Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India-Pakistan War Effect: ପାକିସ୍ତାନକୁ ଆଗ ହଁ କରିଥିଲା, ଏବେ ନା କରିଦେଲା UAE

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India-Pakistan War Effect: ପାକିସ୍ତାନକୁ ଆଗ ହଁ କରିଥିଲା, ଏବେ ନା କରିଦେଲା UAE

ପାକିସ୍ତାନକୁ ବଡ଼ ଝଟକା । ଏପଟେ ଭାରତର ଘନ ଘନ ଆଟାକ୍ । ସେପଟେ PSL ରଦ୍ଦ ପରେ ଘରେ ପୁରାଇବାକୁ ମନା କରୁଛି UAE । ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନରେ କୋକୁଆ ଭୟ ସୃଷ୍ଟି ହୋଇଛି। ସାରା ବିଶ୍ୱର ଏହା ଉପରେ ନଜର ରହିଛି । ପାକିସ୍ତାନର ପ୍ରମୁଖ ସହରରେ ଥିବା ଏୟାର ଡିଫେନ୍ସ ସିଷ୍ଟମକୁ ଭାରତୀୟ ସେନା ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ କରିଦେଇଛି । ଲାହୋର, କରାଚି, ଇସଲାମାବାଦ ଓ ରାୱଲପିଣ୍ଡିରେ ଭାରତୀୟ ସେନା ଡ୍ରୋନ ଷ୍ଟ୍ରାଇକ କରିବାରୁ ପାକିସ୍ତାନ ଦୋହଲି ଯାଇଛି। ଭାରତ ସହ ଏହି ଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ବି ହୋଇଛି ।

ଭାରତର ଆକ୍ରମଣ ଯୋଗୁଁ ପାକିସ୍ତାନର ପିଏସଏଲ ରଦ୍ଦ ହୋଇଛି । ଯାହାଫଳରେ ପାକିସ୍ତାନ ଅବଶିଷ୍ଟ ମ୍ୟାଚ ଗୁଡ଼ିକ UAEରେ ଆୟୋଜନ ପାଇଁ ଚେଷ୍ଟା କରିଥିଲା । ହେଲେ ଏହାକୁ UAE ମନା କରିଦେଇଛି ।

ଗତ କାଲି ଅର୍ଥାତ ଗୁରୁବାର ପାକିସ୍ତାନର ରାଓ୍ବଲପିଣ୍ଡିଠାରେ କରାଚୀ ଓ ପେଶାଓ୍ବର ମଧ୍ୟରେ ପିଏସଏଲ ମ୍ୟାଚ ଚାଲିଥିବାବେଳେ ଷ୍ଟାଡିୟମ ନିକଟରେ ଭାରତର ଡ୍ରୋନ ପଡ଼ିଥିଲା । ଏହା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ବିଦେଶୀ ଖେଳାଳିମାନେ ପାକିସ୍ତାନରେ ଖେଳିବାକୁ ଅମଙ୍ଗ ହେଲେ । ଏହା ପରେ ବାଧ୍ୟ ହୋଇ ପାକିସ୍ତାନ କ୍ରିକେଟ ବୋର୍ଡ ପିଏସଏଲକୁ ସ୍ଥଗିତ ରଖି ଅବଶିଷ୍ଟ ମ୍ୟାଚ ଦୁବାଇରେ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଜି ୟୁଏଇ ଏଥିପାଇଁ ମନା କରିବାରୁ ପିସିବି ନିରାଶ ହୋଇଛି ।

ଏବର୍ଷ ପିଏସଏଲର ୧୦ମ ସଂସ୍କରଣ ଖେଳାଯାଉଛି । ପିଏସଏଲର ଆଉ ୮ଟି ମ୍ୟାଚ ରହିଛି । ଶେଷ ୮ଟି ମ୍ୟାଚ ଲାହୋର, ପେଶାଓ୍ବର ଓ ମୂଲତାନରେ ଖେଳାଯିବାର ଥିଲା । କିନ୍ତୁ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସେଠାରେ ମ୍ୟାଚକୁ ବାତିଲ କରାଯାଇଛି ।

ଜଣେ ପୂର୍ବତନ କ୍ରିକେଟର କହିଛନ୍ତି, “ରାୱଲପିଣ୍ଡିରେ ହେବାକୁ ଥିବା ପିଏସଏଲର ଗୋଟିଏ ମ୍ୟାଚକୁ ଆକ୍ରମଣ ପରେ ବାତିଲ କରାଯାଇଛି। ଆକ୍ରମଣ ପରେ ବିଦେଶୀ ଖେଳାଳି ପୂରା ସ୍ତବ୍ଧ। ଏବେ ଅଧିକାଂଶ ଖେଳାଳି ଯଥା ଶୀଘ୍ର ପାକିସ୍ତାନ ଛାଡ଼ିବାକୁ ଚାହୁଁଛନ୍ତି। ପିସିବି ଏହା ଉପରେ ସରକାରଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବ।”

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Setback For Pakistan: UAE Set To Decline Big PSL 2025 Request. | Argus News