ଶାହଙ୍କ ବଡ଼ ଘୋଷଣା

ଅର୍ଗସ ବ୍ୟୁରୋ:ଏନସିଏରେ ଏକାଠିପ୍ରଶିକ୍ଷଣ ନେବେ କ୍ରିକେଟର ଏବଂ ଆଥଲେଟ୍ସ। ସୃଷ୍ଟି ହେବେ ଅଧିକ କ୍ରୀଡ଼ାବିତ୍ । ବିସିସିଆଇ ସମ୍ପାଦକ ଜୟ ଶାହ କରିଛନ୍ତି ବଡ଼ ଘୋଷଣା। ଏହି ଘୋଷଣା ପଛରେ ରହିଛି ବଡ଼ କାରଣ। ଶେଷ ହୋଇଛି ପ୍ୟାରିସ ଅଲମ୍ପିକ୍ସ ଏଥିରେ ଭାରତ ୬ ପଦକ ସହ ତାର ଅଭିଯାନ ଶେଷ କରିଛି । ଏତେ କମ୍ ସଂଖ୍ୟାରେ କ୍ରୀଡ଼ାବିତ୍ ଭାଗ ନେବାକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତୀୟ କ୍ରିକେଟ୍ କାଉସିଲ୍ ବୋର୍ଡ । ଅଧିକ ସଂଖ୍ୟାରେ କ୍ରୀଡ଼ାବିତ୍ ବାହାର କରାଯିବଖେଳାଳିଙ୍କ ପ୍ରଶିକ୍ଷଣ ନେଇ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ଏବଂ ଏଥିସହ ବେଙ୍ଗାଲୁରୁରେ ନୂଆ ଏନସିଏ ତିଆରି କରାଯିବ କହିଛନ୍ତି ଜୟ ଶାହ ।
୩ ଷ୍ଟାଡିୟମ, ୧୦୦ ପିଚ୍ ଏବଂ ୪୫ ଇନଡୋର ଟର୍ଫ,ଏକାଠି ପ୍ରଶିକ୍ଷଣ ନେବେ କ୍ରିକେଟର ଏବଂ ଆଥଲେଟ୍ସ ।ନୀରଜ ଚୋପ୍ରାଙ୍କ ପରି ଅଲମ୍ପିକ୍କ ବିଜେତା ଏଥିରେ ଅଭ୍ୟାସ କରିପାରିବେ,ନୀରଜ ମଧ୍ୟ ଆମକୁ ଏ ସମ୍ପର୍କରେ ଅନୁରୋଧ କରିଥିଲେ । ଆମେ ତାଙ୍କ କଥା ରଖିଛୁ ବୋଲି ଶାହ କହିଛନ୍ତି । ଏନସିଏ ଭାରତୀୟ କ୍ରୀଡା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ ।