Videos
|
Sports

ଟେଷ୍ଟରୁ ସାକିବ ଅଲ ହାସନଙ୍କ ଅବସର

Sangram Tripathy
Browse all articles by Sangram Tripathy
·2 years ago·1 min read
ଟେଷ୍ଟରୁ ସାକିବ ଅଲ ହାସନଙ୍କ ଅବସର

ଅର୍ଗସ ବ୍ୟୁରୋ:ଟେଷ୍ଟକୁ ବାଏ ବାଏ କରିଛନ୍ତି ବାଂଲାଦେଶର ଅଲରାଉଣ୍ଡର ସାକିବ ଅଲ ହାସନ । କେବଳ ଟେଷ୍ଟ ନୁହେଁ ସାକିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଆଉ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଶୁକ୍ରବାର କାନପୁରରେ ଭାରତ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ । ସାକିବ କହିଛନ୍ତି ଦକ୍ଷିଣ ଆଫ୍ରିକା ବିପକ୍ଷ ମୀରପୁର ମ୍ୟାଚ୍‌ ପରେ ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛି। କିନ୍ତୁ ଯଦି ଏହି ମ୍ୟାଚ୍‌ ସମ୍ଭବ ନ ହୁଏ,ତେବେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ହେବ କ୍ୟାରିୟରର ଶେଷ ମ୍ୟାଚ୍‌। ବାଂଲାଦେଶକୁ ଅନେକ ମ୍ୟାଚରେ ବିଜୟ କରାଇଛନ୍ତି ଏହି ଷ୍ଟାର ଅଲରାଉଣ୍ଡର ଜଣଙ୍କ,୩ଟି ଯାକ କ୍ରିକେଟ ଫର୍ମାଟରେ  ତାଙ୍କ ଜଲୱା ଦେଖିଛି ସାରା ବିଶ୍ବ। ସାକିବ ୭୦ଟି ଟେଷ୍ଟ ମ୍ୟାଚରୁ ୩୮.୩୩ ହାରରେ ୪୬୦୦ ରନ କରିଛନ୍ତି,୫ଟି ଶତକ ଓ ୩୧ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଛି। ଟେଷ୍ଟ କ୍ରିକେଟରେ ୨୪୨ଟି ୱିକେଟ୍ ହାସଲ କରିଛନ୍ତି। ୨୦୦୭ରେ ଭାରତ ବିପକ୍ଷରେ  ଟେଷ୍ଟରେ ଡେବ୍ୟୁ କରିଥିଲେ। ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରି ୧-୦ରେ ଆଗରେ ରହିଥିବାବେଳେ ଦ୍ବିତୀୟ ଟେଷ୍ଟ ଉପରେ ରହିଛି ସମସ୍ତଙ୍କ ନଜର

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: