Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

BCCIର ଆଗାମୀ ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର: କଲେ ବଡ଼ ଖୁଲାସା!

Ritu Das
Browse all articles by Ritu Das
·10 months ago·2 min read
BCCIର ଆଗାମୀ ଅଧ୍ୟକ୍ଷ ହେବେ ସଚିନ ତେନ୍ଦୁଲକର: କଲେ ବଡ଼ ଖୁଲାସା!

Key Points

ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା

ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର ଗୁରୁବାର ଦିନ ସେହି ସମସ୍ତ ଅଟକଳକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ କୁହାଯାଉଥିଲା ଯେ ସେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି। ତେନ୍ଦୁଲକରଙ୍କ ପ୍ରବନ୍ଧନ ଫାର୍ମ ଏ ସମ୍ବନ୍ଧରେ ଏକ ଆଧିକାରିକ ବିବୃତ୍ତି ଜାରି କରି ଏହି ଖବରଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି। ସଚିନ ତେନ୍ଦୁଲକରଙ୍କ ପ୍ରବନ୍ଧନ କମ୍ପାନୀ ପକ୍ଷରୁ ଜାରି ବିବୃତିରେ ସ୍ପଷ୍ଟ କୁହାଯାଇଛି ଯେ ସଚିନ ତେନ୍ଦୁଲକରଙ୍କ ନାମରେ ବିସିସିଆଇ ଅଧ୍ୟକ୍ଷ ପଦ ପାଇଁ ବିଚାର କରାଯାଉଛି ବା ନାମାଙ୍କିତ କରାଯାଉଛି ବୋଲି କିଛି ଖବର ଏବଂ ଗୁଜବ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି।


ଆମେ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛୁ ଯେ ଏପରି କିଛି ହେଉନାହିଁ। ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଏହି ଭିତ୍ତିହୀନ ଅଟକଳଗୁଡ଼ିକୁ ଧ୍ୟାନ ନ ଦିଅନ୍ତୁ। ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନୀଙ୍କ କାର୍ଯ୍ୟକାଳ ଜୁଲାଇ ମାସରେ ତାଙ୍କୁ ୭୦ ବର୍ଷ ହେବା ପରେ ସମାପ୍ତ ହୋଇଛି। ବୋର୍ଡର ସମ୍ବିଧାନ ଅନୁସାରେ ଅଧ୍ୟକ୍ଷ ପଦ ପାଇଁ ବୟସ ସୀମା ୭୦ ବର୍ଷ ର୍ନିଦ୍ଧାରିତ ହୋଇଛି। ବିନ୍ନୀଙ୍କୁ ଅକ୍ଟୋବର ୨୦୨୨ରେ ବିସିସିଆଇର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏପରି ପରିସ୍ଥିତିରେ ନୂଆ ଅଧ୍ୟକ୍ଷଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ସମୟରେ ତେନ୍ଦୁଲକରଙ୍କ ନାମ ଚର୍ଚ୍ଚାରେ ଆସିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୮ ସେପ୍ଟେମ୍ବରରେ ହୋଇପାରେ ନୂତନ ବିସିସିଆଇ ମୁଖ୍ୟଙ୍କ ନିର୍ବାଚନ:

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ସେପ୍ଟେମ୍ବର ୨୮ ତାରିଖରେ ଏହାର ସାଧାରଣ ବାର୍ଷିକ ବୈଠକ କରିବାକୁ ଯାଉଛି। ଏହି ବୈଠକରେ ନୂତନ ବିସିସିଆଇ ମୁଖ୍ୟ ଏବଂ ଆଇପିଏଲ ଅଧ୍ୟକ୍ଷ ନିର୍ବାଚିତ ହୋଇପାରନ୍ତି। ଆଇପିଏଲ ଅଧ୍ୟକ୍ଷ ଅରୁଣ କୁମାର ଧୂମାଲ ତାଙ୍କର ଛଅ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପରେ ବାଧ୍ୟତାମୂଳକ ବିରତି (କୁଲ୍-ଅଫ୍ ପିରିୟଡ୍) ରେ ଯିବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ ବର୍ତ୍ତମାନର ସଚିବ ଦେବଜିତ ସାଇକିଆ, ଯୁଗ୍ମ ସଚିବ ରୋହନ ଗୌନ୍ସ ଦେଶାଇ ଏବଂ କୋଷାଧ୍ୟକ୍ଷ ପ୍ରଭତେଜ ସିଂହ ଭାଟି ସେମାନଙ୍କ ପଦବୀରେ ରହିବେ। ରାଜୀବ ଶୁକ୍ଲା ବର୍ତ୍ତମାନ ବିସିସିଆଇର ଉପାଧ୍ୟକ୍ଷ ଏବଂ ସେ କୌଣସି ନା କୌଣସି ଭାବରେ ବିସିସିଆଇ ସହିତ ଜଡିତ ରହିବାର ସମ୍ଭାବନା ରହିଛି।


ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରେ ଗଣନା କରାଯାଏ। ସେ ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ସର୍ବାଧିକ ରନ ସ୍କୋରର। ଏହା ବ୍ୟତୀତ ସେ ଏକମାତ୍ର ବ୍ୟାଟସମ୍ୟାନ ଯିଏ ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ଟି ଶତକ ହାସଲ କରିଛନ୍ତି। ତାଙ୍କର ଟେଷ୍ଟ କ୍ରିକେଟରେ ୧୫୯୨୧ ରନ ଏବଂ ଦିନିକିଆ କ୍ରିକେଟରେ ୧୮୪୨୬ ରନ ଅଛି।

Sponsored
Sachin Tendulkar Likely to Become Next BCCI President – Big Revelation | Argus News