Videos
|
Sports

Dressing Room Leak Controversy / ଡ୍ରେସିଂ ରୁମ୍‌ର ଗୁପ୍ତ କଥା ଲିକ୍ ଅଭିଯୋଗ: ଏତେ ଦିନ ପରେ ନିଜ ଯନ୍ତ୍ରଣା କହିଲେ ସର୍ଫରାଜ୍…”ମା’ ବାପା ପତ୍ନୀଙ୍କ ଲୁହ କଷ୍ଟ ଦେଉଥିଲା”

Ritu Das
Browse all articles by Ritu Das
·42 mins ago·3 min read
ଡ୍ରେସିଂ ରୁମ୍‌ର ଗୁପ୍ତ କଥା ଲିକ୍ ଅଭିଯୋଗ: ଏତେ ଦିନ ପରେ ନିଜ ଯନ୍ତ୍ରଣା କହିଲେ ସର୍ଫରାଜ୍…”ମା’ ବାପା ପତ୍ନୀଙ୍କ ଲୁହ କଷ୍ଟ ଦେଉଥିଲା”
Cricket

Key Points

ଡ୍ରେସିଂ ରୁମ୍ ଲିକ୍ ବିବାଦରେ ପ୍ରଥମଥର ମୁହଁ ଖୋଲିଲେ ସର୍ଫରାଜ୍ ଖାନ୍
ମିଛ ଅଭିଯୋଗ ଯୋଗୁଁ ଫୋନ୍ କଲ୍ ଉଠାଇବା ବନ୍ଦ କରିଦେଇଥିଲେ ଲୋକେ, ସ୍ୱିଚ୍ ଅଫ୍ କରିଥିଲେ ମୋବାଇଲ୍

ଭାରତୀୟ ଟେଷ୍ଟ କ୍ରିକେଟ ଟିମରୁ ବାଦ ପଡ଼ିଥିବା ସର୍ଫରାଜ ଖାନ ଶେଷରେ ବିବାଦକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ମୋ ପରିବାର ଉପରେ ଗଭୀର ପ୍ରଭାବ ପଡ଼ିଥିଲା। ୨୦୨୪-୨୫ ମସିହାରେ ଅଷ୍ଟ୍ରେଲିଆ ଗସ୍ତ ବେଳେ ବର୍ଡର ଗାଭାସ୍କର ଟ୍ରଫି ମ୍ୟାଚ ଯେତେବେଳେ ଚାଲିଥିଲା ସେହି ସମୟରେ ଡ୍ରେସିଂ ରୁମରେ ଚାଲିଥିବା ଭିତିରି କଥା ଲିକ ହୋଇଥିବା ଗମ୍ଭୀର ଆରୋପ ସର୍ଫରାଜଙ୍କ ଉପରେ ଲାଗିଥିଲା।
ସର୍ଫରାଜ ଖାନ ଏହି ବିବାଦ ମାମଲାରେ ପ୍ରଥମଥର ନୀରବତା ଭାଙ୍ଗିବା ସହ ଦୁଃଖରେ ନିଜର ମନ ଯନ୍ତ୍ରଣାକୁ ପ୍ରକାଶ କରିଛନ୍ତି। ସର୍ଫରାଜ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଭଳି ଏକ ମିଥ୍ୟାରୋପ ମୋ ପରିବାରକୁ ଭାଙ୍ଗିଦେଇଥିଲା।

ଆକାଶ ଚୋପଡାଙ୍କ ଏକ ଶୋ’ “ବ୍ୟାଟ ଔର ବଲ”ରେ ସର୍ଫରାଜ ପୁରା ଭାବୁକ ନଜର ଆସିଥିଲେ। ଅତୀତର ସେହି ପୁରୁଣା କଥାକୁ ମନେ ପକାଇଲା ବେଳେ ତାଙ୍କ ଆଖିରୁ ଲୁହ ଆସିଯାଇଥିଲା। ଅଷ୍ଟ୍ରେଲିଆ ଗସ୍ତରେ ମେଲବୋର୍ଣ୍ଣ ଟେଷ୍ଟରେ ଭାରତ ଲଜ୍ଜାଜନକ ପରାଜୟର ଶିକାର ହୋଇଥିଲା। ଏହାପରେ ଇଣ୍ଡିଆ ଟିମର ମୁଖ୍ୟ ଗୋଚ ଗୌତମ ଗମ୍ଭୀର ଖେଳାଳିମାନଙ୍କର ଭଲ ଭାବେ କ୍ଲାସ ନେଇଥିଲେ। ଏହାପରେ ଡ୍ରେସିଂ ରୁମରେ ହୋଇଥିବା ସବୁ ଗୁପ୍ତ କଥା ଲିକ ହୋଇଥିଲା। ଏହାର ପୁରାପୁରି ଦୋଷ ସର୍ଫରାଜଙ୍କ ଉପରେ ଆସିଯାଇଥିଲା।
ସର୍ଫରାଜ ଏହି ଗସ୍ତରେ ଭାରତୀୟ ଟିମର ଅଂଶ ଥିଲେ ସତ କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ମିଳି ନଥିଲା। ଏହା ପରିବର୍ତ୍ତେ,

