Videos
|
Sports

ପୁଣି ଏକାଠି ହେବେ ସାଇନା-କାଶ୍ୟପ

Ritu Das
Browse all articles by Ritu Das
·1 year ago·2 min read
ପୁଣି ଏକାଠି ହେବେ ସାଇନା-କାଶ୍ୟପ

Key Points

ପୁଣି ଏକାଠି ହେବେ ସାଇନା-କାଶ୍ୟପ

ବେଳେବେଳେ ଦୂରତା ମହତ୍ୱ ଶିଖାଏ

ବିବାହକୁ ଦେବେ ଆଉ ଏକ ସୁଯୋଗ

କିଛି ଦିନ ପୂର୍ବରୁ ହଠାତ ଖବର ଆସିଥିଲା ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହଓ୍ବାଲ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଛନ୍ତି ଆଉ ଏହି ଖବର ଶୁଣିବାପରେ ସବୁ ଫ୍ୟାନମାନେ ଚକିତ ହୋଇଯାଇଥିଲେ। କିନ୍ତୁ ପୁଣି ଏବେ ଆଉ ଏକ ଖବର ଆସିଛି ଯେଉଁଥିରେ ସାଇନା କହିଛନ୍ତି ମୁଁ ମୋ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛି। ଭାବୁଛି ମୁଁ ଜୀବନରେ ଏବେ ଠିକ ନିଷ୍ପତ୍ତି ନେଉଛି। ଅଲିମ୍ପିକ୍ ପଦକ ବିଜେତା ବ୍ୟାଡମିଣ୍ଟନ ଷ୍ଟାର୍ ସାଇନା ନେହୱାଲ ଓ ତାଙ୍କ ସ୍ୱାମୀ ପି କଶ୍ୟପ ନିଜ ବିବାହକୁ ଦ୍ୱିତୀୟ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସାଇନା ନେହୱାଲ୍ ନିଜେ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି।


ଶନିବାର ନିଜ ଇନଷ୍ଟା ହ୍ୟାଣ୍ଡେଲରେ ସେ ନିଜ ସ୍ୱାମୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ବେଳେବେଳେ ଦୂରତା ଆପଣଙ୍କୁ ଉପସ୍ଥିତିର ମହତ୍ୱ ଶିଖାଇଥାଏ । ଆମେ ପୁଣି ଥରେ ପ୍ରୟାସ କରିବୁ। ଷ୍ଟାର୍ ସଟଲର୍ ସାଇନା ନେହୱାଲ୍ ଜୁଲାଇ ୧୩ରେ ନିଜ ସ୍ୱାମୀ ପି କଶ୍ୟପଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ । ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, ‘ବହୁତ ଚିନ୍ତା କରିବା ପରେ, କଶ୍ୟପ ଏବଂ ମୁଁ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଜୀବନ କେତେବେଳେ ଆମକୁ ଭିନ୍ନ ଦିଗରେ ନେଇଯାଏ । ଆମେ ପରସ୍ପରର ଶାନ୍ତି, ବିକାଶ ପାଇଁ ଏହି ରାସ୍ତା ବାଛିଛୁ । ମୁଁ ତାଙ୍କ ସହିତ ସମସ୍ତ ସ୍ମୃତି ପାଇଁ କୃତଜ୍ଞ । ଭବିଷ୍ୟତ ପାଇଁ ତାଙ୍କୁ ଶୁଭକାମନା ଜଣାଉଛି । ଆମର ଗୋପନୀୟତାକୁ ବୁଝିବା ଏବଂ ସମ୍ମାନ କରିବା ପାଇଁ ଧନ୍ୟବାଦ।’ କିନ୍ତୁ ଆଜି ହଠାତ ସ୍ୱାମୀଙ୍କ ସହ ଫଟୋ ସେୟାର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି ସାଇନା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସାଇନା ନେହୱାଲ ୨୦୧୮ ଡିସେମ୍ୱର ୧୪ରେ କଶ୍ୟପ ପାରୁପାଲିଙ୍କୁ ପ୍ରେମ ବିବାହ କରିଥିଲା । ଦୁହେଁ ୨୦୦୭ ମସିହାରୁ ସମ୍ପର୍କରେ ଥିଲେ । କ୍ୟାରିୟରର ପ୍ରାରମ୍ଭିକ ଦିନରେ ଦୁହେଁ ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଏକାଠି ପ୍ରଶିକ୍ଷଣ ନେଉଥିଲେ । ଏକାଡେମୀରେ ତାଲିମ ସମୟରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା। ହରିୟାଣାର ବାସିନ୍ଦା ସାଇନା ନେହୱାଲ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି, ଯିଏ ଅଲିମ୍ପିକ୍ ପଦକ ଜିତିଥିଲେ । ସେ ଲଣ୍ଡନ ଅଲିମ୍ପିକ୍ -୨୦୧୨ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୫ରେ ମହିଳା ସିଙ୍ଗଲ୍ସ ରାଙ୍କିଙ୍ଗରେ ସେ ବିଶ୍ୱ ନମ୍ବର-୧ ଖେଳାଳି ଥିଲେ । ସାଇନା ହେଉଛନ୍ତି ଏକମାତ୍ର ମହିଳା ଭାରତୀୟ ଖେଳାଳି ଯିଏ ବ୍ୟାଡମିଣ୍ଟନରେ ବିଶ୍ୱ ନମ୍ବର-୧ ସ୍ଥାନ ହାସଲ କରିଥିଲେ । ସାଇନା ୨୦୧୦ ଏବଂ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବିବାହ ବିଚ୍ଛେଦ ସତରେ କଷ୍ଟଦାୟକ ହୋଇଥାଏ ପୁନର୍ବାର ଏକ ସମ୍ପର୍କ ଯୋଡ଼ି ହେବାକୁ ଯାଉଛି ଯାହାକି ନିହାତି ସ୍ବାଗତଯୋଗ୍ୟ ପଦକ୍ଷେପ। ସାଇନାଙ୍କ ଏହି ନିଷ୍ପତ୍ତିରେ ଫ୍ୟାନମାନେ ଖୁସି ହୋଇଛନ୍ତି।

saina-kashyap-will-be-together-again | Argus News