Sanju Samson / BCCIର ବଡ଼ ନିଷ୍ପତ୍ତି: ସୂର୍ଯ୍ୟକୁମାର ଆଉଟ୍ ସଞ୍ଜୁ ହେବେ ନୂଆ କ୍ୟାପ୍ଟେନ୍...
·4 months ago·2 min read

Key Points
BCCI ନେଇପାରେ ବଡ଼ ନିଷ୍ପତ୍ତି
‘ସଞ୍ଜୁ ସାମସନ ହେବେ ଭାରତ ଟି-୨୦ ଟିମର କ୍ୟାପ୍ଟେନ୍’
ସମସ୍ତେ ଜଣାଉଛନ୍ତି ନିଜର ମତ

ଟିମ୍ ଇଣ୍ଡିଆକୁ ମିଳିବ ନୂଆ କ୍ୟାପ୍ଟେନ୍। ସଞ୍ଜୁ ସାମସନ ହେବେ ଭାରତ ଟି-୨୦ ଟିମର କ୍ୟାପ୍ଟେନ୍ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, BCCI ନେଇପାରୋ ବଡ଼ ନିଷ୍ପତ୍ତି। ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଥିବା ବିସ୍ଫୋରକ ଖେଳାଳି ସଞ୍ଜୁ ସାମସନ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଚମତ୍କାର ବ୍ୟାଟିଂ ଦ୍ୱାରା ସେ ଟିମ୍ ଇଣ୍ଡିଆକୁ ବିଶ୍ୱ ବିଜେତା କରାଇଥିଲେ ଏବଂ ପ୍ଲେୟାର ଅଫ୍ ଦି ସିରିଜ୍ ମଧ୍ୟ ହୋଇଥିଲେ।ପୂର୍ବତନ କ୍ରିକେଟର ମହମ୍ମଦ କୈଫ୍ କହିଛନ୍ତି ଯେ ଯଦି ସୂର୍ଯ୍ୟକୁମାର ଯାଦବ କୌଣସି କାରଣରୁ ଅଧିନାୟକ ପଦ ଛାଡି ଦିଅନ୍ତି, ତେବେ ସଞ୍ଜୁ ସାମସନ ଦଳର ନେତୃତ୍ୱ ନେବା ପାଇଁ ଏକ ଭଲ ବିକଳ୍ପ। ସଞ୍ଜୁ ସାମସନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ପରେ, ଏବେ ତାଙ୍କୁ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ କରାଯିବା ନେଇ ଆଲୋଚନା ହେଉଛି।
ଏହା ସ୍ପଷ୍ଟ ଯେ ସୂର୍ଯ୍ୟଙ୍କ ବ୍ୟାଟିଂ କାମ କରୁନାହିଁ, ଯାହା ତାଙ୍କୁ ଦଳରେ ରହିବା କଷ୍ଟକର କରୁଛି, ଅଧିନାୟକ ରହିବା ତ ଦୂରର କଥା। ବିସିସିଆଇ କ’ଣ ନିଷ୍ପତ୍ତି ନେଉଛି ତାହା ଦେଖିବା ବାକି ରହିଲା। ସୂର୍ଯ୍ୟକୁମାର ଯାଦବଙ୍କୁ ବର୍ତ୍ତମାନ 35 ବର୍ଷ ବୟସ। 2028 ଟି-20 ବିଶ୍ୱକପ୍ ସୁଦ୍ଧା ସେ 37 ବର୍ଷରେ ପହଞ୍ଚିଥିବେ। 37 ବର୍ଷ ବୟସରେ ସେ ଦଳର ନେତୃତ୍ୱ ନେବାର ସମ୍ଭାବନା କମ୍। ତଥାପି, ଏହା ତାଙ୍କ ବୟସ ଅପେକ୍ଷା ତାଙ୍କ ଫର୍ମ ଏବଂ ଫିଟନେସ ଉପରେ ଅଧିକ ନିର୍ଭର କରିବ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଟି-20 ବିଶ୍ୱକପ୍ ଜିତିଥିଲା, କିନ୍ତୁ ଖେଳାଳି ଭାବରେ ତାଙ୍କର ପ୍ରଦର୍ଶନ ହାରାହାରି ଥିଲା।
