Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସରଫରାଜଙ୍କ ୧୫୦ ,ପନ୍ତଙ୍କ ବିସ୍ପୋରକ ୯୯

Sangram Tripathy
Browse all articles by Sangram Tripathy
·1 year ago·1 min read
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସରଫରାଜଙ୍କ ୧୫୦ ,ପନ୍ତଙ୍କ ବିସ୍ପୋରକ ୯୯

ଅର୍ଗସ ବ୍ୟୁରୋ:ଗର୍ଜିଲା ସରଫରାଜ୍‌-ପନ୍ତଙ୍କ ବ୍ୟାଟ୍,ବଢିଲା ନ୍ୟୁଜିଲାଣ୍ଡ ବୋଲରଙ୍କ ଟେନସନ। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି ସରଫରାଜ୍‌ ଖାନ୍‌। ସରଫରାଜ୍‌ ୧୫୦ ରନର ଜବରଦସ୍ତ ପାରି ଖେଳି ନ୍ୟୁଜିଲାଣ୍ଡ ବୋଲରଙ୍କ ନିଦ ହଜାଇଦେଇଛନ୍ତି,୧୯୫ ବଲରୁ ୧୫୦ ରନ୍, ସେଥିରେ ୧୮ଟି ଚୌକା ,୩ଟି ଛକା ରହିଛି। ସେହିପରି ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ଟେଷ୍ଟ କ୍ରିକେଟରେ ଗୋଟିଏ ରନ୍ ଲାଗି ୯୯ ରନ୍ କରି ସପ୍ତମ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୧୦୫ ବଲରୁ ୯ ଚୌକା,୫ ଛକା ସହାୟତାରେ ୯୯ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ।

ପ୍ରଥମ ଇଂନିସରେ ଭାରତ ୪୬ ରନରେ ଅଲଆଉଟ୍ ହୋଇପଡିଥିବାବେଳେ ଦ୍ବିତୀୟ ଇନିଂସରେ ଅଧିନାୟକ ରୋହିତ ଶର୍ମା ୫୨,ଯଶସ୍ବୀ ଜୟସ୍ବାଲ ୩୫,ବିରାଟ ୭୦ ରନ୍ କରି ପାଭିଲିୟକୁ ଫେରିଥିଲେ। ୧୯୭ ତମ ଇନିଂସରେ ୯ ହଜାର ରନ୍ ପୂରଣ କରିଥିଲେ ବିରାଟ,ସର୍ଫରାଜ ବିରାଟ କୋହଲିଙ୍କ ସହ ୧୬୩ ବଲ୍ ରେ ୧୩୬ ରନ୍ ର ଭାଗିଦାରୀ କରିଥିଲେ। ଭାରତ ୬ ୱିକେଟ୍ ବିନିମୟରେ ୪ଶହରୁ ଉର୍ଦ୍ଦ ରନ୍ ସ୍କୋର କରିଛି।ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଶତକ ହାସଲ ସହଭାରତକୁ ବିପଦରୁ ରକ୍ଷା ମଧ୍ୟ କରିଛନ୍ତି ସର୍ଫରାଜ ଏବଂ ପନ୍ତ। ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sarfaraz's 150, Pant's 99 in the test against New Zealand | Argus News