Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟ୍ବେଣ୍ଟି-୨୦ରୁ ଅବସର ନେଲେ ସାକିବ

Ritu Das
Browse all articles by Ritu Das
·1 year ago·1 min read
ଟ୍ବେଣ୍ଟି-୨୦ରୁ ଅବସର ନେଲେ ସାକିବ

ଅର୍ଗସ ବ୍ୟୁରୋ: ବାଂଲାଦେଶର ପୂର୍ବତନ ଅଧିନାୟକ ସକିବ୍‌ ଅଲ୍‌ ହାସନ୍‌ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଏଥିସହିତ ଆସନ୍ତା ମାସରେ ମୀରପୁରରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ମ୍ୟାଚ୍‌ ପରେ ଏହି ଲାଲ୍‌ ବଲ୍‌ କ୍ରିକେଟ୍‌କୁ ମଧ୍ୟ ଅଲ୍‌ବିଦା ଜଣାଇବେ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଭାରତ ଗସ୍ତ ସାରି ବାଂଲାଦେଶ ଫେରିବା ପରେ ସେଠାକାର ସରକାର ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ପାରୁଛନ୍ତି କି ନାହିଁ ତାହା ଦେଖିବାର ଅଛି। କାରଣ ବାଂଲାଦେଶରେ ହିଂସାକାଣ୍ଡ ଆରମ୍ଭ ହେବା ପରଠୁ ସେ ଦଳ ସହିତ ପାକିସ୍ତାନ ଓ ଏବେ ଭାରତରେ ଅଛନ୍ତି। ଏହାଭିତରେ ଆୱାମି ଲିଗ୍‌ ସରକାରର ପତନ ମଧ୍ୟ ଘଟିସାରିଛି। ସକିବ୍‌‌ ଏହି ସରକାରର ଅନ୍ୟତମ ସାଂସଦ ଥିଲେ।

ହେଲେ ଦେଶକୁ ଫେରିବା ପରେ ନୂଆ ସରକାରଙ୍କ ଆଭିମୁଖ୍ୟ ଉପରେ ସବୁକିଛି ନିର୍ଭର କରୁଛି। କାରଣ ଘରୋଇ ଦର୍ଶକଙ୍କ ଆଗରେ ‌ବିଦାୟୀ ଟେଷ୍ଟ୍‌ ଖେଳିବାକୁ ତାଙ୍କର ଇଚ୍ଛା ଥିବାରୁ ସେଦିନ ଷ୍ଟାଡିୟମ୍‌ରେ ଦର୍ଶକ ଅଧିକ ସଂଖ୍ୟାରେ ଆସିବା ସମ୍ଭାବନା ରହିଛି। ସକିବ୍‌ କହିଛନ୍ତି, ସେ ତାଙ୍କ ଅବସର ନିଷ୍ପତ୍ତି ବିଷୟରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)କୁ ଜଣାଇ ଦେଇଛନ୍ତି। ଜଣେ ନାଗରିକ ଭାବେ ନିଜ ଦେଶକୁ ଫେରିବାରେ କୌଣସି ଅସୁବିଧା ନାହିଁ। କେବଳ ମୋ ସୁରକ୍ଷା ଓ ନିରାପତ୍ତାକୁ ନେଇ ମୁଁ ଚିନ୍ତିତ। 

ମୋ ନିକଟତମ ବନ୍ଧୁ ଓ ପରିବାର ସଦସ୍ୟମାନେ ମଧ୍ୟ ଏଥିପ୍ରତି ଚିନ୍ତିତ ଅଛନ୍ତି। ସବୁକିଛି ଠିକ୍‌ ହୋଇଯିବ ବୋଲି ଆଶା ଅଛି। ଉଲ୍ଲେଖଯୋଗ୍ୟ, ବାଂଲାଦେଶ ପାଇଁ ସକିବ୍‌ ୭୦ ଟେଷ୍ଟ୍‌, ୨୪୭ ଦିନିକିଆ ଓ ୧୨୯ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଟେଷ୍ଟ୍‌ରେ ୪୬୦୦ ରନ୍‌ ଓ ୨୪୨ ୱିକେଟ୍‌, ଦିନିକିଆରେ ୭୫୭୦ ରନ୍‌ ଓ ୩୧୭ ୱିକେଟ୍‌ ଏବଂ ଟ୍ବେଣ୍ଟି-୨୦ରେ ୨୫୫୧ ରନ୍‌ ଓ ୧୪୯ ୱିକେଟ୍‌ ପାଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
Sakib | Argus News