ସୂର୍ଯ୍ୟକୁମାର ଯାଦବ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଆମେରିକା ବିପକ୍ଷରେ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ସେମିଫାଇନାଲ ଏବଂ ଫାଇନାଲରେ ମଧ୍ୟ ବିଫଳ ହୋଇଥିଲେ। ଟାଇଟଲ ମ୍ୟାଚ୍ରେ ସେ ଗୋଲ୍ଡେନ ଡକ୍ ପାଇଁ ଆଉଟ୍ ହୋଇଥିଲେ। ସୂର୍ଯ୍ୟ ଟି-୨୦ ବିଶ୍ୱକପ୍ରେ ୩୦.୨୫ ହାରରେ ମାତ୍ର ୨୪୨ ରନ୍ କରିଥିଲେ, ଯାହାର ଷ୍ଟ୍ରାଇକ୍ ରେଟ୍ ୧୩୬ ଥିଲା। ମହମ୍ମଦ କୈଫ୍ କହିଛନ୍ତି, “ସଞ୍ଜୁ ସାମସନ୍ ଜଣେ ଅଧିନାୟକ ହୋଇପାରିବେ। ଜଣେ ଭଲ ଅଧିନାୟକ ହେଉଛନ୍ତି ଯିଏ ଦୁନିଆ ଦେଖିଛନ୍ତି।” ଯେଉଁ ଖେଳାଳି ଜାଣନ୍ତି ଯେ, ଆଉଟ ଅପ୍ ଫର୍ମ ଖେଳାଳି ବି ବହୁତ ଗୁରୁତ୍ବପୂର୍ଣ୍ଣ । ଯିଏ ବୁଝନ୍ତି ଯେ, ବିଫଳତା ଖେଳର ଏକ ଅଂଶ । ଯଦି ଭଲ ଫିଟନେସ ରୁହେ, ତେବେ ସୂର୍ଯ୍ୟକୁମାର 38 ବର୍ଷ ପର୍ଯ୍ୟନ୍ତ ମଧ୍ୟ ଖେଳିପାରିବେ।
ଏଥିସହ ପଢ଼ନ୍ତୁ: ଭାରତର ଦ୍ରୂତ ବୋଲର ଅର୍ଶଦୀପଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା: ବିସିସିଆଇ ନେବ କଡ଼ା ଆକ୍ସନ
ଛୋଟ ଫର୍ମାଟରେ, ଜଣେ ଅଭିଜ୍ଞ ଅଧିନାୟକ ରହିବା ଆହୁରି ଗୁରୁତ୍ୱପୂର୍ଣ୍ଣ। ଯଦି ସୂର୍ଯ୍ୟ ପଦ ଛାଡି ଦିଅନ୍ତି, ତେବେ ସଞ୍ଜୁ ଏକ ଭଲ ବିକଳ୍ପ। ସଞ୍ଜୁ ସାମସନ୍ ରାଜସ୍ଥାନ ରୟାଲ୍ସର ଅଧିନାୟକତ୍ୱ କରିବାର ଅଭିଜ୍ଞତା ମଧ୍ୟ ରଖିଛନ୍ତି। ସେ ଦଳକୁ ଫାଇନାଲରେ ମଧ୍ୟ ନେଇସାରିଛନ୍ତି। ତାଙ୍କର ଫର୍ମ ଭଲ ରହିଛି, ଏବଂ ଯଦି ସେ ତାଙ୍କର ଫିଟନେସ ବଜାୟ ରଖନ୍ତି, ତେବେ ସେ ନିଶ୍ଚିତ ଭାବରେ ଅଧିନାୟକତ୍ୱ କରିପାରିବେ।
ଅଧିକ ପଢ଼ନ୍ତୁ ଖେଳ ଖବର: ବିଶ୍ବକପ ମିଳିବା ପରେ ବଡ଼ ଖବର….ଏହିଦିନ ପ୍ରେମିକାଙ୍କୁ ବିବାହ କରିବେ ଇଶାନ କିଷାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories