ଟେଷ୍ଟରେ ସରଫରାଜଙ୍କ ପ୍ରଥମ ଶତକ,ପନ୍ତଙ୍କ ଜବରଦସ୍ତ ଅର୍ଦ୍ଧଶତକ

ଅର୍ଗସ ବ୍ୟୁରୋ:ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଖେଳାଯାଉଛି ପ୍ରଥମ ଟେଷ୍ଟରେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି ସରଫରାଜ୍ ଖାନ୍। ସେ ୧୧୦ ବଲ୍ ରୁ ପ୍ରଥମ ଶତକ ହାସଲ କରିଛନ୍ତି। ସେ ଟିମ୍ ସାଉଦିଙ୍କ ବୋଲିଂରେ ଚୌକା ମାରି ୫୬.୩ ଓଭରରେ ଏହି ଶତକ ହାସଲ କରିଥିଲେ। ଖବର ଲେଖା ହେବା ସୁଦ୍ଧା ସରଫରାଜ୍ ଅପରାଜିତ ୧୨୫ ଏବଂ ଋଷଭ ପନ୍ଥ ୫୩ ରନ୍ କରି ଅପରାଜିତ ରହିଛନ୍ତି।
ପନ୍ଥ ଓ ଖାନ୍ ବ୍ୟାଟିଂ କରୁଥିବା ବେଳେ ଭାରତୀୟ ଟିମ୍ର ରନ୍ ସ୍କୋର୍ ୩୦୦ ପାର୍ ହୋଇସାରିଛି। ଏବେ ଭାରତ୩ଟି ୱିକେଟରେ ୩୪୪ ରନ୍ କରିଛି। ପ୍ରଥମ ଇଂନିସରେ ଭାରତ ୪୬ ରନରେ ଅଲଆଉଟ୍ ହୋଇପଡିଥିବାବେଳେ ଦ୍ବିତୀୟ ଇନିଂସରେ ଅଧିନାୟକ ରୋହିତ ଶର୍ମା ୫୨,ଯଶସ୍ବୀ ଜୟସ୍ବାଲ ୩୫,ବିରାଟ ୭୦ ରନ୍ କରି ପାଭିଲିୟକୁ ଫେରିଥିଲେ। ୧୯୭ ତମ ଇନିଂସରେ ୯ ହଜାର ରନ୍ ପୂରଣ କରିଛନ୍ତି ବିରାଟ,ଖେଳିଛନ୍ତି ୧୧୬ ମ୍ୟାଚ୍ ସେଥିରେ ୩୧ଟି ଅର୍ଦ୍ଧଶତକ,୨୯ଟି ଶତକ ରହିଛି । ଚତୁର୍ଥ ଭାରତୀୟ ଭାବେ ୯ ହଜାର ଟେଷ୍ଟ ରନ୍ କ୍ଲବରେ ସାମିଲ୍ ହୋଇଛନ୍ତି ବିରାଟ । ସର୍ଫରାଜ ବିରାଟ କୋହଲିଙ୍କ ସହ ୧୬୩ ବଲ୍ ରେ ୧୩୬ ରନ୍ ର ଭାଗିଦାରୀ କରିଥିଲେ। ବିରାଟ କୋହଲି ଆଉଟ୍ ହେବା ପରେ ସେ ଋଷଭ ପନ୍ତଙ୍କ ସହ ଭାରତୀୟ ଇନିଂସ ଆଗକୁ ବଢ଼ାଇଥିଲେ। ସର୍ଫରାଜ ପ୍ରଥମ ଇନିଂସରେ ଶୂନରେ ଆଉଟ୍ ହୋଇଥିଲେ ମଧ୍ୟ ଦ୍ବିତୀୟ ଇନିଂସରେ ଦମଦାର ଖେଳ ଖେଳି ମ୍ୟାଚକୁ ଫେରାଇ ଆଣିଥିଲେ।
ସରଫରାଜ୍ ଖାନ୍ ୧୫ ଫେବୃଆରୀ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ କରିଥଲେ ସେ ଏ ପର୍ଯ୍ୟନ୍ତ ୩ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସମସ୍ତ ୩ଟି ଟେଷ୍ଟ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ। ଏହି ୩ଟି ଟେଷ୍ଟ ମ୍ୟାଚରେ ସରଫରାଜ୍ ୭୯.୩୬ ଷ୍ଟ୍ରାଇକ ହାରରେ ୨୦୦ ରନ୍ ସ୍କୋର କରିଛନ୍ତି,ଯେଉଁଥିରେ ୩ଟି ଅର୍ଦ୍ଧଶତକ ରହିଛି। ସରଫରାଜ୍ ଏପର୍ଯ୍ୟନ୍ତ ୫୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ସେ ୭୦.୭୫ର ଷ୍ଟ୍ରାଇକ ହାରରେ ୫୧ ମ୍ୟାଚରେ ୪୪୨୨ ରନ୍ ସ୍କୋର କରିଛନ୍ତି ଯେଉଁଥିରେ ୧୪ ଶତକ,୧୫ ଅର୍ଦ୍ଧଶତକ ରହିଛି। ପ୍ରଥମ ଶ୍ରେଣୀ କ୍ରିକେଟରେ ସରଫରାଜଙ୍କ ସର୍ବାଧିକ ସ୍କୋର ଅପରାଜିତ ୩୦୧ ରହିଛି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଶତକ ହାସଲ କରିଛନ୍ତି ଭାରତକୁ ବିପଦରୁ ରକ୍ଷା ମଧ୍ୟ କରିଛନ୍ତି।ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ,ଭାରତ ଏହି ଶୃଙ୍ଖଳାକୁ ଜିତିଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପ୍ରବେଶ ପ୍ରାୟତଃ ନିଶ୍ଚିତ ହୋଇଯିବ
📱 Get Argus News App
✨