Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଶାମିଙ୍କ ଚମତ୍କାର ବୋଲିଂ: ବାଂଲାଦେଶକୁ ଲାଗିଲା ଝଟକା

Ritu Das
Browse all articles by Ritu Das
·1 year ago·1 min read
ଶାମିଙ୍କ ଚମତ୍କାର ବୋଲିଂ: ବାଂଲାଦେଶକୁ ଲାଗିଲା ଝଟକା

ଭାରତୀୟ ଦଳ ଆଜି ଦୁବାଇରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ସହିତ ଚାମ୍ପିଅନ୍ସ ଟ୍ରଫି ଅଭିଯାନ ଆରମ୍ଭ କରିଛି। ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶର ଏହି ନିଷ୍ପତ୍ତି ସଠିକ୍‌ ଯାଇନାହିଁ। ଦଳକୁ ପ୍ରାରମ୍ଭକୁ ଝଟ୍‌କା ଲାଗିଛି। ଭାରତ ବିପକ୍ଷରେ ବାଂଲାଦେଶର ଇନିଂସ ଆରମ୍ଭ ହୋଇଛି। ବାଂଲାଦେଶ ପକ୍ଷରୁ ସୌମ୍ୟ ସରକାର ଏବଂ ତାନଜିଦ ହାସନ ଇନିଂସ ଓପନ କରିବାକୁ ଆସିଥିଲେ। ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ଓଭରରେ ହିଁ ଓପନର ସୌମ୍ୟ ସରକାରଙ୍କୁ ଆଉଟ କରି ବାଂଲାଦେଶକୁ ଏକ ଝଟକା ଦେଇଛନ୍ତି। ସୌମ୍ୟ ସରକାର ଶାମିଙ୍କ ପ୍ରଥମ ଓଭରର ଶେଷ ବଲରେ ଉଇକେଟକିପର କେଏଲ ରାହୁଲଙ୍କ ଦ୍ୱାରା କ୍ୟାଚ ହୋଇଥିଲେ।


ସୌମ୍ୟା ଖାତା ମଧ୍ୟ ଖୋଲିପାରି ନ ଥିଲେ। ବାଂଲାଦେଶ ଅଧିନାୟକ ନାଜମୁଲ ହୁସେନ ଶାନ୍ତୋଙ୍କୁ ଆଉଟ କରି ହର୍ଷିତ ରାଣା ବାଂଲାଦେଶକୁ ଦ୍ୱିତୀୟ ଝଟକା ଦେଇଥିଲେ। ମେହେଦି ହାସନ ମିରାଜଙ୍କୁ ଆଉଟ କରି ଦ୍ରୁତ ବୋଲର ମହମ୍ମଦ ଶାମି ବାଂଲାଦେଶକୁ ତୃତୀୟ ଝଟକା ଦେଇଥିଲେ। ପରେ ଅକ୍ଷର ପଟେଲ ତଞ୍ଜିଦ୍‌ ହସନ ଏବଂ ମୁଶାଫିକର ରହିମଙ୍କୁ ଆଉଟ୍‌ କରି ଦଳକୁ ପଞ୍ଚମ ସଫଳତା ଦେଇଛନ୍ତି। ବର୍ତ୍ତମାନ ବାଂଲାଦେଶ ୯.୩ ବଲ୍‌ରେ ୩୭ ରନ୍‌ରେ ୫ ଉଇକେଟ୍‌ ହରାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Shami's brilliant bowling: Bangladesh gets a shock | Argus News