ସେ ଆହତ ହୋଇଗଲେ ଏବଂ ପୁନର୍ବାସ (rehabilitation) ପାଇଁ ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀ (NCA) ଗଲେ। ସେହି ଘଟଣାକୁ ମନେ ପକାଇ ସରଫରାଜ କହିଲେ ଯେ ସେ ଅତ୍ୟନ୍ତ ମର୍ମାହତ ହୋଇଥିଲେ। ଏହାପରେ ଭାରତରେ ତାଙ୍କ ବିମାନ ଅବତରଣ କରିବାମାତ୍ରେ। “ମୋତେ ଲଗାତାର ଲୋକଙ୍କ ମେସେଜ ଆଉ କଲ ଆସିବା ଆରମ୍ଭ ହୋଇଗଲା”। ସୋସିଆଲ ମିଡିଆରେ ବହୁତ କିଛି ଲେଖାଯାଇଥିଲା। ବର୍ଡର-ଗାଭାସ୍କର ଟ୍ରଫି ଶେଷ ହେବାର ୨୦-୨୫ ଦିନ ବିତିଯାଇଥିଲା ଏବଂ ଆଘାତ କାରଣରୁ ମୁଁ NCA (ଏନସିଏ) ରେ ରିହାବ୍ (ପୁନର୍ବାସ ପ୍ରକ୍ରିୟା) ମଧ୍ୟରେ ଥିଲି। ହଠାତ୍, 'ଡ୍ରେସିଂ ରୁମ୍ ଲିକ୍' (ଗୋପନୀୟ ତଥ୍ୟ ବାହାରକୁ ଆସିବା) ବିଷୟରେ ଖବର ପ୍ରଚାରିତ ହେବାକୁ ଲାଗିଲା। ମୁଁ ବୁଝିପାରିଲି ନାହିଁ ଯେ ମୁଁ କାହାସହ ଏକଥା ଶେୟାର କରିବି।

ନିଜ ଉପରୁ ଅପବାଦ ହଟାଇବା ପାଇଁ, ସରଫରାଜ୍ ନିର୍ବାଚନକର୍ତ୍ତାମାନେ ତାଙ୍କ ଉପରେ ରଖିଥିବା ବିଶ୍ୱାସକୁ ସବୁଠାରୁ ବଡ଼ ପ୍ରମାଣ ଭାବରେ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ, ଯଦି ମୁଁ ଟିମ ସହ ସେପରି ବିଶ୍ବାସଘାତକତା କରିଥାଆନ୍ତି ତେବେ ମୋତେ ଇଣ୍ଡିଆ –ଏ ଏବଂ ୨୦୨୬ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚରେ ସାଇସୁଦର୍ଶନଙ୍କ ରିପ୍ଲେସମେଣ୍ଟରେ ସ୍ଥାନ ମିଳିନଥାଆନ୍ତା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ କହିଲେ ମୋତେ ଏବିଷୟରେ କିଛି ପଚରାଯାଇନି। ସେମିତି କିଛି ବି ହୋଇ ନଥିଲା। କିନ୍ତୁ ମୁଁ ଜାଣିନି ମୋ ନାଁରେ ଏହି ମିଛ କଥା କିଏ ପ୍ରଚାର କରିଥିଲା। ମୋତେ ବହୁତ ଖରାପ ଲାଗିଥିଲା। ଆଉ ମୁଁ କାହାକୁ ଯଦି ଫୋନ କରୁଥିଲି ମୋ କଲ କେହି ରିସିଭ କରୁ ନଥିଲେ। ମୋ ପରିବାର ପାଇଁ ସେହି ସମୟ ବହୁତ ଖରାପ ଥିଲା। ଏମିତିକି ଶେଷରେ ମୋତେ ମୋ ମୋବାଇଲ ସ୍ବିଚ ଅଫ କରିବାକୁ ପଡ଼ିଥିଲା।

  • ମା’ବାପା ଆଉ ମୋ ପତ୍ନୀ ଆଖିରେ "ଲୁହ ଦେଖି ଭାଙ୍ଗିପଡ଼ିଥିଲି"

ସର୍ଫରାଜ କହିଛନ୍ତି ଯେ, “ମୋ ଜୀବନ ସବୁବେଳେ ସଂଘର୍ଷମୟ ଥିଲା।“ ସେଥିପାଇଁ ଯେତେ ବଡ଼ ବିପଦ ଆସିଲେ ବି ମୁଁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲି। କିନ୍ତୁ ଆପଣାର ଲୋକଙ୍କୁ ଏମିତି ଭାଙ୍ଗିପଡ଼ୁଥିବାର ଦେଖି ମୁଁ ପୁରା ଭାଙ୍ଗିପଡ଼ିଲି। ସେମାନଙ୍କ ସାମ୍ନାରେ ମୁଁ ନିଜକୁ ଦୋଷୀ ବୋଲି ଭାବୁଥିଲି। ସୋସିଆଲ ମିଡିଆରେ ଗୋଟିଏ ଛୋଟ କଥାକୁ ଏମିତି ବଡ଼ କରିଦେବେ ଯେ ମୁଁ ଭାବିନଥିଲି। ମୁଁ ଗୋଟିଏ କଥା ଶୁଣିଥିଲି, “ଯଦି ତୁମେ କାହା କାମ ଖରାପ କରିପାରୁନ ତେବେ ତା ନାମ ଖରାପ କରିଦିଅ।“ “କାମ ଆପେ ଆପ ଖରାପ ହୋଇଯିବ।“