Videos
|
Sports

ସାନିଆ ମିର୍ଜାଙ୍କ ସହିତ ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଶାମି

Ritu Das
Browse all articles by Ritu Das
·2 years ago·1 min read
ସାନିଆ ମିର୍ଜାଙ୍କ ସହିତ ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଶାମି

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କର ବିବାହର ଗୁଜବ ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହାକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ସାମି।  

ନିକଟରେ ଏକ ଇଣ୍ଟରଭ୍ୟୁରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ସେତେବେଳେ ସିଏ ଲୋକଙ୍କୁ ସୋସିଆଲ ମିଡିଆରେ ଏଭଳି ମିଥ୍ୟା ପ୍ରଚାର ନକରିବାକୁ ଅନୁରୋଧ କହିଥିଲେ ଏବଂ କହିଥିଲେ ଯଦିଓ ଏଭଳି ତଥ୍ୟ ମନୋରଞ୍ଜନ କରାଇଥାଏ। କିନ୍ତୁ ଏହା ଲୋକଙ୍କର ଜୀବନ ସହିତ ଜଡ଼ିତ ଥାଏ। ଏବଂ ବ୍ୟକ୍ତଗତ ଜୀବନ ଉପରେ ପ୍ରଭାବ ପକାଇଥାଏ। ତେଣୁ ଏହା ସମ୍ପୂର୍ଣ୍ଣ ଭୁଲ୍। ତା ସହିତ ଯେଉଁ ପେଜ୍ ଏଭଳି ଗୁଜବ ପ୍ରସାର କରୁଛନ୍ତି ତାଙ୍କୁ କହିଛନ୍ତି ଏବେ ପେଜର କୌଣସି ପରିଚୟ ନାହିଁ କହିଦେଉଛ। ଯଦି ସାହାସ ଅଛି ତାହେଲେ ଭେରିଫାଏଡ଼ ପେଜରୁ ପ୍ରସାର କରି ଦେଖାଅ।

ଲୋକଙ୍କୁ ସୋସିଆଲ ମିଡିଆ ପ୍ରତି ଦାୟିତ୍ବବାନ ହେବା ସହିତ ଏଭଳି ଭିତ୍ତିହୀନ ଖବର ପ୍ରଚାର ନକରିବାକୁ ସେ ଅନୁରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shami opened | Argus News