Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାକ୍ତରଖାନାରୁ ଥାଇ ଭାବବିହ୍ବଳ ହେଲେ ଶାମି

Sports

ଡାକ୍ତରଖାନାରୁ ଥାଇ ଭାବବିହ୍ବଳ ହେଲେ ଶାମି

Ritu Das
Browse all articles by Ritu Das
·2 years ago·2 min read
ଡାକ୍ତରଖାନାରୁ ଥାଇ ଭାବବିହ୍ବଳ ହେଲେ ଶାମି

ଅର୍ଗସ ବ୍ୟୁରୋ: ଇଣ୍ଡିଆ ଟିମର ଷ୍ଟାର ବୋଲର ମହମ୍ମଦ ଶାମି ହେଉଛନ୍ତି ଭାରତର ଦ୍ରୂତ ବୋଲର। ଶାମିଙ୍କ ପାଇଁ ଇଣ୍ଡିଆ ଟିମ ବହୁ ମ୍ୟାଚ ଜିତିଛି। ପର୍ସନାଲ ଲାଇଫରେ ଯେତେ କଷ୍ଟ ଥିଲେ ବି ସେ ପଡ଼ିଆରେ କେବେ ଫ୍ୟାନମାନଙ୍କୁ ନିରାଶ କରି ନାହାନ୍ତି। 

ଭାରତୀୟ ବୋଲର ମହମ୍ମଦ ଶାମି ଆହତ ଥିଲେ। ଗତ କାଲି ତାଙ୍କ ଗୋଇଠିର ଅପରେଶନ ହୋଇଛି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫଟୋ ଶେୟାର କରି ତାଙ୍କ ଚିକିତ୍ସା ବିଷୟରେ ସୂଚନା ବାଣ୍ଟିଥିଲେ। ସଫଳ ଅପରେଶନ ବିଷୟରେ ସୂଚନା ଦେଇ ସାମି କହିଛନ୍ତି, ଯେ ସେ ସୁସ୍ଥ ଅଛନ୍ତି। ଶାମିଙ୍କ ଅନୁଯାୟୀ, ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ସମୟ ଲାଗିବ। କିନ୍ତୁ ସେ କ୍ରିକେଟ ପଡ଼ିଆକୁ ଶୀଘ୍ର ଫେରିବାକୁ ବିଶ୍ବାସ ରଖିଛନ୍ତି। ପ୍ରତ୍ୟାବର୍ତ୍ତନ ପାଇଁ ଆଶ୍ଚର୍ଯ୍ୟଜନକ ଉତ୍ସାହ ଦେଖାଇ ଶାମି କହିଛନ୍ତି। ବର୍ତ୍ତମାନ ଗୋଇଠିର ଆକିଲିଜ ଟେଣ୍ଡନ ଉପରେ ଏକ ସଫଳ ଅପରେଶନ କରାଯାଇଛି। ସୁସ୍ଥ ହେବାକୁ କିଛି ସମୟ ଲାଗିବ। ମୁଁ ମୋ ପାଦରେ ଠିଆ ହେବାକୁ ଖୁବ ଆଗ୍ରହୀ। ଟ୍ବିଟ କରି ଭାବୁ ହୋଇଛନ୍ତି ସାମି

19 ନଭେମ୍ବରରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଓ୍ବାନଡେ ଫାଇନାଲ ୨୦୨୩ ସମୟରେ ଶାମି ଆହତ ହୋଇଥିଲେ। ସେ ଆହତ ଗୋଡ଼ରେ ହିଁ ବିଶ୍ବକପ ଖେଳିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ୭ଟି ମ୍ୟାଚରେ ୨୪ ଓ୍ବିକେଟ ନେଇଥିଲେ। ସେ ହଁ ଏକମାତ୍ର ବୋଲର ଯିଏ ସର୍ବାଧିକ ଓ୍ବିକେଟ ନେଇଥିଲେ। ତେବେ ଏହାପରେ ସେ କ୍ରମାଗତ ଭାବେ କ୍ରିକେଟ ଠାରୁ ଦୂରରେ ଅଛନ୍ତି। ନିକଟରେ ଶାମିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। 
ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ପ୍ରାୟ ଏକମାସ ବାକି ଅଛି। କିନ୍ତୁ ଏହାପୂର୍ବରୁ ୨୦୨୨ରେ ଚାମ୍ପିୟନ ଦଳ ଏବଂ ୨୦୨୩ ଗୁଜରାଟ ଟାଇଟାନ୍ସର ରନର୍ସଅପ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଆଘାତ ଲାଗିବା କାରଣରୁ ଶାମି ସମଗ୍ର ଆଇପିଏଲ ସିଜନରୁ ବାଦ ପଡ଼ିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାଯୋଗ୍ୟ, ଆହତ କାରଣରୁ ଶାମି ଦକ୍ଷିଣଆଫ୍ରିକା ଗସ୍ତ ବେଳେ ମଧ୍ୟ ମନୋନୀତ ହୋଇ ନ ଥିଲେ। ଏହାବ୍ୟତୀତ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାହାରେ ଥିଲେ। ଗୁଜରାଟ ପାଇଁ ଶାମିଙ୍କ ଅନୁପସ୍ଥିତି ଅତ୍ୟନ୍ତ କ୍ଷତିକାରକ ହୋଇପାରେ। କାରଣ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସ ପଳାଇଥିବାରୁ ଦଳ କ୍ଷତିର ସମ୍ମୁଖୀନ ହୋଇଛି। ଗୁଜରାଟର କ୍ୟାପଟେନ ହାର୍ଦ୍ଦିକଙ୍କୁ ଗତବର୍ଷ ନିଲାମ ପୂର୍ବରୁ ମୁମ୍ବାଇ ଦ୍ବାରା ଜିଟିରେ ଟ୍ରେଡ କରାଯାଇଥିଲା।  

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus Whatsapp Channel Mobile Top
Sponsored
Shami got | Argus News