Videos
|
Sports

SachinTendulkar / ସଚିନଙ୍କ ଘରେ ଧୁମଧାମରେ ସରିଲା ଗଣେଶ ପୂଜା…ସାରା-ସାନିଆଙ୍କ ଲୁକ୍‌ରେ ଫ୍ୟାନ୍ସ ଦିୱାନା

Ritu Das
Browse all articles by Ritu Das
·1 hour ago·2 min read
ସଚିନଙ୍କ ଘରେ ଧୁମଧାମରେ ସରିଲା ଗଣେଶ ପୂଜା…ସାରା-ସାନିଆଙ୍କ ଲୁକ୍‌ରେ ଫ୍ୟାନ୍ସ ଦିୱାନା
India

Key Points

ଚଳିତବର୍ଷ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଘରେ ଧୁମଧାମରେ ଗଣେଶ ପୂଜା ପାଳନ କରାଯାଇଛି
ଚଳିତବର୍ଷ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଘରେ ଧୁମଧାମରେ ଗଣେଶ ପୂଜା ପାଳନ କରାଯାଇଛି। ଏଥର ସଚିନ ପତ୍ନୀ ଅଞ୍ଜଳୀ ପୁଅ-ବୋହୂ, ଝିଅଙ୍କ ସହ ଗଣେଶ ପୂଜା ପାଳନ କରିଥିଲେ। କିନ୍ତୁ ସବୁଠାରୁ ବେଶୀ ଚର୍ଚ୍ଚାର କେନ୍ଦ୍ର ଥିଲା ସାନିଆ ତେନ୍ଦୁଲକର ଏବଂ ସାରା ତେନ୍ଦୁଲକରଙ୍କ ଲୁକର। 

ଅର୍ଜୁନ ତେନ୍ଦୁଲକରଙ୍କ ପତ୍ନୀ ସାନିଆଙ୍କର ଲୁକର ଚର୍ଚ୍ଚା ଏବେ ସବୁଠି। ସେହିପରି ସାରା ମଧ୍ୟ କିଛି କମ ନୁହେଁ। ସାରାଙ୍କ ଟ୍ରାଡିଶନାଲ ଲୁକକୁ ସମସ୍ତେ ପସନ୍ଦ କରୁଛନ୍ତି। ସାରା ପାରମ୍ପରିକ ଶାଢୀ ଏବଂ ଜୁଏଲାରୀରେ ନଜର ଆସିଥିଲେ। ସୋସିଆଲ ମିଡିଆରେ ଉଭୟଙ୍କର ପାରମ୍ପରିକ ଲୁକ୍ସ ଭାଇରାଲ ହେବାରେ ଲାଗିଛି।



ସାନିଆ ଇନଷ୍ଟାଗ୍ରାମ ପେଜରେ ଏକ ପିଙ୍କ କଲର ଶାଢୀ ପିନ୍ଧିଥିବାର ଫଟୋ ଶେୟାର କରିଛନ୍ତି। ମଥାରେ ବିନ୍ଦି, ବେକରେ ନେକଲେସ ଏବଂ ହାତରେ ସୁନ୍ଦର ଚୂଡ଼ି ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି- ଗଣପତି ରେଡ୍ଡି। ଫ୍ୟାନ୍ସମାନେ ଏହି ଫଟୋ ଦେଖି ଲେଖିଛନ୍ତି “ଖୁବ ସୁନ୍ଦର”। “ହେଭେନ ଅନ ଆର୍ଥ”।

ସାରା ତେନ୍ଦୁଲକର ମଧ୍ୟ ନିଜ ପେଜରେ ଦୁଇଟି ପୋଷ୍ଟ କରିଛନ୍ତି। ପ୍ରଥମ ପୋଷ୍ଟରେ ପାରମ୍ପରିକ ସବୁଜ ଶାଢ଼ୀରେ ନଜର ଆସିଛନ୍ତି। ବେକରେ ସୁନାର ହାର। କାନରେ ସୁନ୍ଦର ଝୁମକା ଏବଂ କେଶରେ ଫୁଲ ଲଗାଇଛନ୍ତି। ଆଉ କ୍ୟାପଶନରେ ଲେଖିଛନ୍ତି : “ଗନପୁ ସିଜନ”। ଦ୍ବିତୀୟ ପୋଷ୍ଟରେ ଲେଖିଛନ୍ତି: ମୋଦକ, ଆରତୀ, ସୁନ୍ଦର ଖାଇବା, ଆଉ ପରିବାର ସହ ସମୟ ବିତାଇବା, ଗଣପତି ଆସିଲେ ସତରେ ଭାରି ଖୁସି ଲାଗେ।

ସଚିନ ତେନ୍ଦୁଲକର ଗଣପତିଙ୍କର ବିସର୍ଜନର ଏକ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ପରିବାର ଲୋକଙ୍କ ସହିତ ମିଶି ଖୁବ ଧୁମଧାମରେ ଘରେ ଥିବା ପାଣି ଡ୍ରମରେ ହିଁ ବପ୍ପାଙ୍କ ମୂର୍ତ୍ତି ବିସର୍ଜନ କରୁଥିବାର ଦେଖିବାକୁ ମିଳିଛି। ଏହି ବିସର୍ଜନ ଉତ୍ସବରେ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ। ବିସର୍ଜନର ଫଟୋ ଦେଇ ସଚିନ କ୍ୟାପସନରେ ଲେଖିଛନ୍ତି: “ଗଣପତି ବପ୍ପା ମୋରେୟା….ମଙ୍ଗଳମୂର୍ତ୍ତି ମୋରେୟା”। ଆରବର୍ଷ ଶୀଘ୍ର ଆସିବ। ଏହାହେଉଛି ପାରମ୍ପରିକ ମରାଠୀ ବିଦାୟୀ।

ଫ୍ୟାନ୍ସମାନେ ସଚିନଙ୍କ ଏହି ଇକୋ ଫ୍ରେଣ୍ଡଲି ପୂଜାକୁ ଖୁବ ପ୍ରଶଂସା କରିଛନ୍ତି। ଆଉ ମଧ୍ୟ କହିଛନ୍ତି ଯେ, ଗଣପତି ଉତ୍ସବରେ ପରିବାର ମଧ୍ୟରେ ଥିବା ଏକ ସୁନ୍ଦର ଭଲ ପାଇବା ଆଉ ପରମ୍ପରା, ଆଭିଜାତ୍ୟ ଖୁବ ସୁନ୍ଦର ଲାଗୁଛି। ଆଉ ଏହା ଫ୍ୟାନ୍ସଙ୍କ ହୃଦୟ ଜିତୁଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: