Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ସବନିମ୍ ଇସମାଇଲଙ୍କ ରଚିଲେ ଇତିହାସ, ଦୃତ ଗତିରେ ବୋଲିଂ କରି ନୂଆ ରେକର୍ଡ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସବନିମ୍ ଇସମାଇଲଙ୍କ ରଚିଲେ ଇତିହାସ, ଦୃତ ଗତିରେ ବୋଲିଂ କରି ନୂଆ ରେକର୍ଡ

ଅର୍ଗସ ବ୍ୟୁରୋ: ଦକ୍ଷିଣ ଆଫ୍ରିକାର ପୂର୍ବତନ ଫାଷ୍ଟ ବୋଲର ସବନିମ୍ ଇସମାଇଲ୍ ମହିଳା କ୍ରିକେଟରେ ସବୁଠାରୁ ଦୃତ ଗତିରେ ବୋଲିଂ କରିଛନ୍ତି । ପ୍ରଥମଥର ପାଇଁ ଜଣେ ମହିଳା ଘଣ୍ଟାପ୍ରତି ୧୩୦ କିଲୋମିଟରରୁ ଅଧିକ ବେଗରେ ବୋଲିଂ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ଆଇପିଏଲ ମ୍ୟାଚରେ ଏହି କିର୍ତ୍ତୀମାନ ସୃଷ୍ଟି ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ସବନିମ୍ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଏହି ରେକର୍ଡ କରିଛନ୍ତି । ସେ ଘଣ୍ଟାପ୍ରତି ୧୩୨ କିଲୋମିଟର ବେଗରେ ବୋଲିଂ କରିଥିଲେ ।

ପୂର୍ବରୁ ମଧ୍ୟ ରେକର୍ଡ ସବନିମ୍ଙ୍କ ନାରେ ରହିଥିଲା । ସବନିମ୍ ଦକ୍ଷିଣ ଆଫ୍ରିକା ପାଇଁ ୧୬ବର୍ଷ ଖେଳି ୮ଟି ମହିଳା ବିଶ୍ବକପରେ ପ୍ରତିନିଧିତ୍ବ କରିଛନ୍ତି । ଗତ ବର୍ଷ ସେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଛନ୍ତି । ସେ ଦକ୍ଷିଣ ଆଫ୍ରିକା ପାଇଁ ୧୨୭ଟି ଦିନିକିଆ, ୧୧୩ଟି ଟି ଟ୍ବେଣ୍ଟି ଓ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ସବନିମ୍ ଏବେ ମହିଳା ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି ।

ଅଧିକ ପଢ଼ନ୍ତୁ ଖେଳ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Shabnim Ismail shatters record with fastest delivery ever in women's cricket | Argus News