Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାଉଥଆଫ୍ରିକା ସହ ଦ୍ବିତୀୟ ଟେଷ୍ଟରେ ଖେଳିବେନି ଶାର୍ଦ୍ଦୁଳ

Sports

ସାଉଥଆଫ୍ରିକା ସହ ଦ୍ବିତୀୟ ଟେଷ୍ଟରେ ଖେଳିବେନି ଶାର୍ଦ୍ଦୁଳ

Ritu Das
Browse all articles by Ritu Das
·2 years ago
ସାଉଥଆଫ୍ରିକା ସହ ଦ୍ବିତୀୟ ଟେଷ୍ଟରେ ଖେଳିବେନି ଶାର୍ଦ୍ଦୁଳ

ଅର୍ଗସ ବ୍ୟୁରୋ: ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌କୁ ଆଉ ୩ଦିନ ବାକି ଥିଲା ବେଳେ ଭାରତୀୟ ଦଳ ଆହତ ସମସ୍ୟାର ସମ୍ମୁଖୀନ ହୋଇଛି। ଶନିବାର ନେଟ୍ସରେ ଅଭ୍ୟାସ କରୁଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କ କାନ୍ଧରେ ବଲ ବାଜିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି। ଆଘାତ କେତେ ଗୁରୁତର ତାହା ଜଣାପଡ଼ିନାହିଁ। ତଥାପି ଦ୍ବିତୀୟ ଟେଷ୍ଟରେ ତାଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। 

ବଲ୍‌ ତାଙ୍କ କାନ୍ଧରେ ବାଜିବା ପରେ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ତଥାପି ବ୍ୟାଟିଂ ଜାରି ରଖିଥିଲେ। କିନ୍ତୁ ନେଟ୍ସରେ ସେ ବୋଲିଂ କରିବାକୁ ଆସି ନଥିଲେ। ଶାର୍ଦ୍ଦୁଳ ପ୍ରଥମ ଖେଳାଳି ଭାବେ ଶନିବାର ଥ୍ରୋ ଡାଉନ୍‌ ଅଭ୍ୟାସ କରିବାକୁ ପହଞ୍ଚିଥିଲେ। ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋଡଙ୍କ ଥ୍ରୋ ଡାଉନ୍‌ ଶାର୍ଦ୍ଦୁଳଙ୍କ ବାମ କାନ୍ଧରେ ବାଜିଥିଲା। ପରେ ଫିଜିଓ ତାଙ୍କୁ ଆଇସ୍‌ପ୍ୟାକ୍‌ ଲଗାଇଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Shardul will not play | Argus News