Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମ୍ୟାଚ୍‌ ପୂର୍ବରୁ ଗୁମର ଖୋଲିଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର; କହିଲେ, 'ବୈଭବଙ୍କ ପାଇଁ ହୋଇଛି ସ୍ଵତନ୍ତ୍ର ପ୍ଲାନ୍'

Sports

Vaibhav Suryavanshi / ମ୍ୟାଚ୍‌ ପୂର୍ବରୁ ଗୁମର ଖୋଲିଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର; କହିଲେ, 'ବୈଭବଙ୍କ ପାଇଁ ହୋଇଛି ସ୍ଵତନ୍ତ୍ର ପ୍ଲାନ୍'

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମ୍ୟାଚ୍‌ ପୂର୍ବରୁ ଗୁମର ଖୋଲିଲେ ଇଂଲଣ୍ଡର ଅଲ୍‌ରାଉଣ୍ଡର; କହିଲେ, 'ବୈଭବଙ୍କ ପାଇଁ ହୋଇଛି ସ୍ଵତନ୍ତ୍ର ପ୍ଲାନ୍'
Sam Curran's Big Statement on Vaibhav

Key Points

ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ଉତ୍ସାହ ଭିତରେ ବର୍ତ୍ତମାନର ଇଂଲଣ୍ଡ ଟିମ୍‌ର ଖେଳାଳିଙ୍କ ମଧ୍ୟରେ ବୈଭବଙ୍କୁ ନେଇ ଡର ରହିଛି ।
ମାଞ୍ଚେଷ୍ଟର: କେବେ ହେବ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ? ଏହି ପ୍ରଶ୍ନ ଏବେ କ୍ରିକେଟ୍ ଜଗତରେ ସର୍ବାଧିକ ଚର୍ଚ୍ଚାରେ ରହିଛି । ଏହାରି ଭିତରେ ଦିନକ ତଳେ ବୈଭବ ଇନଷ୍ଟା ଷ୍ଟୋରୀ ସେୟାର୍ କରିଛନ୍ତି, ଯାହାକୁ ଦେଖି ପ୍ରଶଂସକ ଭାବୁଛନ୍ତି ଭାରତ-ଇଂଲଣ୍ଡ ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ଖେଳିପାରନ୍ତି ବୈଭବ ।

ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ସମସ୍ତଙ୍କ ମନରେ ଉତ୍ସାହ ଭିତରେ ବର୍ତ୍ତମାନର ଇଂଲଣ୍ଡ ଟିମ୍‌ର ଖେଳାଳିଙ୍କ ମଧ୍ୟରେ ଡର ରହିଛି । ସାମ୍ବାଦିକ ସମ୍ମିଳନୀରେ ଇଂଲଣ୍ଡ ଦଳର ଖେଳାଳି ସାମ କରନ କହିଛନ୍ତି, "ବୈଭବଙ୍କ ଠାରୁ ବଞ୍ଚିବା ପାଇଁ ଆମ ପାଖରେ ଯୋଜନା ରହିଛି ।"

ଏଥିସହ ପଢ଼ନ୍ତୁ: ବଦଳିଗଲା ଭାରତ vs ଇଂଲଣ୍ଡ ଦ୍ୱିତୀୟ T20I ମ୍ୟାଚ୍ ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌ 

IPLରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ସାମ କରନ । ସେ କହିଛନ୍ତି, "ସେଠାକାର ଓ ଏଠା ପିଚ୍ ମଧ୍ୟରେ ଫରକ୍ ରହିଛି । ବୈଭବଙ୍କ ପାଇଁ ଇଂଲଣ୍ଡ ଆହ୍ଵାନ ଦେବ । ଭାରତ ତୁଳନାରେ ଏଠାକାର ପିଚ୍ ଧିର ଅଟେ ।"

ବୈଭବଙ୍କ ପାଇଁ ଟିମ୍ ଇଂଲଣ୍ଡ ପାଖରେ ଭିନ୍ନ ଯୋଜନା ରହିଥିବା କହିଛନ୍ତି ସାମ କରନ । ଏଥିସହ ଦଳ କରିଥିବା ଯୋଜନା, କାମ କରିବ କି ନାହିଁ ତାକୁ ନେଇ ବି ସାମ କରନ ଚିନ୍ତା ପ୍ରକଟ କରିଛନ୍ତି ।


ସେ କହିଛନ୍ତି, "ଆମ ପାଖରେ ଭିନ୍ନ ଯୋଜନା ରହିଛି, କିନ୍ତୁ ତାହା କାମରେ ଆସିବ କି ନାହିଁ ଜାଣିନୁ । କାରଣ ସମସ୍ତେ ଜାଣନ୍ତି ବର୍ତ୍ତମାନ ସମୟରେ ବୈଭବ କିଭଳି ଫର୍ମରେ ଅଛନ୍ତି । ସେ ଏବେ ସର୍ବଶ୍ରେଷ୍ଠ ସମୟର ଆନନ୍ଦ ନେଉଛନ୍ତି ।"

ଏଥିସହ ପଢ଼ନ୍ତୁ: ଅପେକ୍ଷାର ଅନ୍ତ…ବୈଭବ ସୂର୍ଯ୍ୟବଂଶୀ କ’ଣ ଦ୍ୱିତୀୟ ଟି-୨୦ରେ ଡେବ୍ୟୁ କରିବେ? ସୋସିଆଲ ମିଡିଆରେ ଦେଲେ ବଡ଼ ସଙ୍କେତ 

ଯଦିଓ IPLରେ ତାଙ୍କର ପ୍ରଦର୍ଶନ ବେଶ୍ ଭଲ ରହିଛି, ତଥାପି ଇଂଲଣ୍ଡ ତାଙ୍କ ପାଇଁ ଭିନ୍ନ ଚ୍ୟାଲେଞ୍ଜ ସୃଷ୍ଟି କରିବ । ବୈଭବଙ୍କ ଠାରୁ ଭାରତ ବହୁତ ଅଧିକ ଆଶା ରଖିଛି ଏବଂ ସେଇ ଆଶାର ବୋଝକୁ ସେ କିଭଳି ସମ୍ଭାଳୁଛନ୍ତି ତାର ପରୀକ୍ଷା ହେବ ବୋଲି କହିଛନ୍ତି ସାମ କରନ ।

କେତେବେଳେ ଆରମ୍ଭ ହେବ ମ୍ୟାଚ୍ ?

ଭାରତ ବନାମ ଇଂଲଣ୍ଡ ଦ୍ଵିତୀୟ ଟି-ଟ୍ଵେଣ୍ଟି ମାଞ୍ଚେଷ୍ଟରର ଓଲ୍ଡ ଟ୍ରେଫର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ । ଭାରତୀୟ ସମୟାନୁସାରେ ମ୍ୟାଚ୍ ସନ୍ଧ୍ଯା ୭ଟାରେ ଆରମ୍ଭ ହେବ । ସେଠାକାର ସ୍ଥାନୀୟ ସମୟ ଦିନ ସାଢ଼େ ୨ଟା ହୋଇଥିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored