Videos
|
Sports

ଫେରିଲେ ସାମି ଦେଖାଇବେ ଜଲୱା

Sangram Tripathy
Browse all articles by Sangram Tripathy
·2 years ago·1 min read
ଫେରିଲେ ସାମି ଦେଖାଇବେ ଜଲୱା

ଅଗର୍ସ ବ୍ୟୁରୋ:କ୍ରିକେଟ୍ ପ୍ରଶଂସକଙ୍କ ଲାଗି ଖୁସି ଖବର,ମଇଦାନକୁ ଫେରିଲେ ଭାରତୀୟ ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି,ଦର୍ଶକ ଦେଖିବେ ବୋଲିଂ ଜଲୱା,୨୦୨୩ ଦିନିକିଆ ବିଶ୍ବକପରେ ଭାରତ ଉପବିଜେତା ହୋଇଥିଲେ ମଧ୍ୟ ନିଜର ଜବରଦସ୍ତ ବୋଲିଂ ମାଧ୍ୟମରେ ସଭିଙ୍କ ହୃଦୟ ଜିତିଥିଲେ ସାମି। ବିଶ୍ୱକପ୍ ପରେ ଆଘାତ କାରଣରୁ ଟିମରୁ ବାହାର ହୋଇଥିଲେ,ଏବେ ଦୀର୍ଘ ଦିନ ପରେ ଟିମକୁ ଫେରିଛନ୍ତି ଏହି ଷ୍ଟାର ବୋଲର ।

 

ବର୍ତ୍ତମାନ ସାମି ନ୍ୟାସନାଲ କ୍ରିକେଟ ଏକାଡେମୀରେ ନେଟ୍ସ ବୋଲିଂ ଅଭ୍ୟାସ ଜାରି ରଖିଥିବା ଦେଖିବାକୁ ମିଳିଛି । ସାମି ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ।୨୦୨୩ ଦିନିକିଆ ବିଶ୍ୱକପ୍ ସମୟରେ ଫାଷ୍ଟ ବୋଲର ମହମ୍ମଦ ସାମିଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଫଳରେ ସେ ଗତ ବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଏବଂ ଜାନୁଆରୀରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିପାରିନଥିଲେ । ଫେବୃଆରୀରେ ତାଙ୍କର ସର୍ଜରୀ ହୋଇଥିଲା । ଫଳରେ ସେ ୨୦୨୪ ଆଇପିଏଲ୍ ଏବଂ ଟି- ୨୦ ବିଶ୍ୱକପ୍ ଖେଳିପାରିନଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ସେପ୍ଟେମ୍ବରରେ ହେବାକୁ ଥିବା ବାଲାଂଦେଶ ବିପକ୍ଷରେ ଟେଷ୍ଟ ସିରିଜରେ ସାମି ଭାରତୀୟ ଦଳରେ ସାମିଲ ହୋଇପାରନ୍ତି । ସାମି ମଇଦାନକୁ ଫେରିବା ଫଳରେ ଭାରତର ବୋଲିଂ ବିଭାଗ ଶକ୍ତିଶାଳୀ ହୋଇପାରିବ

Sami will | Argus News