Pakistani Bowler Saheen Afridi / ପୁଣି ପଡ଼ିଆରେ ବେଜ୍ଜିତ ହେଲେ ପାକିସ୍ତାନ ଖେଳାଳି ! ଭିଡିଓ ଭାଇରାଲ

Key Points
ଓଭର ପିଛା ହାରାହାରି ୧୬ ରନ ଲେଖାଏଁ ଦେଇ ସାରିଥିଲେ ସାହିନ୍ ।
ପୁଣି ପାକିସ୍ତାନ ଖେଳାଳି ହେଲେ ବେଜ୍ଜିତ । ପଡ଼ିଆ ମଝିରେ ଲଜ୍ଜା ଜନକ ପରିସ୍ଥିତି । ନଇଁଗଲା ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ । ରାଗିଗଲେ ଅମ୍ପାୟାର । ପାକିସ୍ତାନୀ ଖେଳାଳିଙ୍କ ସହ ଏମିତି କିଛି ଘଟଣା ଘଟିଛି ଯାହା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ପାକିସ୍ତାନୀ ଦ୍ରୁତ ବୋଲରଙ୍କ ହାତରୁ ଓଭର ମଝିରେ ବଲ ଛଡ଼ାଇ ନେଲେ ଅମ୍ପାୟାର । ସେ ଆଉ କରି ପାରିଲେନି ବୋଲିଂ ।
ପାକିସ୍ତାନର ପ୍ରିମିୟମ ବୋଲର ଭାବେ ଜଣାଶୁଣା ସାହିନଶାହା ଆଫ୍ରିଦଙ୍କୁ ଏଭଳି ବେଜିତ୍ ହେବାକୁ ପଡ଼ିଛି । ବିବିଏଲ ୨୦୨୫-୨୬ ଚାଲିଥିବା ବେଳେ ଏକ ମ୍ୟାଚ ମଝିରେ ଏଭଳି କିଛି ଦୃଶ୍ୟ ନଜରକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ବ୍ରିସବେନ ପକ୍ଷରୁ ଖେଳୁଥିବା ସାହିନ୍ ନିଜର ଦ୍ବିତୀୟ ଓଭର ଚତୁର୍ଥ ବଲ ସୁଦ୍ଧା ୪୩ ରନ ବ୍ୟୟ କରିଥିଲେ । ଓଭର ପିଛା ହାରାହାରି ୧୬ ରନ ଲେଖାଏଁ ଦେଇ ସାରିଥିଲେ ସାହିନ୍ । ତେବେ ଏହି ସମୟରେ ସେ ଗୋଟିଏ ଓଭରରେ ଦୁଇଟି ହାଇ ଫୁଲଟସ ବଲ ପକାଇଥିଲେ । ଯେଉଁ କାରଣରୁ ଅମ୍ପାୟାର ତାଙ୍କ ହାତରୁ ବଲ ଛଡ଼ାଇ ନେଇଥିଲେ । ଯେଉଁଥିପାଇଁ ତାଙ୍କୁ ସାରା ବିଶ୍ୱ ଆଗରେ ବେଜିତ ହେବାକୁ ପଡ଼ିଥିଲା । ଷ୍ଟାଡିୟମରେ ମ୍ୟାଚ୍ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା । ଯାହାକୁ ଷ୍ଟାଡିୟମରେ ଥିବା ସମସ୍ତ ଦର୍ଶକ ଦେଖିଥିବା ବେଳେ ଲାଇଭ୍ ଷ୍ଟ୍ରିମିଂରେ ଦେଖୁଥିବା ସବୁ ଦର୍ଶକ ମଧ୍ୟ ଏହି ଦୃଶ୍ୟ ଦେଖିଥିଲେ । ଏହାଦେଖି ସମସ୍ତେ କିଛି ସମୟ ପାଇଁ ତାଜୁବ୍ ହୋଇଯାଇଥିଲେ ।
କ୍ରିକେଟର ନିୟମ ଅନୁସାରେ ଜଣେ ବୋଲର ଗୋଟିଏ ଓଭରରେ ଦୁଇଟି ହାଇ ଫୁଲଟସ୍ ବଲ ପକାଇ ପାରିବେ ନାହିଁ । ମାତ୍ର ସାହିନ ଏଭଳି କରିଥିବା ଯୋଗୁଁ ବେଳେ ତାଙ୍କୁ ବୋଲିଂ କରିବାକୁ ଦିଆଯାଇନଥିଲା । ଚଳିତ ବର୍ଷ ସେ ବିବିଏଲରେ ଡେବ୍ୟୁ କରିଥିବା ବେଳେ ପ୍ରଥମରୁ ଏଭଳି ଦେଖିବାକୁ ମିଳିଛି । ସେପଟେ ଅନ୍ୟତମ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜଓ୍ବାନ ମଧ୍ୟ ବିଗବାସ ଲିଗରେ ଡେବ୍ୟୁ କରିଛନ୍ତି । ମାତ୍ର ତାଙ୍କର ଏଯାବତ କୌଣସି ପ୍ରଭାବଶାଳୀ ବ୍ୟାଟିଂ ଦେଖିବାକୁ ମିଳିନାହିଁ ।
ଅନ୍ୟପଟେ ସାହିନ୍ଙ୍କ ଏଭଳି ବିଶୃଙ୍ଖଳିତ ଖେଳ ପାଇଁ ସମସ୍ତେ ତାଙ୍କୁ ନିନ୍ଦା କରିଛନ୍ତି । ନିଜ ବୋଲିଂକୁ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣିତ କରିବା ପାଇଁ ସେ ବାରମ୍ବାର ଫୁଲ୍ଟସ୍ ପକାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁଥିପାଇଁ କିଛି ଖେଳପ୍ରେମୀ ତାଙ୍କୁ ଜଣେ ବିଶୃଙ୍ଖଳିତ ଖେଳାଳି ବୋଲି କହିଛନ୍ତି । ସାହିନ୍ଙ୍କ ଏଭଳି ଆଚରଣ ପାଇଁ କେବଳ ତାଙ୍କୁ ବଦ୍ନାମ ହେବାକୁ ପଡ଼ିଛି ତାହା ନୁହେଁ, ପୁରା ପାକିସ୍ତାନ ଟିମ୍କୁ ମଧ୍ୟ ଅନେକ ସମାଲୋଚନା ସହିବାକୁ ପଡ଼ିଛି ।
Wow.
— KFC Big Bash League (@BBL) December 15, 2025
On his BBL debut, Shaheen Afridi has been removed from the attack! #BBL15 pic.twitter.com/IhDLsKFfJi
📱 Get Argus News App
✨Related Topics
Explore more stories