Videos
|
Sports

ଶ୍ରୀଲଙ୍କା କ୍ରିକେଟ୍ ଦଳର କୋଚ୍ ହେବେ ସନଥ ଜୟସୁରିୟା

Ritu Das
Browse all articles by Ritu Das
·2 years ago·1 min read
ଶ୍ରୀଲଙ୍କା କ୍ରିକେଟ୍ ଦଳର କୋଚ୍ ହେବେ ସନଥ ଜୟସୁରିୟା

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ ୨୦୨୪ରେ ନିରାଶ ଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନ ନେବାକୁ ଯାଉଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଓପନିଂ ବ୍ୟାଟର ସନଥ ଜୟସୁରିୟା। ଶ୍ରୀଲଙ୍କା କ୍ରିକେଟ ଦଳର ମୁଖ୍ୟ କୋଚ ଭାବେ ଭାରତ ବିପକ୍ଷ ସିରିଜରୁ ନିଜର ଅଭିଯାନ ଆରମ୍ଭ କରିପାରନ୍ତି। 

ଜୟସୁରିଆ ସୋମବାର ଏହାର ସୂଚନା ଦେଇ କହିଛନ୍ତି ଯେ, ସେ ଶ୍ରୀଲଙ୍କା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି। ଟି-୨୦ ଲଙ୍କା ପ୍ରିମିୟର ଲିଗ ଜୁଲାଇ ୨୧ରେ ସମାପ୍ତ ହେବାପରେ ଜୟସୁରିୟା ଶ୍ରୀଲଙ୍କା କ୍ରିକେଟ ଦଳର ମୁଖ୍ୟ କୋଚ ଦାୟିତ୍ବ ଗ୍ରହଣ କରିବେ। ତେବେ ତାଙ୍କର କୋଚିଂ ଦାୟିତ୍ବ ସ୍ବଳ୍ପ ସମୟ ରହିଛି। 

ଜୟସୁରିୟା ଏଏଫପି ସହ ଆଲୋଚନା ବେଳେ କହିଛନ୍ତି ମୋତେ ଶ୍ରୀଲଙ୍କା କ୍ରିକେଟ ଦଳ ମୁଖ୍ୟ କୋଚ ଦାୟିତ୍ବ ଗ୍ରହଣ କରିବାକୁ କୁହାଯାଇଛି। ଏହା ମୋ ପାଇଁ ଖୁସିର ବିଷୟ। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଶ୍ରୀଲଙ୍କାର ଅଧିନାୟକତ୍ବ କରିଥିବା ଜୟସୁରିୟା ଜାତୀୟ ଚୟନକର୍ତ୍ତା ମଧ୍ୟ ରହି ସାରିଛନ୍ତି। ଆଗାମୀ ମାସରେ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ରହିଛି। ତେଣୁ ଜୟସୁରିୟା କୋଚ ଭାବେ ଏହା ପ୍ରଥମ ସିରିଜ ହୋଇପାରେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sanath Jayasuriya | Argus News