


କିନ୍ତୁ ଏହାମଧ୍ୟରେ ବି କିଛି ହେଟର୍ସଙ୍କ କମେଣ୍ଟ ରହିଛି। କେତେକ ସୋସିଆଲ ମିଡିଆ ୟୁଜର୍ସ ବିମାନ ମଧ୍ୟରେ କ୍ରିକେଟ ଖେଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ଲକ୍ଷ ଲକ୍ଷ ଯୁବପିଢ଼ିଙ୍କୁ ପଡ଼ିଆରେ ଖେଳିବାକୁ ସୁଯୋଗ ମିଳୁନାହିଁ ଆଉ କିଛି କ୍ରିକେଟର୍ସ ଆକାଶରେ ଥାଇ କ୍ରିକେଟ ଖେଳୁଛନ୍ତି।

ଦ୍ବିତୀୟ ୟୁଜର୍ସ ବିମାନ ସୁରକ୍ଷାକୁ ନେଇ ମୁଦ୍ଦା ଉଠାଇ କହିଛନ୍ତି, “ଫ୍ଲାଇଟରେ ମୋବାଇଲ ଭାଇବ୍ରେସନକୁ ନେଇ ନିୟମ ରହିଛି। କଣ ବାଉନ୍ସ ହେଉଥିବା ବଲକୁ ଅନୁମତି ରହିଛି। ଆଉ ଜଣେ ୟୁଜର୍ସ ମଜାଳିଆ ଢଙ୍ଗରେ ଲେଖିଛନ୍ତି, “ଭଗବାନ ଏବେ ଆକାଶରେ କ୍ରିକେଟ ଖେଳୁଛନ୍ତି”। ଆଉ କିଛି ଲୋକ ଲେଖିଛନ୍ତି ସାର ଧ୍ୟାନ ରଖନ୍ତୁ, “ନଚେତ ବଲ କେବେବି ଓ୍ବିଣ୍ଡୋରୁ ବାହାରି ଆସିପାରେ। ସେହିପରି ଆଉ ଜଣେ ଲେଖିଛନ୍ତି ଘର କାଚ ଭାଙ୍ଗିବା ଠିକ ଥିଲା, କିନ୍ତୁ ବିମାନର କାଚ ଭାଙ୍ଗିବା ଆଦୌ ଠିକ ନୁହେଁ।“
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sachin Plays Cricket In Sky, Sara Takes Stunning Catch | Argus News