WorldCup Controversy / ଇଂଲଣ୍ଡ ହାତରେ ପରାଜୟ ପରେ ସଲମାନ ଆଗାଙ୍କ ପରିବାରକୁ ଟ୍ରୋଲ! ସାବା ରାଗିକି କହିଲେ ଏମିତି...
·4 months ago·2 min read

Key Points
ପାକିସ୍ତାନ ଏଭଳି ଏକ ଦେଶ ଯେଉଁଠି ମ୍ୟାଚରେ ହାରିଲା ପରେ ପାକିସ୍ତାନ କ୍ୟାପଟେନଙ୍କୁ ତ ଟ୍ରୋଲ କରୁଛନ୍ତି ଛାଡ଼ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏଣ୍ଟ୍ରି କରି ତାଙ୍କ ସ୍ତ୍ରୀ ଏବଂ ଛୁଆକୁ ଗାଳି କରୁଛନ୍ତି ପାକିସ୍ତାନୀ କ୍ରିକେଟ ଫ୍ୟାନ୍ସ।
ପାକିସ୍ତାନ ଏଭଳି ଏକ ଦେଶ ଯେଉଁଠି ମ୍ୟାଚରେ ହାରିଲା ପରେ ପାକିସ୍ତାନ କ୍ୟାପଟେନଙ୍କୁ ତ ଟ୍ରୋଲ କରୁଛନ୍ତି ଛାଡ଼ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଏଣ୍ଟ୍ରି କରି ତାଙ୍କ ସ୍ତ୍ରୀ ଏବଂ ଛୁଆକୁ ଗାଳି କରୁଛନ୍ତି ପାକିସ୍ତାନୀ କ୍ରିକେଟ ଫ୍ୟାନ୍ସ। ଗତ ମଙ୍ଗଳବାର ଦିନ, ପାକିସ୍ତାନ ଇଂଲଣ୍ଡ ହାତରୁ ଦୁଇ ୱିକେଟରେ ପରାସ୍ତ ହୋଇଥିଲା। ହ୍ୟାରି ବ୍ରୁକଙ୍କ ୧୦୦ ରନର ଶତକ ପାକିସ୍ତାନୀ ଦଳକୁ ଜବରଦସ୍ତ ଚାପୁଡ଼ା ମାରିଥିଲା। ଯାହା ଫଳରେ ସେମିଫାଇନାଲରେ ପହଞ୍ଚିବା ପାଇଁ ସେମାନଙ୍କର ରାସ୍ତା ଅତ୍ୟନ୍ତ କଷ୍ଟକର ମନେ ହେଉଥିଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପାକିସ୍ତାନର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା। ବର୍ତ୍ତମାନ, ଶେଷ ଚାରିରେ ପହଞ୍ଚିବା ପାଇଁ ପାକିସ୍ତାନ ଅନ୍ୟ ଦଳ ଉପରେ ନିର୍ଭର କରୁଛି, ଏବଂ ଦଳର ପ୍ରଦର୍ଶନ ପାଇଁ ଅଧିନାୟକ ସଲମାନ ଆଗାଙ୍କୁ ଟ୍ରୋଲ କରାଯାଉଛି। ଲୋକମାନେ ସଲମାନଙ୍କ ପରିବାରକୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି, ଯାହା ଫଳରେ ପାକିସ୍ତାନୀ ଅଧିନାୟକଙ୍କ ପତ୍ନୀ ସାବା ମଞ୍ଜର କଥା କହିବାକୁ ବାଧ୍ୟ ହୋଇଛନ୍ତି।
ପାକିସ୍ତାନର ପରାଜୟ ପରେ, ସାବା ମଞ୍ଜର ସୋସିଆଲ ମିଡିଆରେ ତାଙ୍କୁ ଏବଂ ତାଙ୍କ ପୁଅକୁ ଗାଳି ଦେଉଥିବା ଲୋକଙ୍କୁ ଇନଷ୍ଟାଗ୍ରାମ ମାଧ୍ୟମରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି।
ଇନଷ୍ଟାଗ୍ରାମରେ, ସାବା ମଞ୍ଜର ଲେଖିଛନ୍ତି, "ମୁଁ କିମ୍ବା ମୋ ପୁଅକୁ ଗାଳି ଦେବା ଦ୍ୱାରା ତୁମେ ବିଶ୍ୱକପ୍ ଜିତିପାରିବ ନାହିଁ, ପାକିସ୍ତାନୀ ପ୍ରଶଂସକ ମାନଙ୍କୁ ଲାଜ ଲାଗିବା ଦରକାର। " ଅନେକ ପୂର୍ବତନ କ୍ରିକେଟର ମଧ୍ୟ ପାକିସ୍ତାନୀ ପ୍ରଶଂସକଙ୍କ ଏହି ଆଚରଣକୁ ସମାଲୋଚନା କରିଛନ୍ତି। ଖେଳକୁ ଖେଳ ହିସାବରେ ନିଅ।
ହ୍ୟାରି ବ୍ରୁକ୍ ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହେଲେ
ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୬୪ ରନ୍ କରିଥିଲା। ଟାର୍ଗେଟର ପିଛା କରି ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍ ଫିଲ୍ ସଲ୍ଟ ଏବଂ ଜୋସ୍ ବଟଲର୍ ବିଫଳ ହୋଇଥିଲେ। ଗୋଟିଏ ସମୟରେ ପାକିସ୍ତାନ ମ୍ୟାଚ୍ ଜିତିଯିବ ବୋଲି ଲାଗୁଥିଲା କିନ୍ତୁ ଇଂଲଣ୍ଡ କ୍ୟାପଟେନ ହ୍ୟାରି ବ୍ରୁକ୍ ଙ୍କ ଐତିହାସିକ ୧୦୦ ରନ୍ ର ଇନିଂସ୍ ପୁରା ପାଳି ବଦଳାଇ ଦେଇଥିଲା। ଶେଷରେ ଇଂଲଣ୍ଡ ଦୁଇ ୱିକେଟରେ ବିଜୟୀ ହୋଇଥିଲା।
ପାକିସ୍ତାନ କ’ଣ ବାଦ ପଡ଼ିଛି?
ସୁପର ୮ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍ ପରେ, ପାକିସ୍ତାନର କେବଳ ଗୋଟିଏ ପଏଣ୍ଟ ଏବଂ କେବଳ ଗୋଟିଏ ମ୍ୟାଚ୍ ବାକି ଅଛି, ଫେବୃଆରୀ ୨୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ। ପାକିସ୍ତାନର ସେମିଫାଇନାଲ୍ ପହଞ୍ଚିବା ଏପର୍ଯ୍ୟନ୍ତ ଆଶା ରହିଛି। ପାକିସ୍ତାନକୁ ଏବେ ଶ୍ରୀଲଙ୍କାକୁ ବଡ଼ ବ୍ୟବଧାନରେ ପରାସ୍ତ କରିବାକୁ ପଡିବ ଏବଂ ଆଶା କରିବାକୁ ପଡିବ ଯେ ନ୍ୟୁଜିଲାଣ୍ଡ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଯେମିତି ନ ଜିତୁ। ଯଦି ନ୍ୟୁଜିଲାଣ୍ଡ ଆଜି ଜିତୁଛି ତେବେ ପାକିସ୍ତାନକୁ ଶ୍ରୀଲଙ୍କା ସହ ଭଲ ରନରେଟରେ ଜିତିବାକୁ ପଡ଼ିବ ନଚେତ ପାକିସ୍ତାନର ବି ସେମିଫାଇନାଲ ସ୍ବପ୍ନ ଅଧାରେ ରହିଯିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories